Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆମ ବିଜେତା ଦଳରୁ ଯଥାସମ୍ଭବ ଅଧିକ ଖେଳାଳିଙ୍କୁ ଫେରାଇ ଆଣିବା ଆମ ରଣନୀତି ରହିଥିଲା: ନୀତା ଅମ୍ବାନୀ
ଆଜିର ଖବର

ଆମ ବିଜେତା ଦଳରୁ ଯଥାସମ୍ଭବ ଅଧିକ ଖେଳାଳିଙ୍କୁ ଫେରାଇ ଆଣିବା ଆମ ରଣନୀତି ରହିଥିଲା: ନୀତା ଅମ୍ବାନୀ

November 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନୀତା ଅମ୍ବାନୀ
ଆମ ବିଜେତା ଦଳରୁ ଯଥାସମ୍ଭବ ଅଧିକ ଖେଳାଳିଙ୍କୁ ଫେରାଇ ଆଣିବା ଆମ ରଣନୀତି ରହିଥିଲା: ନୀତା ଅମ୍ବାନୀ

ନୁଆଦିଲ୍ଲୀ: ଗୁରୁବାର ନୂଆଦିଲ୍ଲୀରେ ଅନୁଷ୍ଠିତ ମେଗା ନିଲାମରେ ଦଳରୁ ପୂର୍ବ ଚାମ୍ପିଅନମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଫେରାଇ ଆଣିବାରେ ସଫଳ ହେବା ପରେ ଦୁଇ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ୨୦୨୬ ରେ ମହିଳା ପ୍ରିମିୟର ଲିଗର ଏକ ନୂତନ ସିଜିନ ପୂର୍ବରୁ ନିଜ ଆତ୍ମବିଶ୍ୱାସ ଦୃଢ଼ କରିଛି। ଦଳର ଚିନ୍ତାଧାରା ସମ୍ପର୍କରେ ଶ୍ରୀମତୀ ନୀତା ଏମ୍ ଅମ୍ବାନୀ କହିଛନ୍ତି, “ନିଲାମ ଦିନଗୁଡ଼ିକ ପ୍ରକୃତରେ ରୋମାଞ୍ଚକର କିନ୍ତୁ ଅନେକ ସମୟରେ ଉତ୍କଣ୍ଠାପୂର୍ଣ୍ଣ ମଧ୍ୟ ହୋଇଥାଏ। ଆମର ରଣନୀତି ଥିଲା ୨୦୨୫ ର ଆମର ବିଜେତା ଦଳରୁ ଯଥାସମ୍ଭବ ଅଧିକ ଖେଳାଳିଙ୍କୁ ଫେରାଇ ଆଣିବା। ମୁଁ ଆମେଲିଆ କେର ଏବଂ ଆମର ଚାରି ଜଣ ଏସ, ଶବନିମ, ସାଇକା, ସଜାନା ଏବଂ ସଂସ୍କୃତିଙ୍କୁ ଫେରାଇ ଆଣିପାରିଥିବାରୁ ବହୁତ ଉତ୍ସାହିତ। ଆମେ ତିନି ଜଣ ଯୁବ ପ୍ରତିଭା – ରାହିଲା ଫିରଦୌସ୍, ନାଲ୍ଲା କ୍ରାନ୍ତି ରେଡ୍ଡୀ ଏବଂ ତ୍ରିବେଣୀ ବଶିଷ୍ଠଙ୍କୁ ସ୍ୱାଗତ କରିବାକୁ ବେଶ ଉତ୍ସାହିତ ରହିଛୁ। ଏହି ଅବସରରେ ମୁଁ ପୁନମ ଖେମନାର, ମିଲି ଇଲିଙ୍ଗୱର୍ଥ ଏବଂ ନିକୋଲା କେରିଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ପରିବାରକୁ ସ୍ୱାଗତ କରୁଛି।”

ରିଟେନ ରହିଥିବା ଅଧିନାୟିକା ହରମନପ୍ରୀତ କୌର, ନାଟ୍ ସାଇଭର-ବ୍ରଣ୍ଟ, ହେଲି ମାଥ୍ୟୁସ୍, ଅମନଜୋତ କୌର ଏବଂ ଜି କମଳିନିଙ୍କ ସମେତ, ଏମଆଇ ନିକଟରେ ଅନୁଷ୍ଠିତ ଟି-୨୦ ବିଶ୍ୱକପରେ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ଆମେଲିଆ କେର ଏବଂ ଏସ୍ ସଜାନା, ସାଇକା ଇସାକ, ସଂସ୍କୃତି ଗୁପ୍ତା ଏବଂ ଅଭିଜ୍ଞ ପେସର ଶବନିମ୍ ଇସମାଇଲଙ୍କୁ ଫେରାଇ ଆଣିବାରେ ସଫଳ ହୋଇଛି। ଭାରତର ବିଶ୍ୱକପ୍ ବିଜୟୀ ଅଧିନାୟିକା ହରମନପ୍ରୀତ ମଧ୍ୟ ନୂଆଦିଲ୍ଲୀରେ ଅନୁଷ୍ଠିତ ନିଲାମରେ ଉପସ୍ଥିତ ରହି ନିଲାମ ଟେବୁଲ ଆଲୋଚନା ଏବଂ ରଣନୀତିରେ ତାଙ୍କର ଅଭିଜ୍ଞତା ଯୋଡିଥିଲେ।

