Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ମେଳାରେ ପିଲାମାନଙ୍କ ନବ ଆବିଷ୍କାରର ଝଲକ
ଆଜିର ଖବର

ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ମେଳାରେ ପିଲାମାନଙ୍କ ନବ ଆବିଷ୍କାରର ଝଲକ

December 6, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ମେଳାରେ ପିଲାମାନଙ୍କ ନବ ଆବିଷ୍କାରର ଝଲକ
ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ମେଳାରେ ପିଲାମାନଙ୍କ ନବ ଆବିଷ୍କାରର ଝଲକ

ରଣପୁର: ରଣପୁର ବ୍ଲକ ମଝିଆଖଣ୍ଡ ଉଚ୍ଚ ବିଦ୍ୟାଳୟରେ ବୁଧବାର ଦିନ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ମେଳା ଉତ୍ସାହପୂର୍ଣ୍ଣ ପରିବେଶରେ ଆୟୋଜିତ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ରଣପୁର ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଚେୟାରମ୍ୟାନ ନିର୍ମଳା ବେହେରା, ମୁଖ୍ୟ ବକ୍ତା ଭାବେ ରଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ତଥା ଆଇନିଜିବି ପ୍ରିୟବ୍ରତ ପ୍ରହରାଜ, ରଘୁନାଥ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ, ସରପଞ୍ଚ ମଧୁମିତା ତରାଇ, ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ରସାନନ୍ଦ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମର ଅୟମାରମ୍ଭ ଅତିଥିମାନଙ୍କ ଦ୍ୱାରା ପରମ୍ପରାଗତ ଭାବେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ କରାଯାଇଥିଲା। ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ଶ୍ରୀ ନାୟକ କହିଥିଲେ, “ଏପରି ମେଳା ଛୋଟଦିନରୁ ବୈଜ୍ଞାନିକ ଚେତନା ଓ ନବଚିନ୍ତନ ଶକ୍ତିକୁ ଉତ୍ତେଜିତ କରେ, ଯାହା ଭବିଷ୍ୟତରେ ଦେଶ ଗଠନରେ ଦୈନିକ ଭୁମିକା ନେବ।।” ମୁଖ୍ୟ ଅତିଥି ଶ୍ରୀମତୀ ବେହେରା କହିଥିଲେ, ଏହି ବିଜ୍ଞାନ ମେଳା ପିଲାଙ୍କୁ ନୂତନ ଅନୁସନ୍ଧାନ ପାଇଁ ପ୍ରେରଣା ଯୋଗାଇ ଥାଏ।

ଏଥିରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଅଧିକରେ ଶ୍ରେଷ୍ଠ ପ୍ରକଳ୍ପ ସହ ମୋଟ ୭୦୦ ଶିକ୍ଷାର୍ଥୀ ଓ ୨୫୦ଜଣ ଗାଇଡ଼ ଶିକ୍ଷକ ଶିକ୍ଷୟତ୍ରୀ ଅଂଶଗ୍ରହଣ କରିଥିଲେ। ଏଥିରେ ୨୪୩ ଟି ପ୍ରକଳ୍ପ ଆସିଥିଲା। ଏହି ପ୍ରକଳ୍ପଗୁଡିକ ମଧ୍ୟରୁ ବାଲ ବୈଜ୍ଞାନିକ ପ୍ରକଳ୍ପରୁ ଶ୍ରେଷ୍ଠ ୭ଟି ପ୍ରକଳ୍ପ, ପରିବେଶ ଭିତ୍ତିକ ଶ୍ରେଷ୍ଠ ୭ଟି ପ୍ରକଳ୍ପ ଓ ଉପ କନିଷ୍ଠ ବିଭାଗରେ ଶ୍ରେଷ୍ଠ ୩ ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିବା ଜଣାପଡିଛି।

ମେଳାରେ ପ୍ରାକୃତିକ ସମସ୍ୟାର ସାଇନ୍ଟିଫିକ ସମାଧାନ, ନବୀନ ଆବିଷ୍କାର, ପରିବେଶ ସୁରକ୍ଷା, ନବୀକରଣଯୋଗ୍ୟ ଶକ୍ତି, ମଡେଲ ନିର୍ମାଣ, ସ୍ମାର୍ଟ ଟେକ୍ନୋଲୋଜି ସହ ଅନେକ ଆକର୍ଷଣୀୟ ମଡେଲ ପ୍ରଦର୍ଶନୀ କରାଯାଇଥିଲା। ଶିକ୍ଷକ, ଅଭିଭାବକ ଓ ଅନ୍ୟାନ୍ୟ ଉତ୍ସୁକ ପରିଦର୍ଶକମାନେ ପିଲାମାନଙ୍କ ଜ୍ଞାନ ଓ ନୂତନ ଚିନ୍ତାଧାରାକୁ ଅଭିନନ୍ଦନ ଜଣାଇଛନ୍ତି।

