Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏନପିଏସ, ୟୁପିଏସ ବିରୋଦ୍ଧରେ ଦିଲ୍ଲୀରେ ବିଶାଳ କର୍ମଚାରୀ ସମାବେଶ
ଆଜିର ଖବର

ଏନପିଏସ, ୟୁପିଏସ ବିରୋଦ୍ଧରେ ଦିଲ୍ଲୀରେ ବିଶାଳ କର୍ମଚାରୀ ସମାବେଶ

November 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏନପିଏସ, ୟୁପିଏସ ବିରୋଦ୍ଧରେ ଦିଲ୍ଲୀରେ ବିଶାଳ କର୍ମଚାରୀ ସମାବେଶ
ଏନପିଏସ, ୟୁପିଏସ ବିରୋଦ୍ଧରେ ଦିଲ୍ଲୀରେ ବିଶାଳ କର୍ମଚାରୀ ସମାବେଶ

ଭୁବନେଶ୍ଵର: ନେସନାଲ ମୋଭମେଣ୍ଟ ଫର୍ ଓଲ୍ଡ ପେନସନ ସ୍କୀମ ସଂଗଠନ (ଏନ୍ ଏମ ଓ ପି ଏସ) ର ଆନ୍ଦୋଳନ ଡାକରାରେ ଆଜି ନୂଆଦିଲ୍ଲୀ ସ୍ଥିତ ଜନ୍ତର ମନ୍ତର ଠାରେ ସବୁ ରାଜ୍ୟର କର୍ମଚାରୀମାନେ ଏନ ପି ଏସ, ୟୁ ପି ଏସ ହଟାଇ ପୁରୁଣା ପେନସନ ଲାଗୁ ନେଇ ଏକାଠି ହୋଇଛନ୍ତି। ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ୨୦୦୪ ମସିହାରୁ ଓ ରାଜ୍ୟ ସରକାର ୨୦୦୫ ମସିହାରୁ ପୁରୁଣା ପେନସନ ବ୍ୟବସ୍ଥା ଉଚ୍ଛେଦ କରି ନେସନାଲ ପେନସନ ସିଷ୍ଟମ (ଏନ ପି ଏସ) ଲାଗୁ କରିଥିଲେ, ଯେଉଁଥିରେ କି କର୍ମଚାରୀ ମାନେ ବେତନର ୧୦ ପ୍ରତିଶତ ଦେବେ ଓ ସରକାର ୧୪ ପ୍ରତିଶତ ପ୍ରଦାନ କରିବେ ଏବଂ ଏହା ବିଭିନ୍ନ ସେୟାର ମାର୍କେଟ ରେ ବିନିଯୋଗ ହେବ। ଯେଉଁଥିରେ କି କର୍ମଚାରୀ ମାନେ ଅବସର ପରେ ପେନସନ ଭାବେ ପାଇବେ। ପର ମୁହୂର୍ତ୍ତରେ ଦେଖାଗଲା କି ସେୟାର ମାର୍କେଟ ର ଅସ୍ଥିରତା ପାଇଁ ବହୁ କର୍ମଚାରୀମାନେ ଅବସର ପରେ ମାସିକ ମାତ୍ର ୧୦୦୦ ରୁ ୧୫୦୦ ପର୍ଯ୍ୟନ୍ତ ବେତନ ପାଇବା ପାଇଁ ଯୋଗ୍ୟ ହେଲେ।

ଏହା ବିରୁଦ୍ଧରେ ପୂର୍ବ ବର୍ଷ ମାନଙ୍କରେ ଏନ୍ ଏମ ଓ ପି ଏସ ର ବାରମ୍ବାର ଆନ୍ଦୋଳନ ଓ ବିଭିନ୍ନ ରାଜ୍ୟର ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଚଳିତ ବର୍ଷ ଏପ୍ରିଲ ମାସରେ ୟୁନିଫାଇଏଡ ପେନସନ ସ୍କିମ୍ (ୟୁ ପି ଏସ) ଲଗୁକରିଥିଲେ, ଯେଉଁଥିରେ କି କର୍ମଚାରୀ ମାନେ ବେତନର ୧୦ ପ୍ରତିଶତ ଦେବେ ଓ ସରକାର ୧୮.୫ ପ୍ରତିଶତ ପ୍ରଦାନ କରିବେ ଏବଂ ଏହା ବିଭିନ୍ନ ସେୟାର ମାର୍କେଟ ରେ ବିନିଯୋଗ ହେବ। ଅବସର ପରେ କର୍ମଚାରୀ ମାନେ ଶେଷ ଦରମାର ୫୦ ପ୍ରତିଶତ ପେନସନ ଆକାରରେ ସେଥିରୁ ପାଇବେ କିନ୍ତୁ କର୍ମଚାରୀମାନେ ସେମାନଙ୍କ ପ୍ରଦତ୍ତ ଭାଗ କିଛି ପାଇବେ ନାହିଁ। ଏହିସବୁ କାରଣ ଯୋଗୁ ଏଯାବତ୍ ମାତ୍ର 3 ପ୍ରତିଶତ କର୍ମଚାରୀ ମାନେ ଏନ୍ ପି ଏସ ରୁ ୟୁ ପି ଏସ କୁ ବାଛିଛନ୍ତି। ରାଜ ନେତା ମାନେ ଥରେ ବିଧାୟକ କିମ୍ବା ସାଂସଦ ହେବା ପରେ ସେମାନେ ପୁରୁଣା ପେନସନ ପାଇବା ପାଇଁ ହକଦାର ହୋଉଥିବା ବେଳେ କର୍ମଚାରୀଟିଏ 30 ବର୍ଷ ଚାକିରି କରିବା ପରେ ମଧ୍ୟ ଏଥିରୁ ବଞ୍ଚିତ ହେଉଛି।

