Matric Exam Dates Announced: ଘୋଷଣା ହେଲା ମାଟ୍ରିକ ପରୀକ୍ଷା ତାରିଖ। ଆଜି ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଏହି ଘୋଷଣା କରାଯାଇଛି। ସେହି ଅନୁସାରେ ମାଟ୍ରିକ ପରୀକ୍ଷା ଆସନ୍ତା ଫେବୃୟାରୀ ୧୯ ତାରିଖରୁ ଆରମ୍ଭ ହେବ। ଏହି ପରୀକ୍ଷା ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପରୀକ୍ଷା ଗୋଟିଏ ସିଟିଂ ରେ ହେବ। ଏହା ନିର୍ଦ୍ଧାରିତ ତାରିଖ ଦିନ ସକାଳ ୯ଟାରୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ।

ମିଳିଥିବା ସୂଚନା ଅନୁସାରେ ଛାତ୍ରଛାତ୍ରୀଙ୍କୁ ସବୁ ବିଷୟରେ ଅଢେଇ ଘଣ୍ଟା ସମୟ ପ୍ରଦାନ କରାଯାଇଥିବା ବେଳେ କେବଳ ଗଣିତରେ ଅଧିକ ୩୦ ମିନିଟ ସମୟ ପ୍ରଦାନ କରାଯିବ। ଅର୍ଥାତ ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀ ତିନି ଘଣ୍ଟା ଧର ପରୀକ୍ଷା ଦେଇପାରିବେ।


