Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିନେଡବ୍ସ ଏକୀକରଣ ସହିତ ସୁଗମ୍ୟତା ଏବଂ ସମାବେଶନ ବଢ଼ାଇଲା 56ତମ ଆଇଏଫଏଫଆଇ
ଆଜିର ଖବର

ସିନେଡବ୍ସ ଏକୀକରଣ ସହିତ ସୁଗମ୍ୟତା ଏବଂ ସମାବେଶନ ବଢ଼ାଇଲା 56ତମ ଆଇଏଫଏଫଆଇ

November 27, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଇଏଫଏଫଆଇ
ସିନେଡବ୍ସ ଏକୀକରଣ ସହିତ ସୁଗମ୍ୟତା ଏବଂ ସମାବେଶନ ବଢ଼ାଇଲା 56ତମ ଆଇଏଫଏଫଆଇ

ପାଣାଜୀ: ସମସ୍ତଙ୍କ ପାଇଁ ଚଳଚ୍ଚିତ୍ରର ପହଞ୍ଚକୁ ସହଜ କରିବା ଲାଗି ନିଜର ପ୍ରତିବଦ୍ଧତା ବ୍ୟକ୍ତ କରି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି 56ତମ ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)। ଗୋଆରେ ଅନୁଷ୍ଠିତ ଏହି ମହୋତ୍ସବରେ ସିନେଡବ୍ସର ଶୁଭାରମ୍ଭ କରାଯାଇଛି। ଏହା ଏକ ବହୁଭାଷୀ ଅଡିଓ-ସପୋର୍ଟ ଆପ୍ ଯାହା ଦର୍ଶକଙ୍କୁ ସେମାନଙ୍କ ପସନ୍ଦର ଭାଷାରେ କିଛି ଚୟନିତ ମହୋତ୍ସବ ଚଳଚ୍ଚିତ୍ରର ଅନୁଭବ କରିବାର ସୁବିଧା ଦେଇଥାଏ। ଏହି ଅଭିନବ ପଦକ୍ଷେପ ଆଇଏଫଏଫଆଇର ବିବିଧତାକୁ ଗ୍ରହଣ କରିବା, ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ଏବଂ ଚଳଚ୍ଚିତ୍ରକୁ ସମସ୍ତଙ୍କ ପାଇଁ ଏକ ସହଭାଗୀ ଅଭିଜ୍ଞତାରେ ପରିଣତ କରିବା ସୁନିଶ୍ଚିତ କରିବାର ଦୃଷ୍ଟିକୋଣକୁ ପ୍ରତିଫଳିତ କରିଥାଏ।

ସିନେଡବ୍ସ ଆପ୍‌ ଦର୍ଶକମାନଙ୍କୁ ଥିଏଟର ଭିତରେ ନିଜ ପସନ୍ଦର ଭାଷାରେ ଚଳଚ୍ଚିତ୍ରକୁ ଉପଭୋଗ କରିବାର ସୁବିଧା ଦେଇଥାଏ। ଚଳଚ୍ଚିତ୍ର ଯେକୌଣସି ଭାଷାରେ ପ୍ରଦର୍ଶିତ ହେଉନା କାହିଁକି ସେମାନଙ୍କୁ ଏହି ଆପ୍‌ ନିଜ ପସନ୍ଦର ଭାଷାରେ ତାହାକୁ ପରିବେଷଣ କରିବ। ଏହା ପେଟେଣ୍ଟେଡ୍‌ ଅଡିଓ-ସିଙ୍କ ଜ୍ଞାନକୌଶଳ ଜରିଆରେ ଆପ୍‌କୁ ଫିଲ୍ମ ସହିତ ଆପେ ଆପେ୍‌ ସିଙ୍କ୍‌ ହେବାକୁ ଦେଇଥାଏ। ଏହା ଏକ ବ୍ୟକ୍ତିଗତ, ଗଭୀରତାପୂର୍ଣ୍ଣ ଏବଂ ବାଧାମୁକ୍ତ ଚଳଚ୍ଚିତ୍ର ଅନୁଭବ ପ୍ରଦାନ କରିଥାଏ। ଭାଷାଗତ ବାଧା ଦୂର କରି ସିନେଡବ୍ସ ବିଭିନ୍ନ ଅଞ୍ଚଳ ଏବଂ ଭାଷାଗତ ପୃଷ୍ଠଭୂମିର ଦର୍ଶକମାନଙ୍କୁ ଏକାଠି କରିବ। ଯାହାଫଳରେ ଚଳଚ୍ଚିତ୍ର ମହୋତ୍ସବ ପ୍ରକୃତରେ ସମାବେଶୀ ହୋଇପାରିବ। ସିନେମା ହଲ ଏବଂ ପ୍ରଦର୍ଶନୀରେ ସିନେ ଡବ୍ସ ଗୋଟିଏ ସ୍କ୍ରିନିଂ ପାଇଁ ବହୁଭାଷୀ ଦର୍ଶକଙ୍କୁ ଆକର୍ଷଣ କରିପାରିବେ।