ଅପରାହ୍ନରେ ଆୟୋଜିତ ଉଡ଼ାଯାପାନୀ ସଭାରେ ଅତିଥି ଭାବେ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷକ ପ୍ରତିଷ୍ଠାନର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ, ବାଚସ୍ପତିଙ୍କ ପ୍ରତନିଧି ତଥା ଯୁବ ସମାଜସେବୀ ଅଭିଷେକ ସାମନ୍ତରାୟ, ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ତରେଇ, ସହକାରୀ ବ୍ଲକ ଶିକ୍ଷା ଅଧିକାରିଣୀ ଲକ୍ଷ୍ମୀ ଦେଇ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ପିଲାଙ୍କୁ ଉତ୍ସାହିତ ତଥା ଆଗକୁ ବଢିବା ପାଇଁ ଅଭିଭାଷଣ ମାଧ୍ୟମରେ ବହୁ ପ୍ରେରଣା ଦେଇଥିଲେ। ପରେ ବିଭିନ୍ନ ବର୍ଗରେ ଶ୍ରେଷ୍ଠ ପ୍ରକଳ୍ପଗୁଡ଼ିକୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ମେଳାର ସଫଳ ଆୟୋଜନ ପାଇଁ ଶିକ୍ଷା ବିଭାଗ, ଶିକ୍ଷକମଣ୍ଡଳୀ ଓ ସ୍ଥାନୀୟ ପ୍ରଶାସନ ପ୍ରଶଂସା ଅର୍ଜନ କରିଛନ୍ତି। ଏହି କାର୍ଯ୍ୟକ୍ରମ ସଫଳ ପରିଚାଳନାରେ ସମସ୍ତ ସାଧନ କେନ୍ଦ୍ର ସଂଯୋଜକ, ବିଭିନ୍ନ ଶିକ୍ଷକ ସଂଗଠନ, ବିଦ୍ୟାଳୟ ପରିଚାଳନା କମିଟି, ଅଞ୍ଚଳବାସୀ ଓ ଶିକ୍ଷକ ଶିକ୍ଷୟତ୍ରୀ ସମ୍ପୂର୍ଣ ସହଯୋଗ କରିଥିଲେ।

ନବ ଆବିଷ୍କାର ବାଲ ବୈଜ୍ଞାନିକ ମେଳା ମଝିଆଖଣ୍ଡ ଉଚ୍ଚ ବିଦ୍ୟାଳୟ ରଣପୁର ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀରଙ୍କନାଥ ଦେବଙ୍କ ମନ୍ଦିରରୁ ଚୋରି ମାମଲାର ପର୍ଦ୍ଦାଫାସ: ୩ ଅଭିଯୁକ୍ତଙ୍କୁ ଗିରଫ କଲା ବାଣପୁର ପୋଲିସ

December 6, 2025

ଜିଲ୍ଲା ସ୍ତରରେ ଆତ୍ମନିର୍ଭର ସ୍ୱଦେଶୀ ମେଳା ନିମନ୍ତେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

December 6, 2025

ଚାନ୍ଦପୁରରେ ମେଡିକାଲ କଲେଜର ପ୍ରତିଷ୍ଠା ଦାବୀରେ ନେଇ ରଣପୁର ବ୍ଲକ ପ୍ରଶାସନଙ୍କୁ ଦାବିପତ୍ର ପ୍ରଦାନ 

December 6, 2025

ବିପର୍ଯ୍ୟୟ ସୃଷ୍ଟି କଲେ ରୋକୋ, ଜୟସ୍ଵାଲଙ୍କ ଶତକ: ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ପରାସ୍ତ କଲା ଭାରତ

December 6, 2025
Latest News

ଶ୍ରୀରଙ୍କନାଥ ଦେବଙ୍କ ମନ୍ଦିରରୁ ଚୋରି ମାମଲାର ପର୍ଦ୍ଦାଫାସ: ୩ ଅଭିଯୁକ୍ତଙ୍କୁ ଗିରଫ କଲା ବାଣପୁର ପୋଲିସ

December 6, 2025

ଜିଲ୍ଲା ସ୍ତରରେ ଆତ୍ମନିର୍ଭର ସ୍ୱଦେଶୀ ମେଳା ନିମନ୍ତେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

December 6, 2025

ଚାନ୍ଦପୁରରେ ମେଡିକାଲ କଲେଜର ପ୍ରତିଷ୍ଠା ଦାବୀରେ ନେଇ ରଣପୁର ବ୍ଲକ ପ୍ରଶାସନଙ୍କୁ ଦାବିପତ୍ର ପ୍ରଦାନ 

December 6, 2025

ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ମେଳାରେ ପିଲାମାନଙ୍କ ନବ ଆବିଷ୍କାରର ଝଲକ

December 6, 2025

ବିପର୍ଯ୍ୟୟ ସୃଷ୍ଟି କଲେ ରୋକୋ, ଜୟସ୍ଵାଲଙ୍କ ଶତକ: ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ପରାସ୍ତ କଲା ଭାରତ

December 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.