Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥର ବଡ ଘୋଷଣା: ନିୟମିତ ଟ୍ରେନ୍‌ରେ ଅତିରିକ୍ତ କୋଚ୍ ସଂଯୋଗ ଏବଂ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା
ଆଜିର ଖବର

ପୂର୍ବତଟ ରେଳପଥର ବଡ ଘୋଷଣା: ନିୟମିତ ଟ୍ରେନ୍‌ରେ ଅତିରିକ୍ତ କୋଚ୍ ସଂଯୋଗ ଏବଂ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା

December 7, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୂର୍ବତଟ ରେଳପଥର ବଡ ଘୋଷଣା: ନିୟମିତ ଟ୍ରେନ୍‌ରେ ଅତିରିକ୍ତ କୋଚ୍ ସଂଯୋଗ ଏବଂ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା
ପୂର୍ବତଟ ରେଳପଥର ବଡ ଘୋଷଣା: ନିୟମିତ ଟ୍ରେନ୍‌ରେ ଅତିରିକ୍ତ କୋଚ୍ ସଂଯୋଗ ଏବଂ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା

ଭୁବନେଶ୍ୱର: ବର୍ଦ୍ଧିତ ଚାହିଦା ଏବଂ ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି, ପୂର୍ବତଟ ରେଳପଥ ମୁମ୍ବାଇ, ନୂଆଦିଲ୍ଲୀ, ବେଙ୍ଗାଲୁରୁ ଏବଂ ହାଓଡ଼ା ଅଞ୍ଚଳ ଅଭିମୁଖେ କିଛି ନିୟମିତ ଟ୍ରେନ୍‌ରେ ଅତିରିକ୍ତ କୋଚ୍ ସଂଯୋଗ ଏବଂ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି।

ପୂର୍ବତଟ ରେଳପଥ ଦ୍ୱାରା ଘୋଷଣା କରାଯାଇଥିବା ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକ ନିମ୍ନଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ ଚାଲିବ:

୧. ଟ୍ରେନ ନମ୍ବର ୦୮୪୦୧ ଭୁବନେଶ୍ୱର – ଲୋକମାନ୍ୟ ତିଲକ ଟର୍ମିନସ୍ ସ୍ୱତନ୍ତ୍ର ୦୭ ଡ଼ିସେମ୍ବର ୨୦୨୫ ରେ ଭୁବନେଶ୍ୱରରୁ ଛାଡିବ
୨. ଟ୍ରେନ ନମ୍ବର ୦୮୪୦୨ ଲୋକମାନ୍ୟ ତିଲକ ଟର୍ମିନସ୍ – ସମ୍ବଲପୁର ସ୍ୱତନ୍ତ୍ର ୦୯ ଡ଼ିସେମ୍ବର ୨୦୨୫ ରେ ଲୋକମାନ୍ୟ ତିଲକ ଟର୍ମିନସ୍ ରୁ ଛାଡିବ
୩. ଟ୍ରେନ ନମ୍ବର ୦୮୪୦୩ ପୁରୀ – ଆନନ୍ଦ ବିହାର ଟର୍ମିନଲ୍ ସ୍ୱତନ୍ତ୍ର ୦୮ ଡ଼ିସେମ୍ବର ୨୦୨୫ ରେ ପୁରୀରୁ ଛାଡିବ
୪. ଟ୍ରେନ ନମ୍ବର ୦୮୪୦୪ ଆନନ୍ଦ ବିହାର ଟର୍ମିନଲ୍ – ଭୁବନେଶ୍ୱର ସ୍ୱତନ୍ତ୍ର ୦୯ ଡ଼ିସେମ୍ବର ୨୦୨୫ ରେ ଆନନ୍ଦ ବିହାର ଟର୍ମିନଲ୍ ରୁ ଛାଡିବ
୫. ଟ୍ରେନ ନମ୍ବର ୦୮୫୦୧ ବିଶାଖାପାଟଣା – SMVB ବେଙ୍ଗାଲୁରୁ ସ୍ୱତନ୍ତ୍ର ୦୮ ଡ଼ିସେମ୍ବର ୨୦୨୫ ରେ ବିଶାଖାପାଟଣାରୁ ଛାଡିବ
୬. ଟ୍ରେନ ନମ୍ବର ୦୮୫୦୨ SMVB ବେଙ୍ଗାଲୁରୁ – ବିଶାଖାପାଟଣା ସ୍ୱତନ୍ତ୍ର ୦୯ ଡ଼ିସେମ୍ବର ୨୦୨୫ ରେ SMVB ବେଙ୍ଗାଲୁରୁରୁ ଛାଡିବ

