Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଲ୍ଲା ସ୍ତରରେ ଆତ୍ମନିର୍ଭର ସ୍ୱଦେଶୀ ମେଳା ନିମନ୍ତେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବୈଠକ
ଆଜିର ଖବର

ଜିଲ୍ଲା ସ୍ତରରେ ଆତ୍ମନିର୍ଭର ସ୍ୱଦେଶୀ ମେଳା ନିମନ୍ତେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

December 6, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜିଲ୍ଲା ସ୍ତରରେ ଆତ୍ମନିର୍ଭର ସ୍ୱଦେଶୀ ମେଳା ନିମନ୍ତେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବୈଠକ
ଜିଲ୍ଲା ସ୍ତରରେ ଆତ୍ମନିର୍ଭର ସ୍ୱଦେଶୀ ମେଳା ନିମନ୍ତେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

ଖୋର୍ଦ୍ଧା: ଆଜି ମଧ୍ୟାହ୍ନରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁଗର୍ଗ ରାଜ୍ୟ ଲୋକସଭା ଭବନ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରୁ ସ୍ୱଦେଶୀ ମେଳା, ଆତ୍ମନିର୍ଭର ଭାରତ ପ୍ରତ୍ୟେକ ଜିଲ୍ଲା ସ୍ତରରେ ଆୟୋଜନ କରାଯିବା ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ରାଜ୍ୟ ମିଶନ ଶକ୍ତି ବିଭାଗ ଶାସନ ସଚିବ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଶାସନ ସଚିବ, କୃଷି ବିଭାଗ ଶାସନ ସଚିବ, ଉଚ୍ଚ ଶିକ୍ଷା ବିଭାଗ ଶାସନ ସଚିବ, ଦକ୍ଷତା ବିକାଶ ଶାସନ ସଚିବ, ସଂସ୍କୃତି ବିଭାଗ ଶାସନ ସଚିବ, ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ଶାସନ ସଚିବ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଶାସନ ସଚିବ ପ୍ରମୁଖ ଯୋଗଦେଇ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ଜିଲ୍ଲା ସ୍ତରରେ ଆୟୋଜନ କରିବା ନିମନ୍ତେ ସୂଚନା ପ୍ରଦାନ କରିଥିଲେ।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ୱାନ୍ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀମାନେ ଯୋଗଦେଇଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଆତ୍ମ ନିର୍ଭର ସ୍ୱଦେଶୀ ମେଳାର ଅଭିଯାନ ଓ ମେଳା ଆୟୋଜନ ସମ୍ଵନ୍ଧରେ ପ୍ରମୁଖ ଉଦେଶ୍ୟ ଓ ଆଭିମୁଖ୍ୟ ଉପରେ ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନର ବରିଷ୍ଟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।

