ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେସନ। ଏହି ଅଧିବେସନରେ ବେଶ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ। ସେଥିପାଇଁ ସବୁ ଦଳ ତାଙ୍କର ସାଂସଦମାନଙ୍କ ପୃଥକ ପୃଥକ ବୈଠକ କରି କେଉଁ ପ୍ରସଂଗ ଉପରେ ଗୁରୁତ୍ବ ଦିଆଯିବ ସେ ନେଇ ଆଲୋଚନା କରିଛନ୍ତି। ଠିକ ସେହିପରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ପ୍ରତିଥର ସଂସଦ ଅଧିବେସନ ଆରମ୍ଭ ପୂର୍ବରୁ ତାଙ୍କ ସାଂସଦମାନଙ୍କୁ ଡାକି ବୈଠକ କରିଥାନ୍ତି।
ହେଲେ ଏଥର ନବୀନ ଏହି ବୈଠକ ଡାକିଲେ ନାହିଁ। ଯାହାଫଳରେ ପ୍ରଶ୍ନ କରିଛନ୍ତି ଖୋଦ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି ଯେ, ନବୀନ ଏଥର କାହିଁକି ସଂସଦୀୟ ବୈଠକ ଡାକିଲେ ନାହିଁ ତାହା ଜାଣି ନାହିଁ। ହେଲେ ସାଂସଦମାନେ କେଉଁ ପ୍ରସଂଗରେ ଆଲୋଚନା କରିବେ ତାହା ନବୀନ ସିଧା କହିବା କଥା। କିନ୍ତୁ ପ୍ରଥମ ଥର ପାଇଁ ଏପରି ବିଭ୍ରାଟ ହେଲା। ବୈଠକ ନ କରି ସାଂସଦ ସସ୍ମିତ ପାତ୍ର ଏଜେଣ୍ଡା ହ୍ବାଟସପରେ ପଠାଇ ଦେଇଛନ୍ତି। ଏହା ଠିକ ନୁହେଁ ବୋଲି ଦେବାଶିଷ କହିଛନ୍ତି।
ସେ ପୁଣି କହିଛନ୍ତି ଯେ, ଗତ ଅଧିବେସନ ବେଳେ ନବୀନଙ୍କ ଦେହ ଖରାପ ଥିଲା ବୋଲି ବୈଠକ ଡକାଯାଇପାରି ନ ଥିଲା। ହେଲେ ଏଥର ତ ତାହା ହୋଇ ନାହିଁ। ନବୀନ ସୁସ୍ଥ ଅଛନ୍ତି। ତେଣୁ ବୈଠକ ନ ଡାକିବାର କାରଣ କଣ ମୁଁ ଜାଣିପାରୁ ନାହିଁ ବୋଲି ସାଂସଦ ଦେବାଶିଷ ସାମନ୍ତରାୟ ପ୍ରଶ୍ନ କରିଛନ୍ତି।