ପ୍ରକାଶଥାଉକି ସବୁ ରାଜ୍ୟ ପୁରୁଣା ପେନସନ ପାଇଁ ଯୋରଦାର ବିରୋଧ କରୁଥିବା ବେଳେ କିଛି ରାଜ୍ୟ ଯଥା ଛତିଶଗଡ, ଝାଡ଼ଖଣ୍ଡ, ରାଜସ୍ତାନ ଏବଂ ହିମାଚଳ ପ୍ରଦେଶରେ ଏହା ଲାଗୁ ହୋଇସାରିଲାଣି ଓ କିଛି ରାଜ୍ୟରେ ପୁରୁଣା ପେନସନ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ କମିଟି ଗଢ଼ାଯାଇ କର୍ମଚାରୀ ମାନଙ୍କ କ୍ଷେତ୍ରରେ ଏହା ଲାଗୁକରିବାକୁ ଅଗ୍ରସର ହେଉଛନ୍ତି। ଓଡ଼ିଶାର ମଧ୍ୟ କର୍ମଚାରୀମାନେ ପୁରୁଣା ପେନସନ୍ ଯୋଜନା ଲାଗୁ ନେଇ ଆଶାବାଦୀ ଅଛନ୍ତି।
ଓଡିଶାରୁ ବିଜୟ ମଲ୍ଲଙ୍କ ନେତୃତ୍ଵରେ ପ୍ରିୟବ୍ରତ ପ୍ରଧାନ, ରଞ୍ଜନ ମହାନ୍ତି ,ପ୍ରଦୀପ ଜେନା,ଚନ୍ଦ୍ର ଖିଲ,ତାପସ ରଞ୍ଜନ ନାଥ, ହରିଶ ଚନ୍ଦ୍ର ଦାସ, ହୃଷିକେଶ ଦାସ ସହ ଶତାଧିକ କର୍ମଚାରୀ ଓ ଶିକ୍ଷକ ନୁଆଦିଲ୍ଲୀର ଜନ୍ତର ମନ୍ତର ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ଏନ୍ ଏମ ଓ ପି ଏସ ପୁରୁଣା ପେନସନ ବିଶାଳ କର୍ମଚାରୀ ସମାବେଶ ୟୁପିଏସ
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକ ବଦଳି ବାତିଲ ଦାବିରେ ବିଦ୍ୟାଳୟରେ ତାଲା: ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ସ୍କୁଲ କମିଟି

November 25, 2025

୧୨ ଟି ବିଭାଗରେ ନିଯୁକ୍ତି ପାଇଲେ ୭,୨୯୩: ନବନିଯୁକ୍ତ ମାନଙ୍କୁ ଚାରୋଟି ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

November 25, 2025

ଖୋର୍ଦ୍ଧାରୁ ଉଜ୍ଜୟିନୀ ଓଁକାରେଶ୍ୱର୍ ଅଭିମୁଖେ ଯାତ୍ରା କଲେ ୧୬୯ ତୀର୍ଥ ଯାତ୍ରୀ

November 25, 2025

ମହିଳା ସଶକ୍ତୀକରଣ ଶାସନ ସୁଦୃଢ଼ୀକରଣ ପାଇଁ ଏକ ରଣନୀତିକ ଆବଶ୍ୟକତା: କୂଟନୀତିଜ୍ଞ

November 25, 2025
Latest News

ଶିକ୍ଷକ ବଦଳି ବାତିଲ ଦାବିରେ ବିଦ୍ୟାଳୟରେ ତାଲା: ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ସ୍କୁଲ କମିଟି

November 25, 2025

ଏନପିଏସ, ୟୁପିଏସ ବିରୋଦ୍ଧରେ ଦିଲ୍ଲୀରେ ବିଶାଳ କର୍ମଚାରୀ ସମାବେଶ

November 25, 2025

୧୨ ଟି ବିଭାଗରେ ନିଯୁକ୍ତି ପାଇଲେ ୭,୨୯୩: ନବନିଯୁକ୍ତ ମାନଙ୍କୁ ଚାରୋଟି ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

November 25, 2025

ଖୋର୍ଦ୍ଧାରୁ ଉଜ୍ଜୟିନୀ ଓଁକାରେଶ୍ୱର୍ ଅଭିମୁଖେ ଯାତ୍ରା କଲେ ୧୬୯ ତୀର୍ଥ ଯାତ୍ରୀ

November 25, 2025

ମହିଳା ସଶକ୍ତୀକରଣ ଶାସନ ସୁଦୃଢ଼ୀକରଣ ପାଇଁ ଏକ ରଣନୀତିକ ଆବଶ୍ୟକତା: କୂଟନୀତିଜ୍ଞ

November 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.