Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିସେମ୍ବର ୧୨ରେ ପୁରୀଠାରେ ମହୋଦଧି ଦିବସ: ଯୋଗଦେବେ ସୁନାମଧନ୍ୟ ଚଳଚ୍ଚିତ୍ର ତାରକା
ଆଜିର ଖବର

ଡିସେମ୍ବର ୧୨ରେ ପୁରୀଠାରେ ମହୋଦଧି ଦିବସ: ଯୋଗଦେବେ ସୁନାମଧନ୍ୟ ଚଳଚ୍ଚିତ୍ର ତାରକା

December 7, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଡିସେମ୍ବର ୧୨ରେ ପୁରୀଠାରେ ମହୋଦଧି ଦିବସ: ଯୋଗଦେବେ ସୁନାମଧନ୍ୟ ଚଳଚ୍ଚିତ୍ର ତାରକା
ଡିସେମ୍ବର ୧୨ରେ ପୁରୀଠାରେ ମହୋଦଧି ଦିବସ: ଯୋଗଦେବେ ସୁନାମଧନ୍ୟ ଚଳଚ୍ଚିତ୍ର ତାରକା

ପୁରୀ: ଚଳିତ ବର୍ଷ ଡିସେମ୍ବର ୧୨ ତାରିଖରେ ୫ମ ମହୋଦଧି ଦିବସ ପୁରୀ ଲାଇଟ୍ ହାଉସ ସମ୍ମୁଖ ବେଳାଭୂମି ଠାରେ ଅନୁଷ୍ଠିତ ହେବ। ଏହାସହ ଓଡିଶା ର ୧୫ ଟି ଜିଲ୍ଲା ରେ ମଧ୍ୟ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି।  ଆଗାମୀ ଭବିଷ୍ୟତ ପାଇଁ ସମୁଦ୍ରର ସୁରକ୍ଷା ( Safeguarding sea for future generation)ବିଷୟବସ୍ତୁ ରଖାଯାଇଛି। ଏ ସମ୍ପର୍କରେ ଶନିବାର ଅପରାହ୍ନରେ ହୋଟେଲ ଅତିଥି ହେରିଟେଜ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ କମିଟି ତରଫରୁ କୁହାଯାଇଛି।

ଏ ବର୍ଷ କାର୍ଯ୍ୟକ୍ରମର ଅଧିକ ପ୍ରଚାର ପ୍ରସାର ପାଇଁ ବିଶେଷ ଭାବରେ ସମୁଦ୍ର ଜଙ୍ଗଲ ଓ ନଦୀ ଥିବା ଅଞ୍ଚଳରେ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରାଯିବ। ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ଵର, କଟକ, ଖୋର୍ଦ୍ଧା, ବ୍ରହ୍ମପୁର, ବାରିପଦା, ଅନୁଗୁଳରେ ୧୦ ଓ ୧୧ ରେ କାର୍ଯକ୍ରମ ଅନୁଷ୍ଠିତ ହେବ। ଡିସେମ୍ବର ୧୨ ତାରିଖ ଦିନ ପୁରୀ ବେଳା ଭୁମି ଲାଇଟ୍ ହାଉସ ସମ୍ମୁଖରେ ଭବ୍ୟକାର୍ଯ୍ୟକ୍ରମର ଆୟୋଜନ କରାଯିବ। ସକାଳେ ୯ ଟା ରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ରହିଛି।

ବୋଟ ରେସ ସହିତ ରାଷ୍ଟ୍ରୀୟ ସ୍ତରୀୟ କଳାକାର ମାନଙ୍କୁ ନେଇ ମହୋଦଧି ଆର୍ଟ ପଦର୍ଶନୀ ଆୟୋଜିତ କରାଯିବ। ଚିତ୍ର ଅଙ୍କନ ପ୍ରତିଯୋଗିତା, ଚିତ୍ର ଉତ୍ତୋଳନ ପ୍ରତିଯୋଗିତା, ବାଲୁକା ଚିତ୍ର କାର୍ଯ୍ୟକ୍ରମ ରହିଛି | ବାଲୁକା ଚିତ୍ର ଅଙ୍କନ କରିବେ ବିଶ୍ୱ ପ୍ରସିଦ୍ଧ ବାଲୁକା ଶିଳ୍ପୀ ମାନସ କୁମାର ସାହୁ। ଅପରାହ୍ନ ୩ ଟାରେ ରାଜ୍ୟ ସ୍ତରୀୟ କବିତା ଆସର ଆୟୋଜିତ ହେବ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଲିଉଡ କଣ୍ଠଶିଳ୍ପୀ ବିଷ୍ଣୁ ମୋହନ ସହିତ କଲିକତାର ଶ୍ରୀଜନ କଳା କେନ୍ଦ୍ର ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯିବ।