ନିୟମିତ ଟ୍ରେନ ଗୁଡିକରେ ଅତିରିକ୍ତ କୋଚ୍ ସଂଯୋଗ

ସ୍ୱତନ୍ତ୍ର ଟ୍ରେନଗୁଡିକ ବ୍ୟତୀତ, ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ଦୂର କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନିମ୍ନଲିଖିତ ନିୟମିତ ଟ୍ରେନଗୁଡିକରେ ଅତିରିକ୍ତ ଏସି କୋଚ୍ ସଂଯୋଗ କରାଯାଇଛି:

୧. ଟ୍ରେନ ନଂ.୨୨୮୧୧ ଭୁବନେଶ୍ୱର-ନୂଆଦିଲ୍ଲୀ ତେଜସ ରାଜଧାନୀ ଏକ୍ସପ୍ରେସ୍ ତାରିଖ ୦୭ ଡ଼ିସେମ୍ବର ୨୦୨୫ ଏବଂ ଟ୍ରେନ ନଂ. ୨୨୮୧୨ ନୂଆଦିଲ୍ଲୀ – ଭୁବନେଶ୍ୱର ତେଜସ୍ ରାଜଧାନୀ ଏକ୍ସପ୍ରେସ୍ ତାରିଖ ୦୮ ଡ଼ିସେମ୍ବର ୨୦୨୫ ରେ ଗୋଟିଏ ପ୍ରଥମ ଶ୍ରେଣୀ ଏସି ଶ୍ରେଣୀ କୋଚ୍‌ ସଂଯୋଗ କରାଯିବ।

୨. ଟ୍ରେନ୍ ନଂ. ୨୨୮୨୩ ଭୁବନେଶ୍ୱର-ନୂଆଦିଲ୍ଲୀ ତେଜସ୍ ରାଜଧାନୀ ଏକ୍ସପ୍ରେସ୍ ତାରିଖ ୦୮ ଡ଼ିସେମ୍ବର ୨୦୨୫ ରେ ଏବଂ ଟ୍ରେନ୍ ନଂ. ୨୨୮୨୪ ନୂଆଦିଲ୍ଲୀ – ଭୁବନେଶ୍ୱର ତେଜସ୍ ରାଜଧାନୀ ଏକ୍ସପ୍ରେସ ତାରିଖ ୦୯ ଡ଼ିସେମ୍ବର ୨୦୨୫ ରେ ଗୋଟିଏ ତୃତୀୟ ଶ୍ରେଣୀ ଏସି କୋଚ୍‌ ସଂଯୋଗ କରାଯିବ।

୩. ଟ୍ରେନ୍ ନଂ. ୧୨୮୮୨ ପୁରୀ-ଶାଲିମାର, ଗରିବ ରଥ ଏକ୍ସପ୍ରେସ ତାରିଖ ୦୮ ଡ଼ିସେମ୍ବର ଓ ୧୦ ଡ଼ିସେମ୍ବର ୨୦୨୫ ରେ ଏବଂ ଟ୍ରେନ୍ ନଂ. ୧୨୮୮୧ ଶାଲିମାର -ପୁରୀ ଗରିବ ରଥ ଏକ୍ସପ୍ରେସ ତାରିଖ ୦୯ ଡ଼ିସେମ୍ବର ଏବଂ ୧୧ ଡ଼ିସେମ୍ବର ୨୦୨୫ ରେ ଗୋଟିଏ ଏସି ଇକୋନୋମିକ୍ ଶ୍ରେଣୀ କୋଚ୍ ସଂଯୋଗ କରାଯିବ।

ସେହିଭଳି, ୪. ଟ୍ରେନ ନମ୍ବର ୨୨୮୮୩ ପୁରୀ-ଯଶବନ୍ତପୁର ଗରିବ ରଥ ଏକ୍ସପ୍ରେସ୍ ତାରିଖ ୧୨ ଡ଼ିସେମ୍ବର ୨୦୨୫ ଏବଂ ଟ୍ରେନ ନମ୍ବର ୨୨୮୮୪ ଯଶବନ୍ତପୁର-ପୁରୀ ଗରିବ ରଥ ଏକ୍ସପ୍ରେସ୍ ତାରିଖ ୧୩ ଡ଼ିସେମ୍ବର ୨୦୨୫ ରେ ଗୋଟିଏ ଏସି ଇକୋନୋମିକ୍ ଶ୍ରେଣୀ କୋଚ୍ ସଂଯୋଗ କରାଯିବ।

