Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜସୁନାଖଳା ମହୋତ୍ସବ କାଉଁରୀ-୨୦୨୫: ଦର୍ଶକଙ୍କୁ ବିଭୋର କଲା ନେପାଳ ସିକିମର ମାରୁନି ନୃତ୍ୟ
ଆଜିର ଖବର

ରାଜସୁନାଖଳା ମହୋତ୍ସବ କାଉଁରୀ-୨୦୨୫: ଦର୍ଶକଙ୍କୁ ବିଭୋର କଲା ନେପାଳ ସିକିମର ମାରୁନି ନୃତ୍ୟ

December 11, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜସୁନାଖଳା ମହୋତ୍ସବ କାଉଁରୀ-୨୦୨୫: ଦର୍ଶକଙ୍କୁ ବିଭୋର କଲା ନେପାଳ ସିକିମର ମାରୁନି ନୃତ୍ୟ
ରାଜସୁନାଖଳା ମହୋତ୍ସବ କାଉଁରୀ-୨୦୨୫: ଦର୍ଶକଙ୍କୁ ବିଭୋର କଲା ନେପାଳ ସିକିମର ମାରୁନି ନୃତ୍ୟ

ରଣପୁର: ରାଜସୁନାଖଳା ମହୋତ୍ସବ କାଉଁରୀ–୨୦୨୫ର ତୃତୀୟ ସନ୍ଧ୍ୟା ବୁଧବାର ଅପୂର୍ବ ଆଲୋକ ଓ ସାଂସ୍କୃତିକ ରଙ୍ଗରେ ଦର୍ଶକଙ୍କୁ ମନମୁଗ୍ଧ କରିଥିଲା। ମଞ୍ଚର ଆଲୋକ ସଜ୍ଜା, ପାରମ୍ପରିକ ମନ୍ଦିର ଭଳି ଦୃଶ୍ୟମାନ ଅଳଙ୍କାର ଓ ସଜା ଯାଇଥିବା ସାଂସ୍କୃତିକ ଦୃଶ୍ୟ ସମାଗମକୁ ଅଧିକ ରୂଚିକର କରିଥିଲା।

ସନ୍ଧ୍ୟାର ପ୍ରଧାନ ଆକର୍ଷଣ ହେଲା ନେପାଳର ମାରୁନି ନୃତ୍ୟ, ଯାହା ଦର୍ଶକମାନଙ୍କୁ ତାଳ–ଲୟ–ଭାଙ୍ଗିମାର ମାୟାରେ ବିଭୋର କରିଦେଇଥିଲା। ନେପାଳୀ ପାରମ୍ପରିକ ପୋଷାକ, ରଙ୍ଗିନ ଅଳଙ୍କାର ଓ କଳାକାରମାନଙ୍କ ଅଭିନୟ ମଞ୍ଚକୁ ଜୀବନ୍ତ କରିଦେଇଥିଲା।

ଏହା ସହିତ ଆଞ୍ଚଳିକ ସ୍କୁଲ ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ସାଂସ୍କୃତିକ ନୃତ୍ୟ ସମଗ୍ର ମହୋତ୍ସବ ପଡିଆକୁ ମନମୋହକ ପରିବେଶରେ ପରିଣତ କରିଥିଲା। ସୁନିୟୋଜିତ ପ୍ରସ୍ତୁତି, ରଙ୍ଗିନ ପୋଷାକ ଓ ଇନୋସେନ୍ସ ଭରା ପ୍ରଦର୍ଶନ ଦର୍ଶକଙ୍କ ମନକୁ ଛୁଇଁ ଯାଇଥିଲା।

ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ସ୍ୱତନ୍ତ୍ର ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ତଥା ବିଶିଷ୍ଟ ସମାଜସେବୀ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଓଟିଭି ର ବରିଷ୍ଠ ଉପସ୍ଥାପିକା ତଥା ସାମ୍ବାଦିକା ରୋଜାଲିନ ସାମନ୍ତରାୟ, ସମ୍ମାନିତ ଅତିଥି ଭାବେ ନୟାଗଡ ଜିଲ୍ଲା ଆଇନୀଜୀବୀ ସଙ୍ଘ ସଭାପତି ରଂଜିତ ଦାସ, ଫାର୍ମାସିଷ୍ଟ କିଶୋର ଚନ୍ଦ୍ର ରାଉତରାୟ, ଯୁବ ସମାଜସେବୀ ଅଭିଷେକ ସାମନ୍ତରାୟ, ବଡ଼କୁମାରୀ ସରପଞ୍ଚ ପ୍ରଫୁଲ ଚନ୍ଦ୍ର ପ୍ରଧାନ, ବିଶିଷ୍ଟ ବ୍ୟଙ୍ଗ କବି ରବୀନ୍ଦ୍ର ରାଉତ, ଯୁବ ସମାଜସେବୀ ଶିଶିର ସାହୁ, ଯୁବ ସମାଜସେବୀ ସନ୍ତୋଷ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ମହୋତ୍ସବ କମିଟିର ପ୍ରତିଷ୍ଠାତା ସଭାପତି ଚିତ୍ତରଞ୍ଜନ ପ୍ରଧାନ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସମ୍ପାଦକ ଜାୟେନ୍ଦ୍ର ବେହେରା ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ସଂଯୋଜନା କାର୍ଯ୍ୟ ସମ୍ପାଦନ କରିଥିଲେ। ସଭାକାର୍ଯ୍ୟ ଶେଷରେ ବିଭିନ୍ନ କୃତି ପ୍ରତିଯୋଗୀ, ସମାଜସେବୀ ଓ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।

ସାରା ସନ୍ଧ୍ୟା ବିଭିନ୍ନ ସାଂସ୍କୃତିରକ କାର୍ଯ୍ୟ ମହୋତ୍ସବକୁ ଅଧିକ ଜନପ୍ରିୟ କରିଦେଇଥିଲା। ଆସନ୍ତାର ସନ୍ଧ୍ୟାରେ ଆହୁରି ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଥିବା ଆୟୋଜକମଣ୍ଡଳୀ ସୂଚନା ଦେଇଛନ୍ତି।

କାଉଁରୀ-୨୦୨୫ ନେପାଳ ମାରୁନି ନୃତ୍ୟ ରାଜସୁନାଖଳା ମହୋତ୍ସବ ସିକିମ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଏସୀୟ କ୍ରୀଡ଼ା: ସେମିଫାଇନାଲ୍ ରେ ପହଞ୍ଚିଲା ବାଂଲାଦେଶ ମହିଳା ଦଳ

September 17, 2026

ଆନ୍ତଃରାଜ୍ୟ ବାଇକ ଚୋର ଗିରଫ, ବାଇକ୍‌ ଓ ମୋବାଇଲ ଜବତ

September 17, 2026

ପୂଜା ପାଇଁ ଫୁଲ ତୋଳିବା ହେଲା କାଳ, ଛାତରୁ ପଡ଼ି ୧୪ ବର୍ଷୀୟ ନାବାଳକ ମୃତ

September 17, 2026

ଦେବଗଡ଼ରେ ଚାଞ୍ଚଲ୍ୟ: ପ୍ରେମିକା ଘର ନିକଟରୁ ପ୍ରେମିକଙ୍କ ମୃତଦେହ ଉଦ୍ଧାର

September 17, 2026
Latest News

୨୦୨୬ ଏସୀୟ କ୍ରୀଡ଼ା: ସେମିଫାଇନାଲ୍ ରେ ପହଞ୍ଚିଲା ବାଂଲାଦେଶ ମହିଳା ଦଳ

September 17, 2026

ଆନ୍ତଃରାଜ୍ୟ ବାଇକ ଚୋର ଗିରଫ, ବାଇକ୍‌ ଓ ମୋବାଇଲ ଜବତ

September 17, 2026

ପୂଜା ପାଇଁ ଫୁଲ ତୋଳିବା ହେଲା କାଳ, ଛାତରୁ ପଡ଼ି ୧୪ ବର୍ଷୀୟ ନାବାଳକ ମୃତ

September 17, 2026

ଦେବଗଡ଼ରେ ଚାଞ୍ଚଲ୍ୟ: ପ୍ରେମିକା ଘର ନିକଟରୁ ପ୍ରେମିକଙ୍କ ମୃତଦେହ ଉଦ୍ଧାର

September 17, 2026

୧୦୦% ଶୁଳ୍କ ବିଲ୍ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ: ଟ୍ରମ୍ପଙ୍କୁ ଦେଲା କଡ଼ା ବାର୍ତ୍ତା

September 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.