Categories
ଆଜିର ଖବର ଖେଳ ଜାତୀୟ ଖବର

ନୀତା ଅମ୍ବାନୀଙ୍କୁ ସ୍ପୋର୍ଟ୍ସ ଲିଡର-ଅଫ-ଦି-ଇୟର ପୁରସ୍କାର

ନୂଆଦିଲ୍ଲୀ: ରିଲାଏନ୍ସ ଫାଉଣ୍ଡେସନ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ ଅମ୍ବାନୀଙ୍କୁ ଭାରତରେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ପୋର୍ଟ୍ସ ଲିଡର-ଅଫ-ଦି-ଇୟର (ମହିଳା) ପୁରସ୍କାରରେ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସିଆଇଆଇ ସ୍କୋରକାର୍ଡ଼ ୨୦୨୩ କାର୍ଯ୍ୟକ୍ରମରେ ସମ୍ମାନିତ ଓ ପୁରସ୍କୃତ କରାଯାଇଛି। ଏଥିସହିତ କ୍ରୀଡା କ୍ଷେତ୍ରରେ ଉତ୍କର୍ଷର ମାନକ ସ୍ଥାପିତ କରିଥିବାରୁ ରିଲାଏନ୍ସ ଫାଉଣ୍ଡେସନକୁ ମଧ୍ୟ କ୍ରୀଡାକୁ ପ୍ରୋତ୍ସାହନ ଦେଉଥିବା ଶ୍ରେଷ୍ଠ କର୍ପୋରେଟ ପୁରସ୍କାର ପ୍ରଦାନ କରାଯାଇଛି।

ଏହି ଅବସରରେ ରିଲାଏନ୍ସ ଫାଉଣ୍ଡେସନ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ. ଅମ୍ବାନୀ କହିଛନ୍ତି ” ସିଆଇଆଇ ସ୍ପୋର୍ଟ୍ସ ବିଜିନେସ ଆୱାର୍ଡରେ ସ୍ପୋର୍ଟ୍ସ ଲିଡର-ଅଫ-ଦି-ଇୟର ପୁରସ୍କାର ଏବଂ କ୍ରୀଡାକୁ ପ୍ରୋତ୍ସାହନ ଦେଉଥିବା ଶ୍ରେଷ୍ଠ କର୍ପୋରେଟ ପୁରସ୍କାର ଗ୍ରହଣ କରି ମୁଁ ବେଶ ଗୌରବାନ୍ୱିତ ଅନୁଭବ କରୁଛି। କ୍ରୀଡା ଏକ ଅନନ୍ୟ ଏକତା ଓ ସମାନତା ସୃଷ୍ଟିକାରୀ ଏବଂ ଶକ୍ତି ପ୍ରଦାନକାରୀ ବୋଲି ମୋର ଦୃଢ ବିଶ୍ୱାସ ରହିଛି। ୨୦୨୩ ବର୍ଷ ବାସ୍ତବରେ ଭାରତର କ୍ରୀଡା ଉତ୍କର୍ଷର ବର୍ଷ ହୋଇଛି। ବିବିଧ କ୍ରୀଡ଼ାରେ ମେଡାଲ ଜିତି ଓ ବିଜୟୀ ହୋଇ ଆମ ଆଥଲେଟମାନେ ବିଶ୍ୱ ସ୍ତରରେ ଦେଶର ଗୌରବ ବଢ଼ାଇଛନ୍ତି। ୧୪୧ତମ ଆନ୍ତର୍ଜାତିକ ଅଲମ୍ପିକ କମିଟି ଅଧିବେଶନ ମୁମ୍ବାଇରେ ଆୟୋଜିତ କରି ଆମେ ଅଲମ୍ପିକ ଅଭିଯାନକୁ ୪୦ ବର୍ଷ ପରେ ଭାରତକୁ ନେଇଆସିଛୁ। ରିଲାଏନ୍ସ ଫାଉଣ୍ଡେସନରେ ଆମେ ଭାରତର ଯୁବ ପିଢ଼ିକୁ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ଓ ସହାୟତା ପ୍ରଦାନ କରି ଭାରତକୁ ବିଶ୍ୱର କ୍ରୀଡା ଶକ୍ତିକେନ୍ଦ୍ରରେ ପରିଣତ କରିବାକୁ ପ୍ରତିବଦ୍ଧ ରହିଛୁ।”

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ସ୍ୱଦେଶ ପକ୍ଷରୁ ଭାରତୀୟ କଳା ଓ ହସ୍ତଶିଳ୍ପ ପାଇଁ ଏକ ନୂତନ ପେଣ୍ଠସ୍ଥଳ ଉନ୍ମୋଚିତ

ହାଇଦ୍ରାବାଦ: ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ ବୁଧବାର ତେଲେଙ୍ଗାନାରେ ରିଲାଏନ୍ସ ରିଟେଲ ର ପ୍ରଥମ ସ୍ୱଦେଶ ଷ୍ଟୋରକୁ ଉଦଘାଟନ କରିବା ସହ ଭାରତୀୟ କଳା ଓ ହସ୍ତଶିଳ୍ପ କ୍ଷେତ୍ରରେ ଏକ ନୂତନ ଧାରାର ଶୁଭାରମ୍ଭ ହୋଇଛି ।

