Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟ ବିଦ୍ୟାଳୟ ସମୂହ ନେଟବଲ ପ୍ରତିଯୋଗିତା ଉଦଘାଟିତ
ଆଜିର ଖବର

ରାଜ୍ୟ ବିଦ୍ୟାଳୟ ସମୂହ ନେଟବଲ ପ୍ରତିଯୋଗିତା ଉଦଘାଟିତ

December 16, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟ ବିଦ୍ୟାଳୟ ସମୂହ ନେଟବଲ ପ୍ରତିଯୋଗିତା ଉଦଘାଟିତ
ରାଜ୍ୟ ବିଦ୍ୟାଳୟ ସମୂହ ନେଟବଲ ପ୍ରତିଯୋଗିତା ଉଦଘାଟିତ

ରଣପୁର: ନୟାଗଡ ଜିଲ୍ଲା ରଣପୁରରେ ଆୟୋଜିତ ରାଜ୍ୟ ବିଦ୍ୟାଳୟ ସମୂହ ନେଟବଲ ପ୍ରତିଯୋଗିତା ଭବ୍ୟ ଓ ଆଡମ୍ବରପୂର୍ଣ୍ଣ ଭାବେ ଉଦଘାଟିତ ହୋଇଯାଇଛି। ଏହି କ୍ରୀଡା ଉତ୍ସବର ମୁଖ୍ୟ ଅତିଥି ଭାବେ ଓଡିଶାର ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ କ୍ରୀଡା ଛାତ୍ରଛାତ୍ରୀଙ୍କ ଶାରୀରିକ, ମାନସିକ ଓ ନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ ବୋଲି କହିଥିଲେ।

ବିଶିଷ୍ଟ ଅତିଥି ଭାବେ ଓ.ଏସ.ଏସ.ଏସ.ଏ.ର ସହକାରୀ ନିର୍ଦ୍ଦେଶକ ଜ୍ୟୋତି ପ୍ରସାଦ ପରିଡା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ କ୍ରୀଡା ମାଧ୍ୟମରେ ଶିଷ୍ଟାଚାର, ଶିସ୍ଟ ଓ ଦଳୀୟ ଭାବନା ଗଢ଼ି ତୋଳିବାକୁ ଆହ୍ୱାନ ଜଣାଇଥିଲେ।

ସମ୍ମାନିତ ଅତିଥି ଭାବେ ରଣପୁର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ଅତିରିକ୍ତ ଜିଲ୍ଲା ଅଧିକାରିଣୀ ଗୀତାଞ୍ଜଳି ସାହୁ, ସନ୍ଧ୍ୟାରାଣୀ ରାଉତ ଓ ବନଲତା ବେହେରା, ନୟାଗଡ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଅନିଲ କୁମାର ଦାଶ, ସଂଗଠନ ସମ୍ପାଦକ ତଥା ପି.ଏମ. ଶ୍ରୀ ବି.ସି. ହାଇସ୍କୁଲ ରଣପୁରର ପ୍ରଧାନ ଶିକ୍ଷକ ଡ଼. ଗିରିଜା ଶଙ୍କର ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରଙ୍ଗନାଥ ଦାଶ, ଅବସର ପ୍ରାପ୍ତ ଖେଳ ଶିକ୍ଷକ ତଥା ରାଜ୍ୟ ନିରୀକ୍ଷକ ତ୍ରିନାଥ ସାହୁ ଓ ସମାଜସେବୀ ପରେଶ ମିଶ୍ର ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ସଭାର ସଭାପତିତ୍ୱ ନୟାଗଡ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତ ରଞ୍ଜନ ପାଣ୍ଡେ କରିଥିଲେ। ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ ପରେ କ୍ରୀଡା ପତାକା ଉତ୍ତୋଳନ କରାଯାଇ ପ୍ରତିଯୋଗିତାର ଔପଚାରିକ ଶୁଭାରମ୍ଭ ହୋଇଥିଲା।

ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ସଭାକୁ ଆନନ୍ଦମୟ କରିଥିଲା। ସଭାର ମଞ୍ଚ ପରିଚାଳନା ସତ୍ୟ ନାରାୟଣ ମହାପାତ୍ର କରିଥିଲେ।

ସମସ୍ତ କ୍ରୀଡା ଶିକ୍ଷକ, ସାଧନ କେନ୍ଦ୍ର ସଂଯୋଜକ ଓ ବିଭିନ୍ନ ଶିକ୍ଷକ ସଂଗଠନର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଏହି କ୍ରୀଡା ପ୍ରତିଯୋଗିତା ତିନି ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ନୟାଗଡ଼ ଜିଲ୍ଲା ନେଟବଲ ପ୍ରତିଯୋଗିତା ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.