Law Minister’s Birthday: ଶନିବାର ଦିନ ଚିଲିକା ବିଧାୟକ ତଥା ଓଡ଼ିଶାର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଜନ୍ମଦିବସ। ସେହି ଉପଲକ୍ଷେ ତାଙ୍କର ସୁଦୀର୍ଘ ଓ ନିରାମୟ ଜୀବନ କାମନା କରି ବାଣପୁର ବ୍ଲକ ଅନ୍ତରକିଆରୀ ଗ୍ରାମସ୍ଥିତ ଭଗବତ ବାସୁଦେବ ମନ୍ଦିର ପରିସରରେ ସ୍ବେଛାସେବୀ ଯୁବକମାନଙ୍କ ଦ୍ୱାରା ସମୂହ ଦୀପଦାନ କରାଯାଇଛି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଚିଲିକା ମାଟିର ଗର୍ବ, ଗୌରବ ଓ ସୁଯୋଗ୍ୟ ସନ୍ତାନ ହୋଇଥିବା ବେଳେ ସେ ଓଡ଼ିଶାର ଜନାଦୃତ ଜନନେତା ହୋଇପାରିଛନ୍ତି।
ବିକଶିତ ଓଡ଼ିଶା ତଥା ବିକଶିତ ଚିଲିକା ଗଠନ ଦିଗରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅହରହ ପ୍ରଚେଷ୍ଟା ଜାରି ରଖିଥିବା ବେଳେ ତାଙ୍କର କଠିନ ପରିଶ୍ରମରେ ଅନୁପ୍ରାଣିତ ହୋଇ ଉକ୍ତ ସ୍ବେଛାସେବୀ ଯୁବକମାନେ ମନ୍ତ୍ରୀଙ୍କ ସୁଦୀର୍ଘ ଓ ନିରାମୟ ଜୀବନ କାମନା କରି ସମୂହ ଦୀପଦାନ କରିଥିଲେ।
ଏହି ଅବସରରେ ମହାପ୍ରଭୁଙ୍କ ନିକଟରେ ମନ୍ତ୍ରୀଙ୍କ ପାଇଁ ପୂଜାର୍ଚନା ମଧ୍ୟ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆଇନଜୀବୀ ସୀତାରାମ ଅଗ୍ରୱାଲ, ଛାତ୍ରନେତା ପ୍ରିୟାଂଶୁ ପ୍ରଧାନ, ସୌରଭ ମହାପାତ୍ର, ରାକେଶ ପ୍ରଧାନ, ରାହୁଲ ଜେନା, ପିଣ୍ଟୁ ବଳିୟାରସିଂହ, ଚଦ୍ରଚୂଡ଼ ବେହେରା ଓ ବହୁ ସ୍ବେଛାସେବୀ ସାମିଲ ହୋଇଥିଲେ।