ପାରମ୍ପରିକ ଶିଳ୍ପୀ ଏବଂ କାରିଗରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନର ଦୀର୍ଘ ଦିନର ପ୍ରତିବଦ୍ଧତା ଏବଂ ସେମାନଙ୍କ ପ୍ରତିଭା ଏବଂ ଦକ୍ଷତାକୁ ବ୍ୟାପକ ଭାବେ ଲୋକମାନଙ୍କ ନିକଟରେ ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ସୃଷ୍ଟି କରିବା ନେଇ ଶ୍ରୀମତୀ ଅମ୍ବାନୀଙ୍କର ରହିଥିବା ଲକ୍ଷ୍ୟରୁ ଜନ୍ମିତ ସ୍ୱଦେଶ, ଭାରତର ଦୀର୍ଘ ଦିନର କଳା ଏବଂ ହସ୍ତଶିଳ୍ପର ବିଶ୍ୱସ୍ତରରେ ଗ୍ରହଣୀୟତା ତଥା ଭାବନାରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛି।

ରିଲାଏନ୍ସ ରିଟେଲ ର ସ୍ୱଦେଶ ଷ୍ଟୋରଗୁଡ଼ିକ କେବଳ ଶତାବ୍ଦୀ ପୁରୁଣା କଳା ଏବଂ ସୃଜନଶୀଳ ଅଭିବ୍ୟକ୍ତି ମାଧ୍ୟମରେ ଭାରତକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବ ନାହିଁ ବରଂ କାରିଗର ତଥା ଶିଳ୍ପୀମାନଙ୍କ ପାଇଁ ସ୍ଥାୟୀ ଜୀବିକା ସୁଯୋଗ ମଧ୍ୟ ଖୋଲିବ, ଯାହା ଦ୍ରୁତ ଗତିରେ ବିକଶିତ ହେଉଥିବା ବିଶ୍ୱରେ ସେମାନଙ୍କ କାର୍ଯ୍ୟକୁ ସୁରକ୍ଷିତ ରଖିବାକୁ ସୁନିଶ୍ଚିତ କରିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ )ର ଦାତବ୍ୟ ସଂସ୍ଥା ରିଲାଏନ୍ସ ଫାଉଣ୍ଡେସନର ଉଦ୍ଦେଶ୍ୟ ଅନୁଯାୟୀ ଅଭିନବ ତଥା ସ୍ଥାୟୀ ସମାଧାନ ମାଧ୍ୟମରେ ଭାରତର ବିକାଶମୂଳକ ଆହ୍ୱାନର ମୁକାବିଲା କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା

ହାଇଦ୍ରାବାଦରେ ପ୍ରଥମ ଏକକ ସ୍ୱଦେଶ ଷ୍ଟୋରର ଶୁଭାରମ୍ଭ ଅବସରରେ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ନୀତା ଅମ୍ବାନୀ କହିଛନ୍ତି ଯେ, “ସ୍ୱଦେଶ ଭାରତର ପାରମ୍ପରିକ କଳା ଓ କାରିଗରମାନଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି। ଦେଶର ଦୀର୍ଘ ଦିନର କଳା ଓ ହସ୍ତଶିଳ୍ପ କୁ ସଂରକ୍ଷିତ ଓ ପ୍ରୋତ୍ସାହିତ କରିବା ଦିଗରେ ଏହା ଆମର ବିନମ୍ର ଉଦ୍ୟମ।

ସ୍ୱଦେଶ ‘ମେକ୍ ଇନ୍ ଇଣ୍ଡିଆ’ର ଭାବନା ଉପରେ ଗୁରୁତ୍ୱ ପ୍ରଦାନ କରିବା ସହ ଆମର ଦକ୍ଷ କାରିଗରମାନଙ୍କୁ ସମ୍ମାନ ଓ ଜୀବିକା ପ୍ରଦାନ କରୁଛି। ସେମାନେ ପ୍ରକୃତରେ ଆମ ଦେଶର ଗର୍ବ ଅଟନ୍ତି ଏବଂ ସ୍ୱଦେଶ ମାଧ୍ୟମରେ ଆମେ ସେମାନଙ୍କୁ ବିଶ୍ୱସ୍ତରୀୟ ସ୍ୱୀକୃତି ପ୍ରଦାନ କରିବାକୁ ଆଶା କରୁଛୁ ଯାହା ସେମାନେ ପାଇବାକୁ ଯୋଗ୍ୟ। ସେଥିପାଇଁ ଆମେ କେବଳ ଭାରତନୁହେଁ, ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଆମେରିକା ଓ ୟୁରୋପରେ ସ୍ୱଦେଶକୁ ବିସ୍ତାର କରିବାକୁ ଉତ୍ସାହିତ ରହିଛୁ। ”

ରିଲାଏନ୍ସ ଫାଉଣ୍ଡେସନର ନିରନ୍ତର ପ୍ରୟାସର ସାକ୍ଷୀ ସ୍ୱରୂପ, ଭାରତୀୟ କାରିଗରମାନେ ନିକଟରେ ମୁମ୍ବାଇରେ ଆରମ୍ଭ ହୋଇଥିବା ତଥା କଳା ଏବଂ ସଂସ୍କୃତି କ୍ଷେତ୍ରରେ ସୃଷ୍ଟି ହୋଇଥିବା ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର (ଏନଏମଏସିସି)ରେ ସୁନ୍ଦର ସ୍ୱଦେଶ ଏକ୍ସପେରିଏନ୍ସ ଜୋନରେ ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ଅତିଥିଙ୍କ ଠାରୁ ବେଶ ପ୍ରଶଂସା ପାଇଥିଲେ। ପର୍ଯ୍ୟଟକମାନେ ଅଭିଜ୍ଞ / ମାଷ୍ଟର କାରିଗରମାନଙ୍କୁ ସେମାନଙ୍କର ପାରମ୍ପରିକ କର୍ମକ୍ଷେତ୍ରର କାର୍ଯ୍ୟ କରୁଥିବାର ଦେଖିବା ସହ ସେମାନଙ୍କ ସହିତ କଥାବାର୍ତା କରିଥିଲେ ଏବଂ ସେମାନଙ୍କ କଳାକୃତିକୁ ମଧ୍ୟ କିଣିଥିଲେ।

