ଭୁବନେଶ୍ଵର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭୁବନେଶ୍ୱରର ପ୍ରସିଦ୍ଧ ତଥା ପ୍ରାଚୀନ ଶୈବ ପୀଠ ପରିଦର୍ଶନ କରି ମହାଦେବଙ୍କ ଦର୍ଶନ କରିଛନ୍ତି। କପିଳେଶ୍ୱର ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ପର୍ଶୁରାମେଶ୍ୱର ମନ୍ଦିର, କେଦାରଗୌରୀ ମନ୍ଦିର ପରିଦର୍ଶନ ସହ ମନ୍ଦିର ପରିସରର ବିକାଶ, ସଂରକ୍ଷଣ ଓ ପରିଚାଳନା ସମ୍ବନ୍ଧୀୟ ସ୍ଥିତି ସମୀକ୍ଷା କରିଛନ୍ତି। ସେବାୟତ, ପରିଚାଳନା କମିଟିର ସଦସ୍ୟ ଏବଂ ସ୍ଥାନୀୟ ଲୋକମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଏହି ସମୟରେ ଏକାମ୍ର ବିଧାୟକ ବାବୁ ସିଂ ଏବଂ ବିଜେପି ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