56ତମ ଆଇଏଫଏଫଆଇରେ ସୁଗମ୍ୟତାକୁ ବଢ଼ାଇବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଦୃଶ୍ୟର ବର୍ଣ୍ଣନା ଶୁଣାଇ ଦୃଷ୍ଟିହୀନ ଦର୍ଶକଙ୍କୁ ଚଳଚ୍ଚିତ୍ରର କାହାଣୀ ସହ ସମ୍ପୂର୍ଣ୍ଣ ଭାବେ ଯୋଡ଼ି ହେବା ଲାଗି ବ୍ୟବସ୍ଥା କରାଯାଇଛି। ସଂଳାପ, ଶବ୍ଦ ଏବଂ ଗୁରୁତ୍ୱପୂର୍ଣ୍ଣ ଅଡିଓ ସଙ୍କେତଗୁଡ଼ିକୁ ପାଠ୍ୟ ଭାବରେ ପ୍ରଦର୍ଶନ କରି ଶ୍ରବଣ-ବାଧିତ ଦର୍ଶକଙ୍କୁ ସମର୍ଥନ କରେ।  ସିନେଡବ୍ସର ସମନ୍ୱୟ ଏବଂ ଉନ୍ନତ ସୁଗମ୍ୟତା ବୈଶିଷ୍ଟ୍ୟ ସହିତ, 56ତମ ଆଇଏଫଏଫଆଇ ବିଶ୍ୱ ଚଳଚ୍ଚିତ୍ର ମହୋତ୍ସବରେ ଅନ୍ତର୍ଭୁକ୍ତିକରଣର ସୀମାକୁ ଆଗକୁ ବଢାଇବା ଜାରି ରଖିଛି।

ଆଇଏଫଏଫଆଇ ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ସିନେଡବ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

କାହା ବିରୁଦ୍ଧରେ ଟିମ୍ ଇଣ୍ଡିଆ ପରବର୍ତ୍ତୀ ସିରିଜ?: ପଢନ୍ତୁ ଜୁନ୍ ଏବଂ ଜୁଲାଇ ମାସର ସଂପୂର୍ଣ୍ଣ କାର୍ଯ୍ୟସୂଚୀ

June 22, 2026

ରାମ ମନ୍ଦିରରେ ଦାନ ଚୋରି ମାମଲା: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କଲେ ଶଙ୍କରାଚାର୍ଯ୍ୟ

June 22, 2026

ଟ୍ରେଣ୍ଡସ ରଜ ଫ୍ୟାସନ ଆଇକନ ଗ୍ରାଣ୍ଡ ଫିନାଲେ: ବିଜେତାମାନେ ପିନ୍ଧିଲେ ମୁକୁଟ

June 22, 2026

ଉନବିଂଶତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ

June 22, 2026
Latest News

କାହା ବିରୁଦ୍ଧରେ ଟିମ୍ ଇଣ୍ଡିଆ ପରବର୍ତ୍ତୀ ସିରିଜ?: ପଢନ୍ତୁ ଜୁନ୍ ଏବଂ ଜୁଲାଇ ମାସର ସଂପୂର୍ଣ୍ଣ କାର୍ଯ୍ୟସୂଚୀ

June 22, 2026

ବର୍ଷା ଆସିଲେ କାହିଁକି କେଶ ବେଶି ଝଡେ ? ଏହି ୫ଟି ସରଳ ଅଭ୍ୟାସ ରଖିବ ଆପଣଙ୍କ କେଶକୁ ସୁସ୍ଥ

June 22, 2026

ରାମ ମନ୍ଦିରରେ ଦାନ ଚୋରି ମାମଲା: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କଲେ ଶଙ୍କରାଚାର୍ଯ୍ୟ

June 22, 2026

ଟ୍ରେଣ୍ଡସ ରଜ ଫ୍ୟାସନ ଆଇକନ ଗ୍ରାଣ୍ଡ ଫିନାଲେ: ବିଜେତାମାନେ ପିନ୍ଧିଲେ ମୁକୁଟ

June 22, 2026

ଉନବିଂଶତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.