ଭୁବନେଶ୍ଵର: କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ପେଣ୍ଠ ସାମୁଦ୍ରିକ ବେଳାଭୂମିରେ ଆୟୋଜିତ ୬୯ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ କ୍ରୀଡା ସମୂହ ବିଚ୍ ଭଲିବଲ ପ୍ରତିଯୋଗିତା-୨୦୨୫-୨୬ ଉଦଯାପିତ ହୋଇଯାଇଛି। ଉଭୟ ବାଳକ ଏବଂ ବାଳିକା ବର୍ଗରେ ବାଲେଶ୍ୱର ଜିଲ୍ଲା ଦଳ ଯଥାକ୍ରମେ କେନ୍ଦ୍ରାପଡା ଜିଲ୍ଲା ବାଳକ ଓ ବାଳିକା ଦଳକୁ ହରାଇ ବିଜୟୀ ହୋଇଛନ୍ତି। ଏହାସହ ଗୋଆରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ବିଚ୍ ଭଲିବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ବାଲେଶ୍ୱର ଜିଲ୍ଲାର ଉଭୟ ଦଳ ଯୋଗ୍ୟତା ଅର୍ଜନ କରିଛନ୍ତି।
ଉଦଯାପନୀ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧୃବଚରଣ ସାହୁ, କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, ରାଜନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ।


