Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାଙ୍କଣ ଶିଖରୀରେ ୮ମ ଶ୍ରୀଜଗନ୍ନାଥ ମହୋତ୍ସବ ଉଦ୍‌ଯାପିତ, ୨୦ହଜାରରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁଙ୍କ ସମାଗମ
ଆଜିର ଖବର

କାଙ୍କଣ ଶିଖରୀରେ ୮ମ ଶ୍ରୀଜଗନ୍ନାଥ ମହୋତ୍ସବ ଉଦ୍‌ଯାପିତ, ୨୦ହଜାରରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁଙ୍କ ସମାଗମ

December 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
କାଙ୍କଣ ଶିଖରୀରେ ୮ମ ଶ୍ରୀଜଗନ୍ନାଥ ମହୋତ୍ସବ ଉଦ୍‌ଯାପିତ, ୨୦ହଜାରରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁଙ୍କ ସମାଗମ
କାଙ୍କଣ ଶିଖରୀରେ ୮ମ ଶ୍ରୀଜଗନ୍ନାଥ ମହୋତ୍ସବ ଉଦ୍‌ଯାପିତ, ୨୦ହଜାରରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁଙ୍କ ସମାଗମ

ଚିଲିକା: ଚିଲିକା ବ୍ଲକ ଅନ୍ତର୍ଗତ ନଇରୀ ନିକଟସ୍ଥ ଗଙ୍ଗାଯମୁନା ଘାଟ ଅନତିଦୂରରେ ଚିଲିକା ଜଳରାଶି ପରିବେଷ୍ଟିତ ଶ୍ରୀଜଗନ୍ନାଥଙ୍କ ଗୁପ୍ତ ଲୀଳାକ୍ଷେତ୍ର କାଙ୍କଣଶିଖରୀ ପୀଠରେ ଚାଲିଥିବା ଅଷ୍ଟମ ବାର୍ଷିକ ଶ୍ରୀଜଗନ୍ନାଥ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି। ଆଜି ଅନ୍ତିମ ଦିବସରେ ଯଜ୍ଞର ପୂର୍ଣ୍ଣାହୂତି ସହିତ ନିଳାମ୍ଵୁ ଚିଲିକା ଉଦ୍ଦେଶ୍ୟରେ ଚଳିତ ବର୍ଷ ଯଜ୍ଞର ଅନ୍ତିମ ଚିଲିକା ଆଳତି ସମ୍ପନ୍ନ କରାଯାଇଥିଲା।

ଟ୍ରଷ୍ଟର ବରିଷ୍ଠ ସଦସ୍ୟ ହାଡିବନ୍ଧୁ ପଟ୍ଟନାୟକ ଓ ତାଙ୍କର ଧର୍ମପତ୍ନୀ ଏହି ଅବସରରେ କାର୍ଯ୍ୟଗ୍ରାହୀ ଭାବେ ବରିଷ୍ଠ ବ୍ରାହ୍ମଣ ପଣ୍ଡିତ ମାନଙ୍କ ପୈ।ରହିତ୍ୟରେ ଯଜ୍ଞର ପୂର୍ଣ୍ଣାହୂତି ପ୍ରଦାନ କରିଥିଲେ। ଚିଲିକା ଓ ବାଣପୁର ବ୍ଲକର ସମସ୍ତ ଜଗନ୍ନାଥ ମନ୍ଦିରର ଆଜ୍ଞା ମାଳ ମାନଙ୍କୁ ବନ୍ଦାପନା କରାଯାଇ ମେଲାଣି ଦିଆଯାଇଥିଲା।

ଏହି ଅବସରରେ କାଙ୍କଣ ଶିଖରୀ ଟ୍ରଷ୍ଟ ଆବାହକ ଡଃ ସୁଶାନ୍ତ କୁମାର ସାହୁ ଓ କୋଷାଧ୍ୟକ୍ଷ ରୀତାରାଣୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଇ° ପାର୍ଥ ସାରଥି ମହାନ୍ତିଙ୍କ ସ°ଯୋଜନାରେ ଏକ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଥିଲା।  ଏଥିରେ ଶ୍ରୀକ୍ଷେତ୍ର ପୁରୀ ଶ୍ରୀମନ୍ଦିର ବଡ଼ପଣ୍ଡା ମହାନାୟକ ଶ୍ରୀ ରାମଚନ୍ଦ୍ର ବଡ଼ପଣ୍ଡା ସାମନ୍ତ ଯୋଗ ଦେଇ ଆଶିର୍ବଚନ ପ୍ରଦାନ କରିଥିଲେ। ଏଥିରେ ବିଶିଷ୍ଟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଆଇନ ପୂର୍ତ୍ତ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପୀଠ ତରଫରୁ ଭବ୍ୟ ସ୍ଵାଗତ ଜଣାଇବା ସହିତ ଫୁଲ ଚନ୍ଦନ, ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।

ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଙ୍କୁ ମନ୍ଦିର ଚତୁର୍ଦ୍ଧାମୂର୍ତ୍ତି, ସାଲା ମଣ୍ଡପ, ସଭା ମଣ୍ଡପ, ତତ୍ ସହିତ ଅଷ୍ଟମ ଶ୍ରୀ ଜଗନ୍ନାଥ ମହୋତ୍ସବ ର ଲିମ୍ଵ ଦାରୁରେ ନିର୍ମିତ ପ୍ରଭୁଙ୍କର ୨୪ ଗୋଟି ଦିବ୍ୟ ବେଶ ଦର୍ଶନ କରାଇଥିଲେ। ଏଥିରେ ଅନ୍ୟାନ୍ୟ ଅତିଥି ଭାବେ ଚିିିଲିିିିିକା ବ୍ଲକର ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ର, ବାଣପୁର ଓ ଚିଲିକା ଶ୍ରୀ ଜଗନ୍ନାଥ ମନ୍ଦିର ସମନ୍ୱୟ ପରିଷଦ ସମ୍ପାଦକ ବାଳମୁକୁନ୍ଦ ଦାସ, ବାବାଜୀ ପଦ୍ମପାଦ ଦାସ , ଚିଲିକା ବିଡ଼ିଓ ପୁନମ ମହାପାତ୍ର, ତହସିଲଦାର କାହ୍ନୁଚରଣ ଘଡେ଼ଇ, ନାଚୁଣୀ ଥାନା ଅଧିକାରୀ ଚନ୍ଦ୍ର ଶେଖର ଜେନା ପ୍ରମୁଖଙ୍କ ସମେତ ବାଲୁଗାଁ ସ୍ଥିତ କାଳିଜାା ମୋଟର ବୋଟ ଆସୋସିଏସନ୍ଈର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ବିଭିନ୍ନ ଅଞ୍ଚଳରୁ ବରିଷ୍ଠ ତଥା ଆଧ୍ୟାତ୍ମିକ ବ୍ୟକ୍ତି ବିଶେଷ ମାନେ ଏଥିରେ ଯୋଗ ଦେଇ ଶ୍ରୀ ଜଗନ୍ନାଥଙ୍କ କୃପା ଅନୁଭୂତି ଉପରେ ବକ୍ତଵ୍ୟ ପ୍ରଦାନ କରି ଥିଲେ।

ଏହି ଅବସରରେ ଵଉଳାଵନ୍ଧ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଆୟୁଷ୍ମତୀ ପ୍ରିୟଙ୍କା ସାହୁ ଙ୍କୁ “ଭରତ ଚରଣ ମେଧା ବୃତ୍ତି” ପ୍ରଦାନ କରାଯାଇଥିଲା। ଏହି ଅବସରରେ ଅନ୍ୟାନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଆଦ୍ୟ ସେବକ ହାଡ଼ିବନ୍ଧୁ ପଟ୍ଟନାୟକଙ୍କ ସ୍ଵରଚିତ ଆତ୍ମ ଜୀବନୀ ସମ୍ବଳିତ “ଜୀବନର ଅଙ୍କାବଙ୍କା ନଈ” ଶୀର୍ଷକ ପୁସ୍ତକ ଉନ୍ମୋଚନ ହୋଇଥିଲା।

ଭିଡ଼ ନିୟନ୍ତ୍ରଣ କରିବାପାଇଁ ପୋଲିସ ପ୍ରଶାସନ ତତସହିତ ପାନୀୟ ଜଳଯୋଗଣ, ନିରବଛିନ୍ନ ବିଦ୍ୟୁତ ସରବରାହ, ସ୍ବେଛାସେବୀ ସଂଗଠନ ସହାୟତା, ସ୍ୱାସ୍ଥ୍ୟ, ଅଗ୍ନିଶମ ବିଭାଗ ପକ୍ଷରୁ ସହଯୋଗ ପ୍ରଦାନ କରାଯାଇଥିଲା। ଏଥି ସହିତ ଭକ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପୀଠ ପକ୍ଷରୁ ନିଶୁକ୍ଳ ନୌକାଯାତ୍ରା ସହିତ ନିଃଶୁଳ୍କ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।  ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ୨୦ ହଜାର ରୁ ଉର୍ଦ୍ଧ୍ବ ଜନ ସମାଗମ ହୋଇଥିଲା।

କାଙ୍କଣ ଶିଖରୀ ଗଙ୍ଗାଯମୁନା ଘାଟ ଚିଲିକା ଶ୍ରୀଜଗନ୍ନାଥ ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ୯ ତାରିଖ ଶୁକ୍ରବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

January 9, 2026

ଚ଼ିଲିକା ନୌକା ପ୍ରତିଯୋଗିତାର ଅନ୍ତିମ ଦିନରେ ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

January 8, 2026

‘ପଙ୍ଖୁଡ଼ି ପୋର୍ଟାଲ୍’ ଶୁଭାରମ୍ଭ: ମହିଳା ଓ ଶିଶୁ ବିକାଶ ପାଇଁ ଡିଜିଟାଲ୍ ମାଇଲଷ୍ଟୋନ

January 8, 2026

ସଡ଼କ ସୁରକ୍ଷାର ସନ୍ଦେଶ ସହ କବିତାର ଝରଣା: ରଣପୁର ମହୋତ୍ସବର ଚତୁର୍ଥ ଦିବସ

January 8, 2026
Latest News

ଆଜି ୯ ତାରିଖ ଶୁକ୍ରବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

January 9, 2026

ଚ଼ିଲିକା ନୌକା ପ୍ରତିଯୋଗିତାର ଅନ୍ତିମ ଦିନରେ ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

January 8, 2026

‘ପଙ୍ଖୁଡ଼ି ପୋର୍ଟାଲ୍’ ଶୁଭାରମ୍ଭ: ମହିଳା ଓ ଶିଶୁ ବିକାଶ ପାଇଁ ଡିଜିଟାଲ୍ ମାଇଲଷ୍ଟୋନ

January 8, 2026

ଭାରତୀୟ ଏଆଇ ଷ୍ଟାର୍ଟଅପ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୋଲଟେବୁଲ ବୈଠକ

January 8, 2026

ସଡ଼କ ସୁରକ୍ଷାର ସନ୍ଦେଶ ସହ କବିତାର ଝରଣା: ରଣପୁର ମହୋତ୍ସବର ଚତୁର୍ଥ ଦିବସ

January 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.