Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Konark Festival 4th Day: କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ପରିବେଷଣ ହେଲା ମଣିପୁରୀ ଓ ଓଡିଶୀ
ଆଜିର ଖବର

Konark Festival 4th Day: କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ପରିବେଷଣ ହେଲା ମଣିପୁରୀ ଓ ଓଡିଶୀ

December 5, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
Konark Festival 4th Day
Konark Festival 4th Day: କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ପରିବେଷଣ ହେଲା ମଣିପୁରୀ ଓ ଓଡିଶୀ

Konark Festival 4th Day: ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ତଥା ସଙ୍ଗୀତ ନାଟକ ଏକାଡେମୀ ଓ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ମିଳିତ ଉଦ୍ୟମରେ କୋଣାର୍କ ଠାରେ ଆୟୋଜିତ ୩୬ତମ କୋଣାର୍କ ଉତ୍ସବର ଗୁରୁବାର ଥିଲା ଚତୁର୍ଥ ସନ୍ଧ୍ୟା। ଏହି ଚତୁର୍ଥ ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା ମଣିପୁରୀ ଓ ଓଡିଶୀ ନୃତ୍ୟର ଅପୂର୍ବ ସମ୍ଭାର। କୋଣାର୍କ ମନ୍ଦିର ହେଉଛି ଅପୂର୍ବ ଶିଳ୍ପକଳା, ପ୍ରାଚୀନ କୀର୍ତ୍ତିରାଜି ଓ ମୂଲ୍ୟବାନ ସାଂସ୍କୃତିକ ପରମ୍ପରାର ଚରମ ନିଦର୍ଶନ। ଓଡ଼ିଶୀ ମନ୍ଦିରର ଚାରୁକାରୁକଳା ସହିତ ପୁରୁଷ ଓ ପ୍ରକୃତିର ଏକ ଶୋଭନୀୟ ପ୍ରତିଷ୍ଠାନ – ଏହି ମନ୍ଦିର । ମନ୍ଦିର କଳାର ଶିଖର ମଣ୍ଡପ, ଗର୍ବ ଗୃହ, ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ସହ ବହୁଳ କଳା ନିପୁଣତା ଏବଂ କଳା କୌଶଳର ନିଦର୍ଶନ ମିଳେ।

ଉତ୍ସବର ପ୍ରଥମ ପର୍ଯ୍ୟାୟରେ କଲିକତାରୁ ଆସିଥିବା ବିମ୍ବାବତୀ ଦେବୀଙ୍କ ମଣିପୁରୀ ନର୍ତ୍ତନାଳୟର ଶିଳ୍ପୀମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା ମଣିପୁରୀ ନୃତ୍ୟ। ଶ୍ରୀମତୀ ବିମ୍ବାବତୀ ଦେବୀ ବିଗତ ପାଞ୍ଚ ଦଶନ୍ଧି ଧରି କୁଚିପୁଡ଼ି ନୃତ୍ୟ ଶୈଳୀର ଜଣେ ଧୂରୀଣ ନୃତ୍ୟାଙ୍ଗନା। ସେମାନଙ୍କ ଉପସ୍ଥାପନରେ ଥିଲା ଲୀଳାକମଳ, ଏହି ପ୍ରସ୍ତୁତିଟି ମୂଳତଃ କିମ୍ବଦନ୍ତୀ ବାଦକ ଗୁରୁ ବିପିନ ସିଂହଙ୍କ ଦ୍ୱାରା ରଚିତ ଗୋଷ୍ଠଲୀଳାର ପାରମ୍ପରିକ ନୃତ୍ୟ ଦ୍ୱାରା ଅନୁପ୍ରାଣିତ ଥିଲା ଯେଉଁଥିରେ କୃଷ୍ଣଙ୍କ ବିଭିନ୍ନ ସାହସିକ ଲୀଳାକୁ ଅନୁସରଣ କରଯାଇଥିଲା। ଏହି ପ୍ରସ୍ତୁତିଟିରେ ନୃତ୍ୟ ଏବଂ ସଙ୍ଗୀତ ସହିତ ମିଶ୍ରିତ କରାଯାଇଥିଲା ଯାହା ମଣିପୁରର ବିଭିନ୍ନ ବୈଷ୍ଣବ ପ୍ରଦର୍ଶନ ପରମ୍ପରାର ଏକ ଅତ୍ୟାବଶ୍ୟକ ଅଂଶ ଥିଲା ଯାହାର ନୃତ୍ୟ ସଂରଚନା ବିମ୍ବାବତୀ ଦେବୀ କରିଥିଲେ।

ଦିତୀୟ ପର୍ଯ୍ୟାୟରେ ଭୁବନେଶ୍ଵରର ଭାରତୀ ନୃତ୍ୟ ମନ୍ଦିରର ଗୁରୁ ଭରତ ଚରଣ ଗିରି ଓ ସାଥୀଶିଳ୍ପୀମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା ଓଡିଶୀ ନୃତ୍ୟ। ସେମାନଙ୍କର ପ୍ରଥମ ପ୍ରସ୍ତୁତିରେ ଥିଲା ଚାରୁକେଶୀ ପଲ୍ଲବୀ ଯେଉଁଥିରେ , ତାଳ, ଲୟ ଓ ବିନ୍ୟାସର ମିଶ୍ରଣ ସହିତ ଗତି ଓ ସଙ୍ଗୀତ ମାଧ୍ୟମରେ ରାଗର ସୌନ୍ଦର୍ଯ୍ୟକୁ ପ୍ରକାଶ କରଯାଇଥିଲା ଯାହାର ନୃତ୍ୟ ନିର୍ଦ୍ଦେଶନା ଗୁରୁ ଶ୍ରୀ ଭାରତ ଚରଣ ଗିରି, ସଂଗୀତ ସଂଯୋଜନା ଗୁରୁ ଡକ୍ଟର ବିଜୟ କୁମାର ଜେନା ତାଳ ସଂଯୋଜନା ଗୁରୁ ଧନେଶ୍ୱର ସ୍ୱାଇଁ ଓ ଗୁରୁ ଅଜୟ କୁମାର ଚୌଧୁରୀ କରିଥିଲେ।