ପୂର୍ବ ତଟ ରେଳପଥ ଯାତ୍ରୀମାନଙ୍କୁ IRCTC ୱେବସାଇଟ୍, NTES ଆପ୍ ଏବଂ ରେଳବାଇ ଅନୁସନ୍ଧାନ ସେବା ମାଧ୍ୟମରେ ପ୍ରକୃତ ସମୟ ଉପଲବ୍ଧତା ଯାଞ୍ଚ କରିବାକୁ ପରାମର୍ଶ ଦେଉଛି।

ଶେଷ ମୁହୂର୍ତ୍ତର ଅସୁବିଧାକୁ ଏଡ଼ାଇବା ପାଇଁ ଯାତ୍ରୀମାନଙ୍କୁ ସେହି ଅନୁଯାୟୀ ସେମାନଙ୍କର ଯାତ୍ରା ଯୋଜନା କରିବାକୁ ଅନୁରୋଧ।

ପୂର୍ବତଟ ରେଳପଥ ନିରାପଦ, ଆରାମଦାୟକ ଏବଂ ଅସୁବିଧାମୁକ୍ତ ଯାତ୍ରା ପ୍ରଦାନ କରିବାକୁ ପ୍ରତିବଦ୍ଧ ଏବଂ ଚାହିଦା ଉପରେ କଡ଼ା ନଜର ରଖି ଆବଶ୍ୟକତା ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ।

ଅତିରିକ୍ତ କୋଚ୍ ସଂଯୋଗ ନିୟମିତ ଟ୍ରେନ୍‌ ପୂର୍ବତଟ ରେଳପଥ ସ୍ୱତନ୍ତ୍ର ଟ୍ରେନ୍
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସନ୍ତୃପ୍ତ ମିଶ୍ର ଏବଂ ଦତ୍ତେଶ୍ବର ହୋତା

March 5, 2026

ଅସୁସ୍ଥ ହୋଇପଡିଲେ ମନ୍ତ୍ରୀ ସୁରେଶ ପୂଜାରୀ, ଭୁବନେଶ୍ବର ପରେ ଏବେ ଦିଲ୍ଲୀ ଏମସ୍ କୁ ସ୍ଥାନାନ୍ତରିତ

March 5, 2026

US-Israel vs Iran Conflict: ଦୁବାଇରେ ଫସିରହିଥିବା ଭାରତୀୟ ଯାତ୍ରୀ ସୁରକ୍ଷିତ ଭାବେ ପହଞ୍ଚିଲେ

March 5, 2026

ଆଜି ଶ୍ରୀମନ୍ଦିରରେ ବନକ ଲାଗି ନୀତି: ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

March 5, 2026
Latest News

ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସନ୍ତୃପ୍ତ ମିଶ୍ର ଏବଂ ଦତ୍ତେଶ୍ବର ହୋତା

March 5, 2026

ଅସୁସ୍ଥ ହୋଇପଡିଲେ ମନ୍ତ୍ରୀ ସୁରେଶ ପୂଜାରୀ, ଭୁବନେଶ୍ବର ପରେ ଏବେ ଦିଲ୍ଲୀ ଏମସ୍ କୁ ସ୍ଥାନାନ୍ତରିତ

March 5, 2026

US-Israel vs Iran Conflict: ଦୁବାଇରେ ଫସିରହିଥିବା ଭାରତୀୟ ଯାତ୍ରୀ ସୁରକ୍ଷିତ ଭାବେ ପହଞ୍ଚିଲେ

March 5, 2026

ଆଜି ଶ୍ରୀମନ୍ଦିରରେ ବନକ ଲାଗି ନୀତି: ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

March 5, 2026

ଆଜିଠାରୁ ଟୋରଣ୍ଟୋ, ଫ୍ରାଙ୍କଫର୍ଟ ଏବଂ ପ୍ୟାରିସକୁ ଅତିରିକ୍ତ କ୍ଷମତା ବିଶିଷ୍ଟ ବିମାନ ଚଳାଚଳ: ଏୟାର ଇଣ୍ଡିଆ

March 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.