ବାଲୁଗାଁ: ବାଲୁଗାଁ କ୍ୟାରମ ଆସୋସିଏସନ ଆନୁକୁଲ୍ୟରେ ଉମାମହେଶ୍ୱର କଲ୍ୟାଣୀ ମଣ୍ଡପ ଠାରେ ରାଜ୍ୟ ସ୍ତରୀୟ କ୍ୟାରମ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଓଡିଶାର ୧୨ ଜିଲ୍ଲାରୁ ୩୨ ଟି ଦଳ ଅଂଶଗ୍ରହଣ କରିଥିଲେ। ଜଟଣୀର ନବୀନ ରେଡ୍ଡୀ ଓ ରିଜୱାନ ହୁସେନ ବିଜେତା ହୋଇଥିବା ବେଳେ ଖୋର୍ଦ୍ଧା ବାଜପୁର ଅଞ୍ଚଳର ମାନସ ପ୍ରଧାନ ଓ କାଶୀନାଥ ପାଳ ରନରଅପ୍ ହୋଇଥିଲେ। ଶ୍ରେଷ୍ଠ ଖେଳାଳି ଭାବେ ଏସ ହାରିଶଙ୍କୁ ପୁରସ୍କୃତ କରାଯାଇଥିଲା।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଚିଲିକା ତହସିଲଦାର କାହ୍ନୁ ଚରଣ ଘଡେ଼ଇ,ବାଲୁଗାଁ ଥାନାଧିକାରୀ ଜୟ ପ୍ରକାଶ ପରିଡା ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବାସହ ବିଜେତା ଓ ରନରଅପ୍ ଦଳକୁ ପୁରସ୍କୃତ କରିଥିଲେ।ଆସୋସିଏସନ୍ ସଭାପତି ପ୍ରତାପ କୁମାର ପ୍ରଧାନ ଖେଳ ପରିଚାଳନା କରିଥିବା ବେଳେ ଆସୋସିଏସନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।