ମେ’ ମାସ ପ୍ରାରମ୍ଭରେ ତିନି ଦିନ ଧରି ଆୟୋଜିତ ହେବାକୁ ଥିବା ଏନ୍‌ଏମ୍‌ଏସିସି ସ୍ୱଦେଶ ପ୍ରଦର୍ଶନୀକୁ ଜନସାଧାରଣଙ୍କ ବ୍ୟାପକ ଚାହିଦା ଦୃଷ୍ଟିରୁ ସମୟ ସୀମା ବୃଦ୍ଧି କରାଯାଇଥିଲା। ସେଠାରେ ବହୁ ଲୋକଙ୍କ ଆଗମନ ହୋଇଥିଲା ଏବଂ କାରିଗରମାନଙ୍କୁ ଦୈନିକ ବରାଦ ମିଳୁଥିଲା ଯାହାର ସମଗ୍ର ପାଣ୍ଠି କାରିଗରମାନଙ୍କ ପାଖକୁ ଯାଇଥିଲା।

ଏହାବ୍ୟତୀତ ସ୍ୱଦେଶ ଅଭିଯାନର ଏକ ଅଂଶ ଭାବରେ ତୃଣମୂଳ ସ୍ତରରେ ପହଞ୍ଚିବା ସୁନିଶ୍ଚିତ କରିବା ଏବଂ ଆଞ୍ଚଳିକ କାରିଗର ସମ୍ପ୍ରଦାୟ ଏବଂ କଳାକୁ ବଜାୟ ରଖିବାରେ ଯୋଗଦାନ ଦେବା ପାଇଁ ସମଗ୍ର ଭାରତରେ ୧୮ଟି ରିଲାଏନ୍ସ ଫାଉଣ୍ଡେସନ ଆର୍ଟିସନ ଇନିସିଏଟିଭ୍ ଫର୍ ସ୍କିଲ୍ ଏନହାନସମେଣ୍ଟ (ଆରଏଆଇଏସଇ) କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ଏହା ଦ୍ୱାରା ୬୦୦ରୁ ଅଧିକ ପ୍ରକାରର ହସ୍ତକଳା ଓ ହସ୍ତଶିଳ୍ପ ଉତ୍ପାଦନ / ସଂଗ୍ରହ ସମ୍ଭବ ହେବ ବୋଲି ଆଶା କରାଯାଉଛି।

ରିଲାଏନ୍ସ ରିଟେଲ୍ ର ଅଭିଯାନ ସ୍ୱଦେଶ ଷ୍ଟୋର୍ ହେଉଛି ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସୌନ୍ଦର୍ଯ୍ୟକୁ ଉପଯୋଗ କରିବା ଏବଂ ଏହାର କଳାକୁ ସଂରକ୍ଷିତ ରଖିବା ପାଇଁ ରିଲାଏନ୍ସ ଫାଉଣ୍ଡେସନର ଯାତ୍ରାର ଏକ ସ୍ୱାଭାବିକ ଅଗ୍ରଗତି। ତେଲେଙ୍ଗାନାର ଜୁବିଲି ହିଲ୍ସରେ ଖୋଲିଥିବା ପ୍ରଥମ ସ୍ୱଦେଶ ଷ୍ଟୋର ୨୦,୦୦୦ ବର୍ଗଫୁଟ ପରିବ୍ୟାପ୍ତ ଯେଉଁଠାରେ ଭାରତର କୁଶଳୀ ଏବଂ ପ୍ରତିଭାବାନ କାରିଗରମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ହାତରେ ପ୍ରସ୍ତୁତ ସାମଗ୍ରୀର ଏକ ସାମଗ୍ରିକ ସଂଗ୍ରହ ରହିବ ଯାହାକୁ ଲୋକମାନେ ବହୁ ଦିନ ଧରି ଭୁଲି ଯାଇଛନ୍ତି।

ପରିଦର୍ଶକମାଦନେ ଖାଦ୍ୟ ଉତ୍ପାଦଠାରୁ ଆରମ୍ଭ କରି ପୋଷାକ, ବୟନ ସାମଗ୍ରୀ ଏବଂ ହସ୍ତକଳା ଆଦିକୁ ବିଭିନ୍ନ ଜୋନରେ ଦେଖିପାରିବେ ଏବଂ ଏକ ଚମତ୍କାର ପରିବେଶରେ ଭାରତର ପାରମ୍ପରିକ ପରିକଳ୍ପନାକୁ ଉପଭୋଗ କରିପାରିବେ। ସେମାନେ ପ୍ରତିଟି ଉତ୍ପାଦ ପଛରେ ରହିଥିବା କାହାଣୀକୁ ‘ସ୍କାନ ଆଣ୍ଡ ନୋ’ ପ୍ରଯୁକ୍ତି ଫିଚର ଜରିଆରେ ଜାଣିପାରିବେ।

ଗ୍ରାହକମାନେ ସ୍ୱଦେଶ ଟିମ ସହିତ ମିଳିତ ଭାବରେ ସେମାନଙ୍କ ଚାହିଦା ମୁତାବକ ସ୍ୱତନ୍ତ୍ର ଉତ୍ପାଦ ପ୍ରସ୍ତୁତି ପାଇଁ ଏକ ସ୍ୱତନ୍ତ୍ର ଚାହିଦା ମୁତାବକ ପ୍ରସ୍ତୁତି ସେବା ସହିତ ଏହି ଷ୍ଟୋରରେ କୃଷି କ୍ଷେତ୍ରରୁ ଟେବୁଲ ଚିନ୍ତାଧାରାରେ ଏକ କାଫେ ରହିଛି।

