‘ଆଣ୍ଟିଲିଆ’ର ୨୭ ତମ ମହଲାରେ କାହିଁକି ରୁହନ୍ତି ଅମ୍ବାନୀ ପରିବାର?, କହିଲେ ନୀତା ଅମ୍ବାନୀ

Published: Feb 22, 2023, 8:09 pm IST

ମୁମ୍ବାଇ: ଭାରତର ସବୁଠୁ ବଡ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଘର ‘ଆଣ୍ଟିଲିଆ’ ବିଷୟରେ ସମସ୍ତେ ଜାଣିବାକୁ ଚାହାଁନ୍ତି। ଅମ୍ବାନୀ ପରିବାର ଏହି ଘରର ୨୭ ତମ ମହଲାରେ ରୁହନ୍ତି। ତାଙ୍କର ୨୭ ମହଲା ବିଶିଷ୍ଟ ମହଲ ‘ଆଣ୍ଟିଲିଆ’ ଦୁନିଆର ଦ୍ୱିତୀୟ ମହଙ୍ଗା ଏବଂ ବୃହତ୍ତମ ଘର ଅଟେ। କିନ୍ତୁ ଆପଣ ଜାଣନ୍ତି କି ଅମ୍ବାନୀ ପରିବାର କେବଳ ଏହି ଘରର ୨୭ ତମ ମହଲାରେ ରୁହନ୍ତି। ଯଦି ନୁହେଁ, ତେବେ ଆସନ୍ତୁ ଜାଣିବା।

ନୀତା ଅମ୍ବାନୀଙ୍କ ଅନୁଯାୟୀ, ସେ ଚାହୁଁଥିଲେ ଯେ ତାଙ୍କ ପରିବାର ସଦସ୍ୟଙ୍କ ସମସ୍ତ କୋଠରୀକୁ ପର୍ଯ୍ୟାପ୍ତ ସୂର୍ଯ୍ୟ କିରଣ ପହଞ୍ଚୁ। ତେଣୁ ସେ ୨୭ ତମ ମହଲାରେ ରହିବାକୁ ନିଷ୍ପତ୍ତି ନେଇଥିଲେ। କୁହାଯାଏ ଯେ, କେବଳ ଅତି ନିକଟତର ଲୋକଙ୍କୁ ଏହି ମହଲା ପରିଦର୍ଶନ କରିବାକୁ ଅନୁମତି ଦିଆଯାଇଛି।

୬୦୦ କର୍ମଚାରୀ ନୀତା ଏବଂ ମୁକେଶ ଅମ୍ବାନୀଙ୍କ ଘରେ କାମ କରନ୍ତି, ଯେଉଁମାନେ ଲକ୍ଷ ଲକ୍ଷ ବେତନ ପାଆନ୍ତି। ପ୍ରକାଶ ଯେ, ନୀତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀଙ୍କ ତିନି ପିଲା ବର୍ତ୍ତମାନ ବ୍ୟବସାୟରେ ସାହାଯ୍ୟ କରୁଛନ୍ତି। ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଆନନ୍ଦ ପିରାମଲଙ୍କୁ ବିବାହ କରିଛନ୍ତି।

ମୁକେଶ ଏବଂ ନୀତା ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀ ହୀରା ବ୍ୟବସାୟୀଙ୍କ ଝିଅ ଶ୍ଲୋକା ମେହେଟ୍ଟାଙ୍କୁ ବିବାହ କରିଛନ୍ତି। ତାଙ୍କର ଏକ ସନ୍ତାନ ମଧ୍ୟ ଅଛି। ଏଥି ସହିତ ମୁକେଶ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ନିକଟରେ ହୀରା ବ୍ୟବସାୟୀଙ୍କ ଝିଅ ରାଧିକା ମର୍ଚାଣ୍ଟଙ୍କ ସହ ନିର୍ବନ୍ଧ କରିଛନ୍ତି।

Related posts