ନିଜ ଅଭିଜ୍ଞତା ସମ୍ପର୍କରେ ହରମନପ୍ରୀତ କହିଛନ୍ତି, “ପ୍ରାରମ୍ଭରେ ମୁଁ ସାମାନ୍ୟ ନର୍ଭସ ଥିଲି କିନ୍ତୁ ଆମେ ଏହା ପାଇଁ ଯେଉଁଭଳି ଯୋଜନା କରିଥିଲୁ ଏବଂ ସମସ୍ତଙ୍କ ସମ୍ପୃକ୍ତି ରହିଥିଲା, ବିଶେଷକରି ନୀତା ମ୍ୟାଡାମଙ୍କ ସମ୍ପୃକ୍ତି ମୋତେ ବେଶ ଭଲ ଲାଗିଲା। ସେ ସର୍ବଦା ଆମର ସବୁଠାରୁ ବଡ଼ ସମର୍ଥକ ରହିଆସିଛନ୍ତି ଏବଂ ସର୍ବଦା ଆମକୁ ସମର୍ଥନ କରନ୍ତି। ଆମେ ଆମର ଅଧିକାଂଶ ପୁରୁଣା ସାଥୀ ଖେଳାଳିଙ୍କୁ ଫେରିପାଇଛୁ ତେଣୁ ଏହା ଆମର ସେମାନଙ୍କ ଉପରେ କିଭଳି ବିଶ୍ୱାସ ଏବଂ ଭରସା ରହିଛି ତାହା ଦର୍ଶାଉଛି।”

ପୁଣିଥରେ କ୍ରୟ କରାଯାଇଥିବା ପାଞ୍ଚ ଜଣ ଖେଳାଳି ପୂର୍ବରୁ ଏମଆଇର ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସାଇକା, ସଜାନା ଏବଂ ସଂସ୍କୃତି ଏମଆଇ ଦ୍ୱାରା ଆବିଷ୍କୃତ ହୋଇ ସେମାନଙ୍କର ଡେବ୍ୟୁ କରିବା ପରେ ଟୁର୍ଣ୍ଣାମେଣ୍ଟରେ ବ୍ରେକଆଉଟ୍ ଷ୍ଟାର ରହିଥିଲେ।

ପ୍ରତିଷ୍ଠିତ ନାମ ସହିତ, ଏମଆଇ ଏକାଧିକ ବିଶ୍ୱକପ୍ ବିଜେତା ଅଷ୍ଟ୍ରେଲିଆର ଅଲରାଉଣ୍ଡର ନିକୋଲା କେରି, ଏବଂ ଯୁବ ପେସ୍ ସେନସେସନ୍ ମିଲି ଇଲିଙ୍ଗୱର୍ଥଙ୍କୁ ଦଳରେ ସାମିଲ କରିଛି।

ଯୁବ ଭାରତୀୟ ପ୍ରତିଭାକୁ ସମର୍ଥନ କରିବାର ଏହାର ନୀତି ଅନୁଯାୟୀ, ଏମଆଇ ପ୍ରଥମ ଥର ପାଇଁ ମହିଳା ପ୍ରିମିୟର ଲିଗରେ ଅଂଶଗ୍ରହଣ କରିବାକୁ ଯାଉଥିବା ଭାରତୀୟ ଅଲରାଉଣ୍ଡର ନାଲ୍ଲା କ୍ରାନ୍ତି ରେଡ୍ଡୀ ଏବଂ ତ୍ରିବେଣୀ ବଶିଷ୍ଠଙ୍କୁ ସାମିଲ କରି ଏକ ସନ୍ତୁଳିତ ଦଳ ଗଠନ କରିଛି।

ମଧ୍ୟପ୍ରଦେଶର ଅଧିନାୟିକା ରାହିଲା ଫିରଦୌସ୍ ଏବଂ ପୁନମ୍ ଖେମନାରଙ୍କ ଅଭିଜ୍ଞ ଯୋଡ଼ି ଦଳକୁ ଅଧିକ ଘରୋଇ ଅଭିଜ୍ଞତା ଆଣିବେ।

ନୀତା ଅମ୍ବାନୀ ମହିଳା ପ୍ରିମିୟର ଲିଗ ମୁମ୍ବାଇ ଇଣ୍ଡିଆନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଟି୨୦ ବିଶ୍ୱକପ୍: ଏହି ଦିନ ଘୋଷଣା ହେବ ଭାରତୀୟ ଦଳ, ଜାଣନ୍ତୁ ସମ୍ଭାବ୍ୟ ୧୫ ଖେଳାଳି

December 19, 2025

ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି

December 19, 2025

ସିଆଇଆଇ ପକ୍ଷରୁ ଭାରତର ଶ୍ରେଷ୍ଠ ଇନୋଭେଟରଙ୍କ ମଧ୍ୟରେ ଜିଓ ସାମିଲ 

December 19, 2025

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ୨୦୨୬ ବର୍ଷର କ୍ୟାଲେଣ୍ଡର ଓ ଡାଏରୀର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

December 19, 2025
Latest News

୨୦୨୬ ଟି୨୦ ବିଶ୍ୱକପ୍: ଏହି ଦିନ ଘୋଷଣା ହେବ ଭାରତୀୟ ଦଳ, ଜାଣନ୍ତୁ ସମ୍ଭାବ୍ୟ ୧୫ ଖେଳାଳି

December 19, 2025

ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି

December 19, 2025

ସିଆଇଆଇ ପକ୍ଷରୁ ଭାରତର ଶ୍ରେଷ୍ଠ ଇନୋଭେଟରଙ୍କ ମଧ୍ୟରେ ଜିଓ ସାମିଲ 

December 19, 2025

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ୨୦୨୬ ବର୍ଷର କ୍ୟାଲେଣ୍ଡର ଓ ଡାଏରୀର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

December 19, 2025

ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷରେ ଭିଡ଼ ପରିଚାଳନା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଆରମ୍ଭ କରିଛି ଭାରତୀୟ ରେଳ

December 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.