ସେମାନଙ୍କର ଦିତୀୟ ପ୍ରସ୍ତୁତିରେ ଥିଲା ଗଜାନନ, ଭଗବାନ ଗଣେଶଙ୍କ ଦିବ୍ୟ ଉତ୍ପତ୍ତି ବର୍ଣ୍ଣନା କରି ଇନ୍ଦ୍ରଙ୍କ ଅହଂକାର ଏବଂ ଐରାବତ ଉପରେ ଦୁର୍ବାସଙ୍କ ଅଭିଶାପ ଠାରୁ ଶିବଙ୍କ ସହିତ ଯୁବ ଗଣେଶଙ୍କ ସାକ୍ଷାତ ଓ ତାଙ୍କ ମୁଣ୍ଡ କାଟିବା ଏବଂ ନବଜାତ ହାତୀର ମୁଣ୍ଡ ସହିତ ତାଙ୍କ ପୁନର୍ଜୀବନ ପର୍ଯ୍ୟନ୍ତ କଥାବସ୍ତୁକୁ ନେଇ ଅତି ଚମତ୍କାର ଭାବରେ ନୃତ୍ୟରେ ଉପସ୍ଥାପନ କରିଥିଲେ ଶିଳ୍ପୀମାନେ ଯାହାର ନୃତ୍ୟ ନିର୍ଦ୍ଦେଶନା ଗୁରୁ ଶ୍ରୀ ଭାରତ ଚରଣ ଗିରି, ସଂଗୀତ ସଂଯୋଜନା ଗୁରୁ ଡକ୍ଟର ବିଜୟ କୁମାର ଜେନା ତାଳ ସଂଯୋଜନା ଗୁରୁ ଧନେଶ୍ୱର ସ୍ୱାଇଁ ଏବଂ ଗୁରୁ ଅଜୟ କୁମାର ଚୌଧୁରୀ କରିଥିଲେ।

ଆଜି କୋଣାର୍କ ଉତ୍ସବର ପଞ୍ଚମ ଓ ଉଦଯାପନୀ ଦିବସରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ ଉତ୍କଳ ଡାନ୍ସ ଓ ରିସର୍ଚ ଏକାଡେମିର ଗୁରୁ ଆରତୀ କର ଓ ସାଥୀଶିଳ୍ପୀବୃନ୍ଦ । ଦ୍ୱିତୀୟ ପର୍ଯ୍ୟାୟରେ କଥକ ନୃତ୍ୟ ଶୈଳୀକୁ ପରିବେଷଣ କରିବେ ସଞ୍ଜୁକ୍ତା ସିହ୍ନା ଡାନ୍ସ କମ୍ପାନିର ସଞ୍ଜୁକ୍ତା ସିହ୍ନା ଓ ସାଥୀଶିଳ୍ପୀ ବୃନ୍ଦ।

ଚତୁର୍ଥ ସନ୍ଧ୍ୟାର ମୁଖ୍ୟ ଅତିଥି ଭାବେ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ଓଡିଶାର ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଓଡିଶା ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଳୱନ୍ତ ସିଂହ, ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫଙ୍କୱାଲ, ଯୋଗ ଦେଇ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଵଳନ କରିଥିଲେ ଓ ଶିଳ୍ପୀ ବୃନ୍ଦଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

ଚନ୍ଦ୍ରଭାଗର ବାଲୁକା ବେଳା ଭୁଇଁ ରେ ୧୫ତମ ଆନ୍ତର୍ଜାତୀୟ ବାଲୁକା ମହୋତ୍ସବର ଚତୁର୍ଥ ଦିନର ବିଷୟ ବସ୍ତୁ ପୁରୁଷ ବାଲୁକା ଶିଳ୍ପୀଙ୍କ ପାଇଁ ଥିଲା ଅତୁଳନୀୟ ଭାରତ ଏବଂ ମହିଳା ବାଲୁକା ଶିଳ୍ପୀମାନଙ୍କ ପାଇଁ ଥିଲା ଓଡିଶା ପର୍ଯ୍ୟଟନ।ଏହି ଉତ୍ସବକୁ ପର୍ଯ୍ୟଟନ ବିଭାଗ, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ସଙ୍ଗୀତ ନାଟକ ଏକାଡେମୀର କର୍ମକର୍ତ୍ତା ବୃନ୍ଦ ସୁନ୍ଦର ଭାବରେ ପରିଚାଳନା କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମଟିକୁ ସଂଚାଳନ କରିଥିଲେ ଡକ୍ଟର ମୃତୁଞ୍ଜୟ ରଥ ଓ ନାଜିୟା ଆଲ୍ଲମ ଏବଂ ପରିଚାଳନରେ ସହଯୋଗ କରିଥିଲେ ଡକ୍ଟର ସଂଗୀତା ଗୋସାଇଁ।

Konark Festival 4th Day କୋଣାର୍କ ଉତ୍ସବ କୋଣାର୍କ ଉତ୍ସବ 2025
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026

ଆଜି ମାର୍ଚ୍ଚ ୧୪ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 14, 2026

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026
Latest News

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026

ଆଜି ମାର୍ଚ୍ଚ ୧୪ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 14, 2026

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.