Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»56ତମ ଆଇଏଫଏଫଆଇର ଅନ୍ତିମ ଫାୟାରସାଇଡ୍‌ ଚାଟରେ ସାରଗର୍ଭକ ଆଲୋଚନା କଲେ ଅମିର ଖାନ୍
ଆଜିର ଖବର

56ତମ ଆଇଏଫଏଫଆଇର ଅନ୍ତିମ ଫାୟାରସାଇଡ୍‌ ଚାଟରେ ସାରଗର୍ଭକ ଆଲୋଚନା କଲେ ଅମିର ଖାନ୍

November 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
56ତମ ଆଇଏଫଏଫଆଇର ଅନ୍ତିମ ଫାୟାରସାଇଡ୍‌ ଚାଟରେ ସାରଗର୍ଭକ ଆଲୋଚନା କଲେ ଅମିର ଖାନ୍
56ତମ ଆଇଏଫଏଫଆଇର ଅନ୍ତିମ ଫାୟାରସାଇଡ୍‌ ଚାଟରେ ସାରଗର୍ଭକ ଆଲୋଚନା କଲେ ଅମିର ଖାନ୍

ପାଣାଜୀ: 56 ତମ ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ର ଅନ୍ତିମ ଫାୟାରସାଇଡ୍‌ ଚାଟରେ ସାରଗର୍ଭକ ଆଲୋଚନା କରିଛନ୍ତି ବିଶିଷ୍ଟ ଅଭିନେତା ଓ ନିର୍ମାତା ଅମିର ଖାନ୍‌। କଳା ଏକାଡେମୀ ଠାରେ ଅନୁଷ୍ଠିତ ‘‘ଦ ନ୍ୟାରେଟିଭ୍‌ ଆର୍କିଟେକ୍ଟ ଅଫ୍‌ ସୋସିଆଲ ଟ୍ରାନ୍ସଫର୍ମେସନ୍‌ ଏଣ୍ଡ ଇନକ୍ଲୁସିଭିଟି’’ ବା ସାମାଜିକ ପରିବର୍ତ୍ତନ ଏବଂ ଅନ୍ତର୍ଭୂକ୍ତିକରଣର ବର୍ଣ୍ଣନାତ୍ମକ ସ୍ଥପତି ଶୀର୍ଷକ ଏହି ଆଲୋଚନାରେ ଅମିର୍‌ ନିଜର ବିଚକ୍ଷଣତା, ବିଜ୍ଞତା ଏବଂ ଦକ୍ଷତା ବଳରେ ବେଶ୍‌ ଫଳପ୍ରଦ ଚର୍ଚ୍ଚା କରିଥିଲେ। ଏହି ଅଧିବେଶନକୁ ପରିଚାଳନା କରିଥିଲେ ଚଳଚ୍ଚିତ୍ର ସମାଲୋଚକ ଭରଦ୍ୱାଜ ରଙ୍ଗନ।

ପ୍ରଥମେ କିମ୍ବଦନ୍ତୀ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଅମିର ଖାନ୍‌ ଏହି ଦିବଙ୍ଗତ ଅଭିନେତାଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ସେ ବଲିଉଡର ପ୍ରକୃତ ହି ମ୍ୟାନ୍‌ ଥିଲେ। ସେ ରୋମାନ୍ସ, କମେଡ଼ି ଏବଂ ଚରିତ୍ର ଅଭିନୟ ସବୁ କ୍ଷେତ୍ରରେ ଦକ୍ଷତା ହାସଲ କରିଥିଲେ।