ଆଗାମୀ ଚଳଚ୍ଚିତ୍ର ଲଢେଇ ଓ ଅପେକ୍ଷାର ପ୍ରୋମୋସନ୍ କରାଯିବ। ଟ୍ରାନସଜେଣ୍ଡର କମ୍ୟୁନିଟି ଦ୍ଵାରା ଫ୍ୟାସନ ସୋ ଓ ନୃତ୍ୟ ମୁଖ୍ୟ ଆକର୍ଷଣ ହେବ। ଏହି ଅବସରରେ ରେଡ ସ୍ୱସ୍ତିକ ଦେବାଶିଷ ପଟ୍ଟନାୟକଙ୍କ ସହାୟତାରେ କୃତି ଭିନ୍ନକ୍ଷମ ମାନଙ୍କୁ ସିଲେଇ ମେସିନ ଓ ହୁଇଲ୍ ଚେୟାର ବଣ୍ଟାଯିବାର କାର୍ଯ୍ୟକ୍ରମ ରହିଛି।

ଚଳିତ ବର୍ଷ ମହୋଦଧି ସମ୍ମାନ ଜାପାନ ର ଆକାଇ ଡୋଇ ଙ୍କୁ ପ୍ରଦାନ କରାଯିବ।

ସାମୁଦ୍ରିକ କ୍ରୀଡା ସହିତ ନୃତ୍ୟ, ଗୀତ ଏଵଂ ଚଳଚ୍ଚିତ୍ର ତାରକା ମାନଙ୍କର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବେ ପ୍ରସିଦ୍ଧ ଅଭିନେତ୍ରୀ ଏଵଂ ସୁଗାୟିକା ଡାକ୍ତର ଅନୁରାଧା ପାଣିଗ୍ରାହୀ। ସେଦିନ ଅପରାହ୍ନ ରେ କବିତା ପାଠ କରିବେ ଓଡ଼ିଶାର ପ୍ରଖ୍ୟାତ କବି ଏଵଂ କବିୟତ୍ରୀ।

ଓଡ଼ିଶାର ସୁପ୍ରସିଦ୍ଧ ଫିଲ୍ମ କଣ୍ଠଶିଳ୍ପୀ ବିଷ୍ଣୁ ମୋହନ କବି, ସାଗରୀକା ମିଶ୍ର, ମିସ ସାଇନା, ରାଜେନ୍ଦ୍ର ମିଶ୍ର, ଦେବାଂଶୀ ଦାଶ ଏଵଂ ପ୍ରମୁଖ ଓଡ଼ିଆ ଏଵଂ ହିନ୍ଦୀ ସଂଗୀତ ପରିବେଷଣ କରିବେ। ପ୍ରସିଦ୍ଧ ନିର୍ଦ୍ଦେଶକ ଅଶୋକ ପତିଙ୍କ ନୂଆ ସିନେମା “ଲଢେଇ” ର ତାରକା ମାନେ ମଞ୍ଚରେ ନୃତ୍ୟ ଗୀତ ପରିବେଷଣ କରିବେ। ପ୍ରସିଦ୍ଧ କଳାକାର ପୁଷ୍ପା ପଣ୍ଡା, କେ.କେ ଙ୍କ ସହିତ ଅଶ୍ୱିନୀ ତ୍ରିପାଠୀ ଙ୍କ ସିନେମା ମୋଟର ସାଇକେଲର ସମସ୍ତ କଳାକାର ପ୍ରମୁଖ ମଞ୍ଚରେ ଉପସ୍ଥିତ ରହିବେ। ଚଳଚ୍ଚିତ୍ର ମୋଟରସାଇକେଲ ପକ୍ଷରୁ ଉପସ୍ଥିତ ରହିବେ କୁନା ତ୍ରିପାଠୀ, ହିରୋ ଜ୍ୟୋତି ନାୟକ, ଅଭିନେତ୍ରୀ ଙ୍କ ସହିତ ଯୁବ ନିର୍ଦ୍ଦେଶକ ଅଶ୍ୱିନୀ ତ୍ରିପାଠୀ ଏଵଂ ପ୍ରେରଣା ପ୍ରତୀକ୍ଷା |
ନୂଆ ଓଡ଼ିଆ ଚଳଚ୍ଚିତ୍ର “ଅପେକ୍ଷା” ତରଫରୁ ହିରୋ ସାର୍ଥକ ଏଵଂ ହିରୋଇନ ଶୁଭାଙ୍ଗି,କଣ୍ଠ ଶିଳ୍ପୀ ହ୍ୟୁମାନ ସାଗରଙ୍କୁ ନୃତ୍ୟ ଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦିଆଯିବ।

