Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»IITF 2025: ପ୍ରଥମ ସ୍ଥାନ ଅଧିକାର କଲା ଓଡ଼ିଶା, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ଆଜିର ଖବର

IITF 2025: ପ୍ରଥମ ସ୍ଥାନ ଅଧିକାର କଲା ଓଡ଼ିଶା, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

November 27, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
IITF 2025
IITF 2025: ପ୍ରଥମ ସ୍ଥାନ ଅଧିକାର କଲା ଓଡ଼ିଶା, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

IITF 2025:ନୂଆଦିଲ୍ଲୀରେ ଆୟୋଜିତ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା-୨୦୨୫ ବା India International Trade Fair 2025 ରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରି ଗୋଲ୍ଡ ମେଡାଲ ହାସଲ କରିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ ଅବସରରେ ଭାରତ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନ (India Trade Promotion Organization) ତରଫରୁ ଆଜି ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ସଫଳତା ପାଇଁ ଖୁସି ପ୍ରକାଶ କରିବା ସହିତ ଟିମ୍ ଓଡ଼ିଶାକୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟର ମର୍ଯ୍ୟାଦାକୁ ବୃଦ୍ଧି କରିବା ଦିଗରେ ଏହା ଏକ ଉଲ୍ଲେଖଯୋଗ୍ୟ ସଫଳତା ।

ସୂଚନାଯୋଗ୍ୟ ଯେ, ସମୁଦାୟ ୩୧ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଯୋଗ ଦେଇଥିଲେ । ଓଡ଼ିଶା ସାମଗ୍ରୀକ ପ୍ରଦର୍ଶନ କ୍ଷେତ୍ରରେ ଉତ୍କର୍ଷ ହାସଲ କରି ଏହି ସଫଳତା ହାସଲ କରିଛି । କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ଓଡ଼ିଶା ଏହି ପୁରସ୍କାର ପାଇବା ସହିତ ଏଥରକୁ ମିଶାଇ ଦୁଇ ଥର ଗୋଲ୍ଡ ମେଡାଲ ପାଇଛି ।

ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ମେଳାରେ ରାଜ୍ୟ ସରକାରଙ୍କର ୯ଟି ବିଭାଗର ୨୬ ଟି ଷ୍ଟଲ ସ୍ଥାନୀତ ହୋଇଥିଲା।

୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ ଏବଂ ଏକ୍‌ ଭାରତ ଶ୍ରେଷ୍ଠ ଭାରତର ଆଭିମୁଖ୍ୟକୁ ଏହି ପ୍ରଦର୍ଶନୀ ମାଧ୍ୟମରେ ଉପସ୍ଥାପିତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗତ ୨୨ ତାରିଖରେ ଓଡ଼ିଶା ରାଜ୍ୟ ଦିବସ ସମାରୋହ ପାଳନ ଅବସରରେ ଓଡ଼ିଶା ମଣ୍ଡପ ବୁଲି ଦେଖିବା ସହିତ ଓଡ଼ିଶାର କଳା, ଐତିହ୍ୟ ଓ ପରମ୍ପରା ପ୍ରଦର୍ଶନର ଉଚ୍ଚ ପ୍ରଶଂସା କରି ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ ।

IITF 2025 India International Trade Fair 2025 ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ବଜେଟ 2026-27: ପୂର୍ବ ବର୍ଷ ତୁଳନାରେ ଓଡ଼ିଶା ପାଇଁ ଅନୁଦାନ ବଢିଛି ନା କମିଛି?, ଜାଣନ୍ତୁ

February 2, 2026

ନିର୍ବାଚନ କମିଶନରଙ୍କୁ କହିଲେ ମିଛୁଆ: ଦିଲ୍ଲୀରେ କଳା ପୋଷାକ ପିନ୍ଧି ପ୍ରତିବାଦ କଲେ ମମତା ବାନାର୍ଜୀ

February 2, 2026

ଭୀମଭୋଇ ଲୋକ ମହୋତ୍ସବ ୨୦୨୬ ଉଦଯାପିତ

February 2, 2026

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜିଲ୍ଲା ସଦର ମହକୁମାର ଠାରେ ଜନଶୁଣାଣି

February 2, 2026
Latest News

କେନ୍ଦ୍ର ବଜେଟ 2026-27: ପୂର୍ବ ବର୍ଷ ତୁଳନାରେ ଓଡ଼ିଶା ପାଇଁ ଅନୁଦାନ ବଢିଛି ନା କମିଛି?, ଜାଣନ୍ତୁ

February 2, 2026

ନିର୍ବାଚନ କମିଶନରଙ୍କୁ କହିଲେ ମିଛୁଆ: ଦିଲ୍ଲୀରେ କଳା ପୋଷାକ ପିନ୍ଧି ପ୍ରତିବାଦ କଲେ ମମତା ବାନାର୍ଜୀ

February 2, 2026

ଭୀମଭୋଇ ଲୋକ ମହୋତ୍ସବ ୨୦୨୬ ଉଦଯାପିତ

February 2, 2026

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜିଲ୍ଲା ସଦର ମହକୁମାର ଠାରେ ଜନଶୁଣାଣି

February 2, 2026

ସଂସଦରେ ହେଲା ପ୍ରବଳ ହଟ୍ଟଗୋଳ: ଏମଏମ ନରବଣେଙ୍କ ବିଷୟ ଉଲ୍ଲେଖ କରିଥିଲେ ରାହୁଲ ଗାନ୍ଧୀ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.