Categories
ଆଜିର ଖବର ଜାତୀୟ ଖବର

ନୀତା ଅମ୍ବାନୀଙ୍କ ୬୦ ତମ ଜନ୍ମଦିନରେ ଅନ୍ନ ସେବା, ସାରା ଦେଶରେ ୧.୪ ଲକ୍ଷ ଭୋଜନ ବଣ୍ଟନ

ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ନୀତା ଅମ୍ବାନୀ ନଭେମ୍ବର ୧ ତାରିଖରେ ୩୦୦୦ ବଞ୍ଚିତ ବର୍ଗର ପିଲାଙ୍କ ସହିତ ନିଜ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସାରା ଦେଶରେ ଅନ୍ନ ସେବା ଜରିଆରେ ୧୫ଟି ରାଜ୍ୟର ୧.୪ ଲକ୍ଷ ଲୋକଙ୍କୁ ଭୋଜନ ପ୍ରଦାନ କରାଯାଇଛି। ଅନ୍ନ ସେବା ଜରିଆରେ ପ୍ରାୟ ୭୫୦୦୦ ଲୋକଙ୍କୁ ରନ୍ଧା ହୋଇଥିବା ଭୋଜନ ପ୍ରଦାନ କରାଯାଇଥିବା ବେଳେ ପ୍ରାୟ ୬୫୦୦୦ ଲୋକଙ୍କୁ ଶୁଖିଲା ରାସନ/ଗ୍ରୋସରୀ ପ୍ରଦାନ କରାଯାଇଛି।

ଶିଶୁ, ଵୃଦ୍ଧାଶ୍ରମରେ ରହୁଥିବା ବରିଷ୍ଠ ନାଗରିକ, ଦିନ ମଜୁରିଆ, କୁଷ୍ଠ ଆକ୍ରାନ୍ତ ବ୍ୟକ୍ତି, ଭିନ୍ନକ୍ଷମ ଏବଂ ବିଶେଷ ଆବଶ୍ୟକତା ରହିଥିବା ଲୋକମାନଙ୍କୁ ଏହି ଅନ୍ନ ସେବାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଭୋଜନ ବିତରଣ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଗରମ ଭୋଜନ ପ୍ରଦାନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ରିଲାଏନ୍ସର ସ୍ୱୟଂସେବକ ମାନେ କରିଛନ୍ତି।

ନୀତା ଅମ୍ବାନୀ ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରେ ବଞ୍ଚିତ ବର୍ଗର ୩୦୦୦ ପିଲାଙ୍କ ସହିତ ନିଜ ଜନ୍ମଦିନ ପାଳନ କରିଛନ୍ତି। ଏହି ସମାରୋହ ବେଶ ସ୍ୱତନ୍ତ୍ର ଥିଲା କାରଣ ସ୍କୁଲ ଯାଉଥିବା ୩୦୦୦ ବଞ୍ଚିତ ବର୍ଗର ପିଲା ଏଥିରେ ମନୋରଞ୍ଜନ ଓ ଉପହାରର ମଜା ନେବା ସହିତ ଅନ୍ନ ସେବାରେ ସାମିଲ ହୋଇଥିଲେ ଯେଉଁଥିରେ ନିଜର ୬୦ ତମ ଜନ୍ମଦିନରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ଶ୍ରୀମତୀ ନୀତା ଅମ୍ବାନୀ ନିଜେ ସମସ୍ତଙ୍କୁ ଖାଦ୍ୟ ପରସିଥିଲେ।

ଓଡ଼ିଶାରେ ଏହି ଅବସରରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ

ଭଦ୍ରକ, ବାଲେଶ୍ବର, ଭୁବନେଶ୍ୱର, ପୁରୀ ଓ ବରଗଡ଼ ରେ ୫୫୦୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ଶୁଖିଲା ରାସନ / ଗ୍ରୋସରୀ ବଣ୍ଟନ କରାଯାଇଛି। ଶିଶୁ, ଵୃଦ୍ଧାଶ୍ରମରେ ରହୁଥିବା ବରିଷ୍ଠ ନାଗରିକ, ଦିନ ମଜୁରିଆ, କୁଷ୍ଠ ଆକ୍ରାନ୍ତ ବ୍ୟକ୍ତି, ଭିନ୍ନକ୍ଷମ, ମତ୍ସ୍ୟଜୀବୀ ଏବଂ ବିଶେଷ ଆବଶ୍ୟକତା ରହିଥିବା ଲୋକମାନଙ୍କୁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଏନଜିଓ ସହଯୋଗୀଙ୍କ ଜରିଆରେ ଏହି ଶୁଖିଲା ରାସନ / ଗ୍ରୋସରୀ ବଣ୍ଟନ କରାଯାଇଛି।

ସୂଚନାଯୋଗ୍ୟ ଯେ କରୋନା ମହାମାରୀ ସମୟରେ ନୀତା ଅମ୍ବାନୀଙ୍କ ରିଲାଏନ୍ସ ଫାଉଣ୍ଡେସନ ଅନ୍ନ ସେବା ନାମରେ ସେହି ସମୟର ସବୁଠାରୁ ବଡ ଭୋଜନ ବିତରଣ କାର୍ଯ୍ୟକ୍ରମ କରିଥିଲା। ନୀତା ଅମ୍ବାନୀଙ୍କ ଜନ୍ମଦିନରେ ଭୋଜନ ବିତରଣ ସେହି ପରମ୍ପରାର ସମ୍ପ୍ରସାରଣ ବୋଲି ଫାଉଣ୍ଡେସନ ପକ୍ଷରୁ ପ୍ରକାଶ କରାଯାଇଛି।

