ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀସ୍ଥିତ ସମ୍ବିଧାନ ସଦନର ଐତିହାସିକ କେନ୍ଦ୍ରୀୟ କକ୍ଷରେ ଆୟୋଜିତ ସମ୍ବିଧାନ ଦିବସ ସମାରୋହରେ ଯୋଗ ଦେଇଛନ୍ତି।
ଏହି ଅବସରରେ, ପ୍ରଧାନମନ୍ତ୍ରୀ ଭାରତର ସମ୍ବିଧାନ ପ୍ରଣେତାମାନଙ୍କ ଦୂରଦୃଷ୍ଟିକୁ ସ୍ମରଣ କରିଥିଲେ ଏବଂ ସାମ୍ବିଧାନିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ପାଇଁ ଦେଶର ସାମୂହିକ ଦାୟିତ୍ୱକୁ ଦୋହରାଇଥିଲେ।
ଶ୍ରୀ ମୋଦୀ ଗୋଟିଏ ଏକ୍ସ ପୋଷ୍ଟରେ ଲେଖିଛନ୍ତି: ‘‘ଆଜି ସକାଳେ ନୂଆଦିଲ୍ଲୀସ୍ଥିତ ସମ୍ବିଧାନ ସଦନର ଐତିହାସିକ କେନ୍ଦ୍ରୀୟ କକ୍ଷରେ ଆୟୋଜିତ ସମ୍ବିଧାନ ଦିବସ ସମାରୋହରେ ଯୋଗ ଦେଲି। ଏହି ଅବସରରେ ସମ୍ବିଧାନ ପ୍ରଣେତାମାନଙ୍କ ଦୂରଦୃଷ୍ଟିକୁ ସ୍ମରଣ କରିବା ସହିତ ସାମ୍ବିଧାନିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ପାଇଁ ଦେଶର ସାମୂହିକ ଦାୟିତ୍ୱକୁ ଦୋହରାଇଛି।’’