ପରବର୍ତ୍ତୀ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଅମିର୍‌ ଖାନ ଅତ୍ୟନ୍ତ ଫଳପ୍ରଦ ଆଲୋଚନା କରିଥିଲେ। ଅମିର୍‌ କହିଥିଲେ, ଆଜୀବନ ତାଙ୍କର କାହାଣୀ ପ୍ରତି ରୁଚି ଏବଂ ଆଗ୍ରହ ରହିଛି । ପିଲାଦିନୁ ସେ ନିଜ ଜେଜେମା’ଙ୍କ କାହାଣୀ ଏବଂ ରେଡିଓରେ ହୱା ମହଲର ଯାଦୁ କଥା ଶୁଣି ଆମୋଦିତ ହୋଇଥିଲେ। ପ୍ରାରମ୍ଭିକ ଜୀବନରେ ଏହି ମୁହୂର୍ତ୍ତ ତାଙ୍କୁ ଅଧିକ ସୃଜନଶୀଳ କରିଥିଲା ବୋଲି ସେ କହିଛନ୍ତି। ଅମିର୍‌ କହିଥିଲେ, ଅନ୍ୟ ନିର୍ମାତାଙ୍କ ବିପରୀତ ସେ ସବୁବେଳେ ଅଭିନବ କାହାଣୀ ସନ୍ଧାନରେ ଥାଆନ୍ତି। ନିଜର ଭାବନା ଏବଂ ହୃଦୟକୁ ପ୍ରଭାବିତ କରୁଥିବା କାହାଣୀ ସବୁବେଳେ ତାଙ୍କୁ ଆକୃଷ୍ଟ କରିଥାଏ ବୋଲି ସେ କହିଥିଲେ। ଏହି ପରିପ୍ରେକ୍ଷୀରେ ସେ ଲଗାନ୍‌ ଭଳି ଚଳଚ୍ଚିତ୍ରର ଉଦାହରଣ ଦେଇଥିଲେ। ଏହି ଅଣପାରମ୍ପରିକ ନିଷ୍ପତ୍ତି ତାଙ୍କୁ ଦର୍ଶକଙ୍କ ସହ ଯୋଡ଼ି ହେବା ଲାଗି ଅଧିକ ସୁଯୋଗ ଦେଇଥିଲା ବୋଲି ଅମିର୍‌ କହିଥିଲେ।

ସାମାଜିକ ବାର୍ତ୍ତା ବହନ କରୁଥିବା ଏବଂ ତାଙ୍କ ମନକୁ ଛୁଇଁଥିବା ଚଳଚ୍ଚିତ୍ର ସେ ବାଛିଥା’ନ୍ତି ବୋଲି ଅମିର୍‌ କହିଥିଲେ। ଉଦ୍ଦେଶ୍ୟମୂଳକ ଭାବେ ନୁହେଁ ବରଂ ସ୍ୱାଭାବିକ ଭାବେ ସେ ଏଭଳି ଅସାଧାରଣ ଚଳଚ୍ଚିତ୍ର କାହାଣୀ ଚୟନ କରିଥା’ନ୍ତି ବୋଲି ସେ କହିଥିଲେ। ତାରେ ଜମିନ୍‌ ପର୍‌, ଥ୍ରୀ ଇଡିୟଟ୍ସ, ଦଙ୍ଗଲ, ଲାପତା ଲେଡିଜ୍‌ ଭଳି ଚଳଚ୍ଚିତ୍ରର ଉଦାହରଣ ଦେଇ ଅମିର କହିଥିଲେ, ଏସବୁ ଚଳଚ୍ଚିତ୍ର ଭିନ୍ନ ଦୁନିଆ ଏବଂ ଚରିତ୍ର ସୃଷ୍ଟି କରିଛି ବୋଲି ସେ କହିଥିଲେ।

ସେ କହିଥିଲେ, ସେ ଜଣେ ସମ୍ପୂର୍ଣ୍ଣ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ, କର୍ମୀ ନୁହନ୍ତି, ତାଙ୍କର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଦର୍ଶକଙ୍କ ମନୋରଞ୍ଜନ କରିବା। ତାଙ୍କର ପ୍ରଯୋଜନାରେ ଆଗକୁ ଲାହୋର 1947, ହାପି ପଟେଲ୍‌ ଭଳି ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ପ୍ରକଳ୍ପ ବିଷୟରେ ସେ ସୂଚନା ଦେଇଥିଲେ। ଆହୁରି ସେ କହିଥିଲେ, ସଚେତନତାର ସହିତ ନିର୍ଦ୍ଦେଶନା ଦେବାକୁ ନିଷ୍ପତ୍ତି ନେଲେ ହୁଏତ’ ସେ ଅଭିନୟ କରିବା ଛାଡ଼ି ଦେବେ। ଆଲୋଚନା ସମୟରେ ଉପସ୍ଥିତ ଦର୍ଶକଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ ଅମିର୍‌। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଏହି ଅଧିବେଶନର ଶେଷରେ ଅମିର ଖାନଙ୍କୁ ସମ୍ମାନିତ କରିଥିଲେ।

ଅମିର ଖାନ୍ ଆଇଏଫଏଫଆଇ ଫାୟାରସାଇଡ୍‌ ଚାଟ
Share. Facebook Twitter LinkedIn Email WhatsApp Copy Link

Related Posts

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026

ପଞ୍ଜାବରେ ବିଜେପିର ରାଜନୈତିକ ରଣନୀତି, ଗାଁରୁ ବିଧାନସଭା ଆସନ ଯାଏଁ ହେବ ଅଭିଯାନ

September 10, 2026
Latest News

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.