Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି
ଆଜିର ଖବର

ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

December 15, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି
ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଜୋର୍ଡାନ ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନିଜର ବିବୃତ୍ତି ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ” ଆଜି ମୁଁ ଜୋର୍ଡାନର ହାସେମାଇଟ, ଫେଡେରାଲ ଡେମୋକ୍ରାଟିକ ରିପବ୍ଲିକ ଅଫ ଇଥିଓପିଆ ଏବଂ ସୁଲତାନତ ଅଫ ଓମାନକୁ ତିନି ଦେଶ ଗସ୍ତରେ ଯାଉଛି, ଏହି ତିନିଟି ରାଷ୍ଟ୍ର ସହିତ ଭାରତର ପୁରୁଣା ସଭ୍ୟତାଗତ ସମ୍ପର୍କ ଏବଂ ବ୍ୟାପକ ସମସାମୟିକ ଦ୍ୱିପାକ୍ଷିକ ସମ୍ପର୍କ ମଧ୍ୟ ରହିଛି।”

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ପ୍ରଥମେ, ମୁଁ ରାଜା ଅବଦୁଲ୍ଲା ଦ୍ୱିତୀୟ ଇବନ ଅଲ ହୁସେନଙ୍କ ନିମନ୍ତ୍ରଣରେ ଜୋର୍ଡାନ ଗସ୍ତ କରିବି । ଏହି ଐତିହାସିକ ଗସ୍ତ ଆମ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୭୫ ବର୍ଷ ସମ୍ପୂର୍ଣ୍ଣ ହେବାର ପ୍ରତୀକ । ମୋର ଗସ୍ତ ସମୟରେ, ମୁଁ ରାଜା ଅବଦୁଲ୍ଲା ଦ୍ୱିତୀୟ ଇବନ ଅଲ୍ ହୁସେନ, ଜୋର୍ଡାନର ପ୍ରଧାନମନ୍ତ୍ରୀ ଶ୍ରୀ ଜାଫର ହସନଙ୍କ ସହିତ ବିସ୍ତୃତ ଆଲୋଚନା କରିବି ଏବଂ କ୍ରାଉନ ପ୍ରିନ୍ସ ଅଲ ହୁସେନ ବିନ ଅବଦୁଲ୍ଲା ଦ୍ୱିତୀୟଙ୍କ ସହିତ ମଧ୍ୟ ସାକ୍ଷାତ କରିବି । ଅମ୍ମାନରେ, ମୁଁ ଭାରତ-ଜୋର୍ଡାନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବା ସ୍ପନ୍ଦନଶୀଳ ଭାରତୀୟ ସମ୍ପ୍ରଦାୟକୁ ମଧ୍ୟ ଭେଟିବି।”

ସେ ଆହୁରୀ କହିଛନ୍ତି ଯେ, “ଇଥିଓପିଆର ପ୍ରଧାନମନ୍ତ୍ରୀ ଡକ୍ଟର ଆବି ଅହମ୍ମଦ ଅଲ୍ଲୀଙ୍କ ନିମନ୍ତ୍ରଣରେ, ମୁଁ ଅମ୍ମାନରୁ ଇଥିଓପିଆକୁ ମୋର ପ୍ରଥମ ଗସ୍ତ କରିବି। ଅଦିସ୍ ଅବାବା ଆଫ୍ରିକୀୟ ସଂଘର ମୁଖ୍ୟାଳୟ ମଧ୍ୟ। ୨୦୨୩ ମସିହାରେ, ଭାରତର ଜି୨୦ ଅଧ୍ୟକ୍ଷତା ସମୟରେ, ଆଫ୍ରିକୀୟ ସଂଘକୁ ଜି୨୦ର ସ୍ଥାୟୀ ସଦସ୍ୟ ଭାବରେ ଗ୍ରହଣ କରାଯାଇଥିଲା। ଅଦିସ୍ ଅବାବାରେ, ମୁଁ ଡକ୍ଟର ଆବି ଅହମ୍ମଦ ଅଲ୍ଲୀଙ୍କ ସହିତ ବିସ୍ତୃତ ଆଲୋଚନା କରିବି ଏବଂ ସେଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ଭେଟିବାର ସୁଯୋଗ ମଧ୍ୟ ପାଇବି। ମୋତେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାର ସୌଭାଗ୍ୟ ମଧ୍ୟ ମିଳିବ, ଯେଉଁଠାରେ ମୁଁ “ଗଣତନ୍ତ୍ରର ଜନନୀ” ଭାବରେ ଭାରତର ଯାତ୍ରା ଏବଂ ଭାରତ-ଇଥିଓପିଆ ସହଭାଗୀତା ଗ୍ଲୋବାଲ ସାଉଥ ପାଇଁ କିପରି ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ମୋର ଚିନ୍ତାଧାରା ଶେୟାର କରିବାକୁ ଉତ୍ସାହର ସହିତ ଅପେକ୍ଷା କରିଛି।”

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ମୋର ଯାତ୍ରାର ଶେଷ ପର୍ଯ୍ୟାୟରେ, ମୁଁ ସୁଲତାନତ ଅଫ୍ ଓମାନ ପରିଦର୍ଶନ କରିବି। ମୋର ଏହି ଗସ୍ତ ଭାରତ ଏବଂ ଓମାନ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୭୦ ବର୍ଷ ପୂର୍ତ୍ତୀର ପ୍ରତୀକ। ମସ୍‌କଟରେ, ମୁଁ ଓମାନର ସୁଲତାନଙ୍କ ସହ ମୋର ଆଲୋଚନା ପାଇଁ ଉତ୍ସାହିତ ଏବଂ ଆମର ରଣନୈତିକ ସହଭାଗୀତା ସହିତ ଦୃଢ଼ ବାଣିଜ୍ୟିକ ତଥା ଆର୍ଥିକ ସମ୍ପର୍କକୁ ଅଧିକ ମଜବୁତ କରିବାକୁ ଆଗ୍ରହୀ ରହିଛି। ମୁଁ ଓମାନରେ ପ୍ରବାସୀ ଭରାତୀୟମାନଙ୍କୁ ମଧ୍ୟ ସମ୍ବୋଧିତ କରିବି, ଯେଉଁମାନେ ଦେଶର ବିକାଶ ଏବଂ ଆମର ସହଭାଗୀତାକୁ ବୃଦ୍ଧି କରିବାରେ ପ୍ରମୁଖ ଯୋଗଦାନ ଦେଇଛନ୍ତି।”

ଇଥିଓପିଆ ଓମାନ ଜୋର୍ଡାନ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ଙ୍କ ବିରୋଧରେ ଆପତ୍ତିଜନକ ଭାଷା ମାମଲା: ଗିରଫ ହେଲେ ମୌଲାନା

March 31, 2026
Latest News

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ଙ୍କ ବିରୋଧରେ ଆପତ୍ତିଜନକ ଭାଷା ମାମଲା: ଗିରଫ ହେଲେ ମୌଲାନା

March 31, 2026

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.