ସ୍ୱଦେଶୀ ମେଳା ଓଡ଼ିଆ ଅସ୍ମିତା ଉଜ୍ଜୀବିତ କରିବା, ବୟନ, ହସ୍ତତନ୍ତ, ହସ୍ତ ଶିଳ୍ପ, ଅନୁସୂଚିତ ଜନଜାତି ମାନଙ୍କ ଟେରାକୋଟା ନିପୁଣ କାରିଗରୀ କୌଶଳକୁ ପ୍ରୋତ୍ସାହନ ଦେବା, ଜିଲ୍ଲାର ପାରମ୍ପାରିକ କଳାକୁ ପ୍ରାଧ୍ୟାନ ଦେବା, ବିଭିନ୍ନ, ପାରମ୍ପାରିକ କୃଷି, ମତ୍ସ୍ୟ ଚାଷ, ଗୋପାଳନ, ଉତ୍ପାଦ ଦ୍ରବ୍ୟ ବିପଣନ ବଜାର କାରବାରର ଅପୂର୍ବ ସୁଯୋଗ ସୃଷ୍ଟି କରାଯିବା ଉପରେ ଗୁରୁତ୍ବ ପ୍ରଦାନ କରାଯିବ ବୋଲି ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ।  ଜିଲ୍ଲାରେ ଏହି ସ୍ୱଦେଶୀ ମେଳା, ଆତ୍ମ ନିର୍ଭର ଭାରତ ୫ ରୁ ୬ ଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏହି ସମୟରେ ଗ୍ରାମୀଣ ଏବଂ ସ୍ଥାନୀୟ ଉତ୍ପାଦ କୁ ପ୍ରୋତ୍ସାହନ ଦେବା, ପ୍ରଦର୍ଶନୀ କରି ବ୍ୟାପକ ପ୍ରଚାର ପ୍ରସାର କରାଯିବ। ସେହିପରି ଓଡ଼ିଆ ଓ ଓଡ଼ିଶାର ଅସ୍ମିତା ସଂସ୍କୃତି ଓ ପରମ୍ପରା, ପର୍ଯ୍ୟଟନ, ଐତିହ୍ୟର ବିକାଶ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ। ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ଗୁଡ଼ିକ ଉତ୍ପାଦ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ପାରମ୍ପାରିକ ଜୈବିକ କୃଷି ଆଧୁନିକ ପଦ୍ଧତିରେ ଯନ୍ତ୍ରପାତି ବ୍ୟବହାର କରିବା ମତ୍ସ୍ୟ ଓ ପଶୁପାଳନ ଚାଷ, ମେଳାର ସୁରକ୍ଷା ଓ ନିରାପତ୍ତା ଦିଗରେ ଯଥା ଅଗ୍ନିଶମ ସେବା, ପାନୀୟ ଜଳ, ପରିମଳ ସମସ୍ତ ପ୍ରକାର ବ୍ୟବସ୍ଥା, ସ୍ଵାସ୍ଥ୍ୟ ସେବା ଆଦି ସେବା ପ୍ରଦାନ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। କ୍ରୀଡ଼ାର ପ୍ରଚାର ପ୍ରସାର ନିମନ୍ତେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପଦଯାତ୍ରା, ରାଲି କରାଇବା ବିଭିନ୍ନ ପ୍ରକାରର ପ୍ରତି ଯୋଗିତା କରାଇବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଖୋର୍ଦ୍ଧା କସ୍ତୁରୀ ବଳା ଜେନା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ମୀରା ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଡ଼ଃ ଗୀତାନଶୁ ଦାଶ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ, ସାଧାରଣ ପରିଚାଲିକା, ଜିଲ୍ଲା ଶିଳ୍ପ କେନ୍ଦ୍ର, ଖୋର୍ଦ୍ଧା,ସମୁଚିତା ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ସହକାରୀ ନିର୍ଦେଶକ, ବୟନ ଓ ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରମୁଖ ଯୋଗଦେଇଥିଲେ।

ଆତ୍ମନିର୍ଭର ସ୍ୱଦେଶୀ ମେଳା ଖୋର୍ଦ୍ଧା
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀରଙ୍କନାଥ ଦେବଙ୍କ ମନ୍ଦିରରୁ ଚୋରି ମାମଲାର ପର୍ଦ୍ଦାଫାସ: ୩ ଅଭିଯୁକ୍ତଙ୍କୁ ଗିରଫ କଲା ବାଣପୁର ପୋଲିସ

December 6, 2025

ଚାନ୍ଦପୁରରେ ମେଡିକାଲ କଲେଜର ପ୍ରତିଷ୍ଠା ଦାବୀରେ ନେଇ ରଣପୁର ବ୍ଲକ ପ୍ରଶାସନଙ୍କୁ ଦାବିପତ୍ର ପ୍ରଦାନ 

December 6, 2025

ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ମେଳାରେ ପିଲାମାନଙ୍କ ନବ ଆବିଷ୍କାରର ଝଲକ

December 6, 2025

ବିପର୍ଯ୍ୟୟ ସୃଷ୍ଟି କଲେ ରୋକୋ, ଜୟସ୍ଵାଲଙ୍କ ଶତକ: ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ପରାସ୍ତ କଲା ଭାରତ

December 6, 2025
Latest News

ଶ୍ରୀରଙ୍କନାଥ ଦେବଙ୍କ ମନ୍ଦିରରୁ ଚୋରି ମାମଲାର ପର୍ଦ୍ଦାଫାସ: ୩ ଅଭିଯୁକ୍ତଙ୍କୁ ଗିରଫ କଲା ବାଣପୁର ପୋଲିସ

December 6, 2025

ଜିଲ୍ଲା ସ୍ତରରେ ଆତ୍ମନିର୍ଭର ସ୍ୱଦେଶୀ ମେଳା ନିମନ୍ତେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

December 6, 2025

ଚାନ୍ଦପୁରରେ ମେଡିକାଲ କଲେଜର ପ୍ରତିଷ୍ଠା ଦାବୀରେ ନେଇ ରଣପୁର ବ୍ଲକ ପ୍ରଶାସନଙ୍କୁ ଦାବିପତ୍ର ପ୍ରଦାନ 

December 6, 2025

ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ମେଳାରେ ପିଲାମାନଙ୍କ ନବ ଆବିଷ୍କାରର ଝଲକ

December 6, 2025

ବିପର୍ଯ୍ୟୟ ସୃଷ୍ଟି କଲେ ରୋକୋ, ଜୟସ୍ଵାଲଙ୍କ ଶତକ: ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ପରାସ୍ତ କଲା ଭାରତ

December 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.