ଶିକ୍ଷା, ମହିଳା ସଶକ୍ତିକରଣ, କ୍ରୀଡା, କଳା ଓ ସଂସ୍କୃତି କ୍ଷେତ୍ରରେ ନୀତା ଅମ୍ବାନୀଙ୍କ ଅନେକ ଅନନ୍ୟ ଉପଲବ୍ଧି ରହିଛି । ନୀତାଙ୍କ ନେତୃତ୍ୱରେ ରିଲାଏନ୍ସ ଫାଉଣ୍ଡେସନ ସାରା ଦେଶରେ ସାତ କୋଟି ଦଶ ଲକ୍ଷ ରୁ ଅଧିକ ଲୋକଙ୍କ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ୟୁଏସ୍ ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍ ପକ୍ଷରୁ ନୀତା ଅମ୍ବାନୀଙ୍କୁ ଗ୍ଲୋବାଲ ଲିଡରସିପ୍ ପୁରସ୍କାର

ନୂଆଦିଲ୍ଲୀ: ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ ଗ୍ଲୋବାଲ ଲିଡରସିପ୍ ପୁରସ୍କାରରେ ସମ୍ମାନିତ କରାଯାଇଛି। ଦିଲ୍ଲୀରେ ଆମେରିକା ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍ (ୟୁଏସଆଇଏସପିଏଫ) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୀତା ଅମ୍ବାନୀଙ୍କୁ ଫୋରମ୍ ଚେୟାରମ୍ୟାନ୍ ଜନ୍ ଚେମ୍ବରସ୍ ପୁରସ୍କାର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ ତଥା ଉଦ୍ୟୋଗ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।

ନୀତା ଅମ୍ବାନୀ କହିଛନ୍ତି, “ଏହି ସମ୍ମାନ ତଥା ପୁରସ୍କାର ପାଇ ମୁଁ ଅତ୍ୟଧିକ ଗୌରବାନ୍ୱିତ ଅନୁଭବ କରୁଛି। ମୁଁ ରିଲାଏନ୍ସ ଫାଉଣ୍ଡେସନକୁ ପ୍ରତିନିଧିତ୍ୱ କରେ, ଯାହା ମାଧ୍ୟମରେ ଆମେ ୭ କୋଟିରୁ ଅଧିକ ଲୋକଙ୍କ ଜୀବନକୁ ଛୁଇଁଛୁ। “କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ମାନଦଣ୍ଡ ହେବାର ବହୁ ପୂର୍ବରୁ ରିଲାଏନ୍ସ କର୍ପୋରେଟ୍ ନୈତିକ ଦାୟିତ୍ୱବୋଧ ପୂର୍ଣ୍ଣ କରିଆସୁଛି।

ଆମେରିକା ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍ (ୟୁଏସଆଇଏସପିଏଫ) ଏକ ବିବୃତ୍ତି ଜାରି କରି କହିଛି ଯେ ନୀତା ଅମ୍ବାନୀ ସାମାଜିକ କାର୍ଯ୍ୟରେ ସକ୍ରିୟ ଭାବରେ ଜଡିତ ରହିଥିବା ଜଣେ ବିଜିନେସ ଲିଡର ଯାହାର ନେତୃତ୍ୱରେ ରିଲାଏନ୍ସ ଫାଉଣ୍ଡେସନ୍ ଶିକ୍ଷା, କଳା, କ୍ରୀଡା ଏବଂ ସ୍ୱାସ୍ଥ୍ୟସେବା ମାଧ୍ୟମରେ ଲକ୍ଷ ଲକ୍ଷ ଭାରତୀୟଙ୍କ ଜୀବନକୁ ପ୍ରଭାବିତ କରିଛି। ବିଶେଷକରି ମହିଳା ସଶକ୍ତିକରଣ ଏବଂ ପିଲାମାନଙ୍କର ସ୍ୱାର୍ଥରକ୍ଷା ତଥା ହିତ ପାଇଁ ସେ କାର୍ଯ୍ୟ କରିଆସିଛନ୍ତି। ଲିଙ୍ଗଗତ ବିଭେଦକୁ ଦୂର କରିବା ଏବଂ ଭାରତର ବଢୁଥିବା ଅର୍ଥନୀତିରେ ମହିଳାଙ୍କ ଅବଦାନ ବୃଦ୍ଧିରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

କଳା ଏବଂ ସଂସ୍କୃତିରେ ନୀତା ଅମ୍ବାନୀଙ୍କର ମହତ୍ୱପୂର୍ଣ୍ଣ ଅବଦାନର ସ୍ୱୀକୃତି ସ୍ୱରୂପ ନିକଟରେ ସେ ନ୍ୟୁୟର୍କର ମେଟ୍ରୋପଲିଟାନ ମ୍ୟୁଜିୟମ ଅଫ୍ ଆର୍ଟ ବୋର୍ଡରେ ସମ୍ମାନିତ ଟ୍ରଷ୍ଟି ଭାବରେ ମନୋନୀତ ହୋଇଥିଲେ। ଗତ ବର୍ଷ ମୁମ୍ବାଇରେ ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର (ଏନଏମଏସିସି) ଶୁଭାରମ୍ଭ କରାଯାଇଥିଲା, ଯାହାକୁ ଅନେକ ପ୍ରଶଂସା ମିଳିଥିଲା। ରିଲାଏନ୍ସ ଫାଉଣ୍ଡେସନ୍ ମଧ୍ୟ କ୍ରୀଡା କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରିଛି। ଏହି ଫାଉଣ୍ଡେସନ ଭାରତର ଯୁବ ଆଥଲେଟ ମାନଙ୍କୁ ତୃଣମୂଳ ସ୍ତରରେ ତଥା ବିଶ୍ୱ ସ୍ତରରେ ସଫଳତା ହାସଲ କରିବାରେ ସହାୟକ ହୋଇଛି।

ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ରେ ଭାରତର ପ୍ରତିନିଧି ଭାବରେ ନୀତା ଅମ୍ବାନୀ ସଫଳତାର ସହ ଭାରତୀୟ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇଥିଲେ, ଯାହା ଚାରି ଦଶନ୍ଧି ପରେ ଭାରତରେ ୧୪୧ତମ ଆଇଓସି ଅଧିବେଶନ ଆୟୋଜନ କରିବାର ଅଧିକାର ଜିତିଥିଲା। ଅକ୍ଟୋବର ୨୦୨୩ ରେ ମୁମ୍ବାଇରେ ଏହି ଅଧିବେଶନ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା। ଏହା ଦ୍ୱାରା ୨୦୩୬ ରେ ଅଲିମ୍ପିକ୍ ଖେଳ ଆୟୋଜନ କରିବାର ଅଧିକାର ହାସଲ କରିବାକୁ ପାଇବାକୁ ଭାରତର ରହିଥିବା ଆଶାକୁ ଅଧିକ ବଳ ମିଳିଛି।

ଆମେରିକା ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍ (ୟୁଏସଆଇଏସପିଏଫ) ଅଧ୍ୟକ୍ଷ ଜନ୍ ଚେମ୍ବରସ୍ ନୀତା ଅମ୍ବାନୀଙ୍କୁ ପ୍ରଦାନ କରାଯାଇଥିବା ପୁରସ୍କାର ସମ୍ପର୍କରେ ସୂଚନା ଦେଇ କହିଛନ୍ତି: “ଯେଉଁମାନେ ଜୀବନରେ ସଫଳ ହୋଇଛନ୍ତି ସେମାନଙ୍କ ପାଇଁ ଅନ୍ୟମାନଙ୍କୁ ସଫଳ ହେବାରେ ସାହାଯ୍ୟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହିପରି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ନୀତା ଏମ ଅମ୍ବାନୀ, ଯିଏ ପରୋପକାରିତାର ଉଦାହରଣ ଅଟନ୍ତି ଏବଂ ରିଲାଏନ୍ସ ଫାଉଣ୍ଡେସନରେ କଳା, କ୍ରୀଡା, ସଂସ୍କୃତି ଏବଂ ଶିକ୍ଷା କ୍ଷେତ୍ରରେ ଅନୁକରଣୀୟ କାର୍ଯ୍ୟ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

‘ଆଣ୍ଟିଲିଆ’ର ୨୭ ତମ ମହଲାରେ କାହିଁକି ରୁହନ୍ତି ଅମ୍ବାନୀ ପରିବାର?, କହିଲେ ନୀତା ଅମ୍ବାନୀ

ମୁମ୍ବାଇ: ଭାରତର ସବୁଠୁ ବଡ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଘର ‘ଆଣ୍ଟିଲିଆ’ ବିଷୟରେ ସମସ୍ତେ ଜାଣିବାକୁ ଚାହାଁନ୍ତି। ଅମ୍ବାନୀ ପରିବାର ଏହି ଘରର ୨୭ ତମ ମହଲାରେ ରୁହନ୍ତି। ତାଙ୍କର ୨୭ ମହଲା ବିଶିଷ୍ଟ ମହଲ ‘ଆଣ୍ଟିଲିଆ’ ଦୁନିଆର ଦ୍ୱିତୀୟ ମହଙ୍ଗା ଏବଂ ବୃହତ୍ତମ ଘର ଅଟେ। କିନ୍ତୁ ଆପଣ ଜାଣନ୍ତି କି ଅମ୍ବାନୀ ପରିବାର କେବଳ ଏହି ଘରର ୨୭ ତମ ମହଲାରେ ରୁହନ୍ତି। ଯଦି ନୁହେଁ, ତେବେ ଆସନ୍ତୁ ଜାଣିବା।

ନୀତା ଅମ୍ବାନୀଙ୍କ ଅନୁଯାୟୀ, ସେ ଚାହୁଁଥିଲେ ଯେ ତାଙ୍କ ପରିବାର ସଦସ୍ୟଙ୍କ ସମସ୍ତ କୋଠରୀକୁ ପର୍ଯ୍ୟାପ୍ତ ସୂର୍ଯ୍ୟ କିରଣ ପହଞ୍ଚୁ। ତେଣୁ ସେ ୨୭ ତମ ମହଲାରେ ରହିବାକୁ ନିଷ୍ପତ୍ତି ନେଇଥିଲେ। କୁହାଯାଏ ଯେ, କେବଳ ଅତି ନିକଟତର ଲୋକଙ୍କୁ ଏହି ମହଲା ପରିଦର୍ଶନ କରିବାକୁ ଅନୁମତି ଦିଆଯାଇଛି।

୬୦୦ କର୍ମଚାରୀ ନୀତା ଏବଂ ମୁକେଶ ଅମ୍ବାନୀଙ୍କ ଘରେ କାମ କରନ୍ତି, ଯେଉଁମାନେ ଲକ୍ଷ ଲକ୍ଷ ବେତନ ପାଆନ୍ତି। ପ୍ରକାଶ ଯେ, ନୀତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀଙ୍କ ତିନି ପିଲା ବର୍ତ୍ତମାନ ବ୍ୟବସାୟରେ ସାହାଯ୍ୟ କରୁଛନ୍ତି। ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଆନନ୍ଦ ପିରାମଲଙ୍କୁ ବିବାହ କରିଛନ୍ତି।