କଲିକତାରୁ ଆସୁଥିବା ନୃତ୍ୟ କଳାକାର ମାନେ ବେଙ୍ଗଲ ଫୋକ ନୃତ୍ୟ ଏଵଂ ହିନ୍ଦୀ ସିନେମା ସଂଗୀତରେ ଦର୍ଶକଙ୍କ ମନୋରଞ୍ଜନ କରିବେ।

ଏହି ଉତ୍ସବରେ ଅନେକ କଳାକାର ଏଵଂ ପ୍ରତିଯୋଗିତାରେ ସଫଳତା ପାଇଥିବା ବ୍ୟକ୍ତି ମାନଙ୍କୁ ସମ୍ମାନିତ କରାଯିବ।  ଆଗାମୀ ବର୍ଷ ୨0୨୬ ରେ ମହୋଦଧି ଦିବସ ଆନ୍ତର୍ଜାତିକ ସ୍ତରରେ ସାତଦିନ ବ୍ୟାପୀ କରାଯିବ ଏଵଂ ଦେଶ ବିଦେଶର ସାମୁଦ୍ରିକ କ୍ରୀଡ଼ାବିତ ଏଵଂ ଭାରତ ବର୍ଷର ସୁଖ୍ୟାତି ଅର୍ଜନ କରିଥିବା କଳାକାର ମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ ବୋଲି ଆୟୋଜକମାନେ କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀ ରେ “ଦି ବେଲ “ର ଅଧକ୍ଷ ସିଦ୍ଧାର୍ଥ ରାୟ, ଉପସଭାପତି ସୁକାନ୍ତ ପଣ୍ଡା, ଅଭ୍ୟର୍ଥନା କମିଟି ଓ ପରିବର୍ତ୍ତନ ଓଡିଶାର ଅଧ୍ୟକ୍ଷ ଜିତେନ୍ଦ୍ର ମହାପାତ୍ର, ବରିଷ୍ଠ ସିନେ ଓ ଟେଲିଭିଜନ ନିର୍ଦ୍ଦେଶକ ଏଵଂ ଲେଖକ ଶ୍ୟାମା ପ୍ରସାଦ ମିଶ୍ର, ମହାସୁଆର ନିଯୋଗ ସମ୍ପାଦକ ଗଣେଶ୍ୱର ମହାସୁଆର, ପରିବର୍ତ୍ତନ ଓଡିଶାର ସହ ସମ୍ପାଦକ ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ସମେତ ଦି ବେଲର ସମସ୍ତ କର୍ମକର୍ତ୍ତା ଯୋଗଦେଇଥିଲେ। ଏହି ଅବସରରେ ମହୋଦଧି ଦିବସ ୨0୨୫ ର ପୋଷ୍ଟର ଉନ୍ମୋଚିତ ହୋଇଥିଲା।

ଆକାଇ ଡୋଇ ଜାପାନ ପୁରୀ ମହୋଦଧି ଦିବସ ମହୋଦଧି ସମ୍ମାନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୨୩ ତାରିଖ ସୋମବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

February 23, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026
Latest News

ଆଜି ମାର୍ଚ୍ଚ ୨୩ ତାରିଖ ସୋମବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

February 23, 2026

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.