ମୁକେଶ ଏବଂ ନୀତା ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀ ହୀରା ବ୍ୟବସାୟୀଙ୍କ ଝିଅ ଶ୍ଲୋକା ମେହେଟ୍ଟାଙ୍କୁ ବିବାହ କରିଛନ୍ତି। ତାଙ୍କର ଏକ ସନ୍ତାନ ମଧ୍ୟ ଅଛି। ଏଥି ସହିତ ମୁକେଶ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ନିକଟରେ ହୀରା ବ୍ୟବସାୟୀଙ୍କ ଝିଅ ରାଧିକା ମର୍ଚାଣ୍ଟଙ୍କ ସହ ନିର୍ବନ୍ଧ କରିଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ମୁମ୍ବାଇ ଇଣ୍ଡିଆନ୍ସ ପରିବାରରେ ସମସ୍ତ ପ୍ରତିଭାବାନ ଖେଳାଳି ଯୋଗ ଦେଇଛନ୍ତି: ନୀତା ଅମ୍ବାନୀ

ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍ ର ଉଦ୍ଘାଟନୀ ସଂସ୍କରଣ ଆରମ୍ଭ ପୂର୍ବରୁ ମହତ୍ତ୍ବପୂର୍ଣ୍ଣ ଏବଂ ରୋମାଞ୍ଚକର ଖେଳାଳି ନିଲାମ ଶେଷ ହୋଇଛି। ଉକ୍ତ ଖେଳାଳି ନିଲାମ ମହିଳା କ୍ରିକେଟ ପାଇଁ ଏକ ଅତ୍ୟନ୍ତ ସ୍ବତନ୍ତ୍ର ଦିବସ ବୋଲି ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ର ମୁଖ୍ୟ ନୀତା ଏମ୍. ଅମ୍ବାନୀ କହିଛନ୍ତି।

‘‘ନିଲାମ ସର୍ବଦା ରୋମାଞ୍ଚକର କିନ୍ତୁ ଆଜିର ନିଲାମ ବାସ୍ତବରେ ସ୍ବତନ୍ତ୍ର ଥିଲା। ଡବ୍ଲୁପିଏଲ୍ ପାଇଁ ଏହା ପ୍ରଥମ ନିଲାମ ଥିଲା, ତେଣୁ ବାସ୍ତବରେ ଆଜି ଏକ ଐତିହାସିକ ଦିନ ଥିଲା। ସବୁ ବିଶିଷ୍ଟ ଖେଳାଳିଙ୍କ ସହିତ ମହିଳା କ୍ରିକେଟରମାନଙ୍କର ଚମତ୍କାର ପ୍ରତିଭାକୁ ଦେଖି ସମସ୍ତେ ଅତ୍ୟଧିକ ମାତ୍ରାରେ ଉତ୍ସାହିତ ହେବା ଏବଂ ପାଳନ କରୁଥିବା ଦେଖିବାକୁ ମିଳିଥିଲା।’’

ନୀତା ଅମ୍ବାନୀଙ୍କ ସହିତ ନିଲାମରେ ଆକାଶ ଅମ୍ବାନୀ, ମୁମ୍ବାଇ ଇଣ୍ଡିଆନ୍ସର ଗ୍ଲୋବାଲ ହେଡ୍ ଅଫ୍ ପର୍ଫମାନ୍ସ, ମହିଳା ଟିମ୍ ପାଇଁ ନୂଆକରି ଗଠିତ କୋଚିଂ ଟିମ୍ ର ମୁଖ୍ୟ ଚାରଲୋଟ୍ ଏଡୱାର୍ଡସ (ମୁଖ୍ୟ କୋଚ), ଝୁଲଣ ଗୋସ୍ବାମୀ (ଟିମ୍ ମେଣ୍ଟର ଏବଂ ବୋଲିଂ କୋଚ) ଏବଂ ଦେବିକା ପାଲସିକର (ବ୍ୟାଟିଂ କୋଚ) ଉପସ୍ଥିତ ଥିଲେ।

କ୍ରୀଡ଼ା ପ୍ରତି ତାଙ୍କର ରହିଥିବା ଗଭୀର ଆବେଗ ଏବଂ ଅଧିକରୁ ଅଧିକ ମହିଳା ଏବଂ ଝିଅମାନଙ୍କୁ କ୍ରୀଡ଼ାରେ ଭାଗ ନେବା ପାଇଁ ତାଙ୍କର ପ୍ରତିଶ୍ରୁତିବଦ୍ଧତା ଯୋଗୁ ଖେଳାଳି ଚୟନ ଏବଂ ଭାରତୀୟ କ୍ୟାପଟେନଙ୍କୁ ଶୀଘ୍ର ନେବାରେ ଶ୍ରୀମତୀ ଅମ୍ବାନୀ ଅତ୍ୟନ୍ତ ଖୁସି ଥିଲେ। ନିଲାମରେ ଯେଭଳି ସଫଳତା ମିଳିଥିଲା ସେଥିରେ ଆମେ ଖୁସି। ଏକ ଟିମ୍ ଭାବେ ମୁମ୍ବାଇ ଇଣ୍ଡିଆନ୍ସରେ ପୁରୁଷ ଟିମ୍ ର କ୍ୟାପଟେନ ରହିଛନ୍ତି, ଏବେ ମହିଳା କ୍ୟାପଟେନଙ୍କୁ ପାଇ ଆମେ ଆମେ ଅତ୍ୟନ୍ତ ଖୁସି। ମୁମ୍ବାଇ ଇଣ୍ଡିଆନ୍ସ ପରିବାରରେ ଯୋଗଦେଉଥିବା ନାଟ୍ (ସ୍କିଭର-ବ୍ରଣ୍ଟ), ପୂଜା (ଭଷ୍ଟ୍ରାକର) ଏବଂ ସମସ୍ତ ପ୍ରତିଭାଦୀପ୍ତ ମହିଳାଙ୍କୁ ପାଇ ଆମେ ଅତ୍ୟନ୍ତ ରୋମାଞ୍ଚିତ।’’

ଆଇପିଏଲ୍ ର ଆଗାମୀ ସଂସ୍କରଣ ଆରମ୍ଭ ହେଉଥିବାବେଳେ ଦଶମ ବର୍ଷ ପାଇଁ ରୋହିତ ଶର୍ମା ଦାୟିତ୍ବ ନେଉଛନ୍ତି। ଉଭୟ କ୍ୟାପଟେନ ମୁମ୍ବାଇ ଇଣ୍ଡିଆନ୍ସ ପରିବାରର ସଦସ୍ୟ ହୋଇଥିବାରୁ ଟିମ୍ ର ଉଜ୍ଜ୍ବଳ ଭବିଷ୍ୟତ ନେଇ ଶ୍ରୀମତୀ ଅମ୍ବାନୀ ବେଶ୍ ଆଶାବାଦୀ।

ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳିରୁ କ୍ୟାପଟେନ ହେବା ରୋହିତ (ଶର୍ମା) ଙ୍କୁ ମୁଁ ଦେଖିଛି ଏବଂ ଚଳିତବର୍ଷ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କ୍ୟାପଟେନ ହିସାବରେ ରୋହିତ ୧୦ ବର୍ଷ ପୂରଣ କରିଛନ୍ତି। ବର୍ତ୍ତମାନ ଆମେ ହରମନ (ହରମନପ୍ରୀତ କୌର)ଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ପରିବାରକୁ ସ୍ବାଗତ କରୁଛୁ।

ଟି୨୦ ଇତିହାସରେ ଦୁଇ ସଫଳ କ୍ୟାପଟେନଙ୍କ ମଧ୍ୟରେ ଶ୍ରୀମତୀ ଅମ୍ବାନୀ ସମାନତାର ଛବି ଦେଖିଛନ୍ତି।

‘‘ଉଭୟଙ୍କ ନିକଟରେ ବିପୁଳ ଅଭିଜ୍ଞତା, ପେସାଦାର ଏବଂ ଜିତିବା ମାନସିକତା ରହିଛି। ଆମର ସବୁ ଯୁବ ଖେଳାଳିଙ୍କ ପାଇଁ ସେମାନେ ଏକ ବିରାଟ ପ୍ରେରଣା। ତେଣୁ ଏହି ଦୁଇ ଖେଳାଳିଙ୍କୁ ପାଇଁ ଆମେ ବାସ୍ତବରେ ଅତ୍ୟନ୍ତ ଉତ୍ସାହିତ।’’

୧୯ ବର୍ଷରୁ କମ୍ ଏବଂ ବରିଷ୍ଠ ଭାରତୀୟ ମହିଳା ଟିମ୍ର ସଫଳତାକୁ ସେ ପ୍ରଶଂସା କରିଛନ୍ତି। ‘‘ଆମର ୧୯ବର୍ଷରୁ କମ୍ ମହିଳା କ୍ରିକେଟ ଟିମ୍ ବିଶ୍ବକପ ଜିତିଛନ୍ତି ଏବଂ ଦେଶ ପାଇଁ ପ୍ରବଳ ଖୁସି ଆଣିଛି। ସେମାନଙ୍କୁ ମୋର ଅଭିନନ୍ଦନ। ଆମର ମହିଳା(ବରିଷ୍ଠ) ଟିମ୍ ମଧ୍ୟ ଟି୨୦ ବିଶ୍ବକପ୍ର ପ୍ରାରମ୍ଭିକ ମ୍ୟାଚରେ ଉତ୍ତମ ପ୍ରଦର୍ଶନ କରିଛନ୍ତି। ’’

ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ପ୍ରଥମ ମହିଳା ସଦସ୍ୟ ହୋଇ ପାରିଥିବା ଶ୍ରୀମତୀ ଅମ୍ବାନୀ କୁହନ୍ତି ଡବ୍ଲୁପିଏଲ ଭାରତର ମହିଳାଙ୍କ ପାଇଁ କ୍ରୀଡ଼ା ଦୃଶ୍ୟପଟରେ ମହତ୍ତ୍ବପୂର୍ଣ୍ଣ ମୋଡ଼ ଆଣିପାରେ।

‘‘ଭାରତରେ ମହିଳାଙ୍କ ପାଇଁ କ୍ରୀଡ଼ା ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପହଞ୍ଚିଛି। ଆମର ସବୁ ଯୁବ ଖେଳାଳି ଭଲ ପ୍ରଦର୍ଶନ କରୁଛନ୍ତି ଏବଂ ସେମାନଙ୍କ ପ୍ରଦର୍ଶନକୁ ଦେଖି ମୁଁ ଅତ୍ୟନ୍ତ ଗର୍ବିତ।’’
ବିଗତ ବର୍ଷଗୁଡ଼ିକରେ ରିଲାଏନ୍ସ ଫାଉଣ୍ଡେସନ ମହିଳା କ୍ରୀଡ଼ାବିତ୍ମାନଙ୍କର ଜଣେ ବଡ଼ ସମର୍ଥକ ପାଲଟିଛି। ଶ୍ରୀମତୀ ଅମ୍ବାନୀ କୁହନ୍ତି ସେମାନଙ୍କୁ ସମର୍ଥନ ତାଙ୍କୁ ଅତିମାତ୍ରାରେ ଗର୍ବିତ କରିଥାଏ। ‘‘ ଏହି ଝିଅମାନଙ୍କୁ ଅଧିକ କ୍ଷମତା ମିଳିଛି। କେବଳ ଭାରତରେ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ କ୍ରୀଡ଼ା ଏବଂ କ୍ରିକେଟରେ, ମହିଳାମାନଙ୍କୁ ସମର୍ଥନ ଦେବା ଓ ପ୍ରୋତ୍ସାହିତ କରିବାରେ ଆମେ ସମର୍ଥ ହୋଇପାରିଥିବାରୁ ଏହା ଆମ ପାଇଁ ଏକ ଗର୍ବର ବିଷୟ ପାଲଟିଛି।’’