Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିସେମ୍ବର ୧୮ ରେ ସୋଆରେ ଓଡ଼ିଶା ଏଆଇ ସମ୍ମିଳନୀ
ଆଜିର ଖବର

ଡିସେମ୍ବର ୧୮ ରେ ସୋଆରେ ଓଡ଼ିଶା ଏଆଇ ସମ୍ମିଳନୀ

December 16, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଡିସେମ୍ବର ୧୮ ରେ ସୋଆରେ ଓଡ଼ିଶା ଏଆଇ ସମ୍ମିଳନୀ
ଡିସେମ୍ବର ୧୮ ରେ ସୋଆରେ ଓଡ଼ିଶା ଏଆଇ ସମ୍ମିଳନୀ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ପକ୍ଷରୁ ଆସନ୍ତା ଡିସେମ୍ବର ୧୮ ତାରିଖରେ ଓଡ଼ିଶା ଏଆଇ ସିମ୍ପୋସିୟମ୍ ଆୟୋଜିତ ହେବାକୁ ଥିବା ବେଳେ ଏହି ସମ୍ମିଳନୀରେ ଦେଶ ତଥା ବିଦେଶର ବିଶିଷ୍ଟ ଏଆଇ ବିଶେଷଜ୍ଞମାନେ ଏକତ୍ରିତ ହେବେ। ନିକଟରେ ସ୍ୱୀକୃତିପ୍ରାପ୍ତ ହୋଇଥିବା ଓଡ଼ିଶା ଏଆଇ ନୀତିକୁ ଉନ୍ନତ କରିବା ସହ ରାଜ୍ୟରେ ଏଆଇର ବିକାଶକୁ ତ୍ୱରାନ୍ୱିତ କରିବାର ଲକ୍ଷ୍ୟ ନେଇ ଏହି ସମ୍ମିଳନୀ ଆୟୋଜନ କରାଯାଇଛି।

ସୋଆ, ଓଡ଼ିଶା ସୋସାଇଟି ଅଫ୍ ଆମେରିକାସ (ଓସା) ଏବଂ ଆଇଆଇଟି ଭୁବନେଶ୍ୱରର ଏଆଇ ଆଣ୍ଡ ଏଚ୍‌ପିସି ରିସର୍ଚ୍ଚ ସେଂଟରର ମିଳିତ ଆନୁକୂଲ୍ୟରେ ଏହି ସମ୍ମିଳନୀର ଆୟୋଜନ କରାଯାଇଥିବା ବେଳେ ଏଥିରେ ବିଶିଷ୍ଟ ନୀତି ନିର୍ଦ୍ଧାରକ, ଶିଳ୍ପ କ୍ଷେତ୍ରର ନେତୃତ୍ୱ, ଉଦ୍‌ଭାବକ, ଉଦ୍ୟୋଗୀ ଏବଂ ନିବେଶକମାନେ ଗୋଟିଏ ମଂଚରେ ଏକତ୍ରିତ ହୋଇ ସ୍ୱାସ୍ଥ୍ୟ ସେବା ଏବଂ କୃଷି ସମେତ ବିଭିନ୍ନ କ୍ଷେତ୍ରରେ କିଭଳି ଏଆଇକୁ ବ୍ୟବହାର କରାଯାଇ ପାରିବ ସେ ଦିଗରେ ଆଲୋଚନା କରିବେ ବୋଲି ମଙ୍ଗଳବାର ସାମ୍ବାଦିକମାନଙ୍କୁ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସୂଚନା ଦେଇଛନ୍ତି।

ଏହି ସମ୍ମିଳନୀରେ ଭାରତ ଏବଂ ବିଦେଶର ବିଶିଷ୍ଟ ଏଆଇ ବିଶେଷଜ୍ଞମାନେ ବକ୍ତବ୍ୟ ରଖିବା ସହ ଶିକ୍ଷା, ଶିଳ୍ପ, ନୀତି, ଗବେଷଣା, ଉଦ୍‌ଭାବନ, ଷ୍ଟାର୍ଟ-ଅପ୍ ଓ କର୍ପୋରେଟ ଜଗତର ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଆଲୋଚନାର କାର୍ଯ୍ୟକ୍ରମ ରହିଛି।

ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୟୁଏସ୍‌ଏର ଅରିଜୋନା ଷ୍ଟେଟ ୟୁନିଭର୍ସିଟିର କମ୍ପ୍ୟୁଟର ସାଇନ୍‌ସ ବିଭାଗର ପ୍ରଫେସର ଚିତ ବରାଳ, ଆଇଆଇଟି ଭୁବନେଶ୍ୱରର ଏଆଇ ଆଣ୍ଡ ଏଚ୍‌ପିସି ରିସର୍ଚ୍ଚ ସେଂଟରର କେନ୍ଦ୍ର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ କୁମାର ନନ୍ଦ, ୟୁଏସଏର ଟଫ୍ଟସ ଇନଷ୍ଟିଚ୍ୟୁଟ୍ ଫର ଏଆଇର ମ୍ୟାଥେମେଟିକ୍ସ ଏବଂ କମ୍ପ୍ୟୁଟର ସାଇନ୍‌ସ ବିଭାଗର ପ୍ରଫେସର ତଥା ଡାଟା ସାଇନ୍‌ସର କେନ୍ଦ୍ର ନିର୍ଦ୍ଦେଶକ ପ୍ରଫେସର ଅବନୀ ପାତ୍ର, ଆଇଆଇଟି ଭୁବନେଶ୍ୱରର ପ୍ରଫେସର ଏସ୍‌. ସାମନ୍ତରାୟ ଏବଂ ସୋଆ ପରିଚାଳିିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

ସ୍ୱାସ୍ଥ୍ୟ ସେବାକୁ ଉନ୍ନତ କରିବା କ୍ଷେତ୍ରରେ ଏଆଇକୁ ବିଶାଳ ଭାବେ ବ୍ୟବହାର କରିବାର ସୁଯୋଗ ରହିଥିବା ସୋଆ କୁଳପତି କହିଥିଲେ। ଏହି ସମ୍ମିଳନୀରେ ଶିକ୍ଷା ଏବଂ ଦକ୍ଷତା କ୍ଷେତ୍ରରେ ଏଆଇକୁ କିଭଳି ବିନିଯୋଗ କରାଯାଇପାରିବ ଏବଂ ସ୍ୱାସ୍ଥ୍ୟ ସେବା, କୃଷି ଓ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଏଆଇର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରାଯିବା ସହ ଓଡ଼ିଶାକୁ କିଭଳି ଏ ଦିଗରେ ଆଗକୁ ନିଆଯାଇ ପାରିବ ସେ ନେଇ ବିଚାରବିମର୍ଶ କରାଯିବ ବୋଲି ପ୍ରଫେସର ବରାଳ କହିଛନ୍ତି।

ଏହି ସମ୍ମିଳନୀରେ ଏଜେଂଟିକ୍ ଏଆଇ ସମ୍ପର୍କିତ ଏକ ଆଲୋଚନାଚକ୍ର ରହିଛି ଯାହାକି ଏକ ଅତ୍ୟାଧୁନିକ ମାନର ଏଆଇ। ଏଥିରେ ସଫ୍ଟୱେୟାର ଏଜେଂଟମାନେ ଯୋଜନା କରିବା ସହ ଜଟିଳ କାର୍ଯ୍ୟକୁ ମନୁଷ୍ୟର ନ୍ୟୁନତମ ହସ୍ତକ୍ଷେପ ବିନା କରିପାରିବା କ୍ଷମତା ରଖନ୍ତି। ଏହି ଆଲୋଚନାଚକ୍ରର ନାମ ରହିଛି ‘ ବିୟଣ୍ଡ ଦ ପ୍ରମ୍ପଟ:ଡିକୋଡିଙ୍ଗ ଗୁଗୁଲ୍ସ ଏଜେଂଟିକ୍ ଏଆଇ’।

୨୦୨୬ରେ ଆୟୋଜିତ ହେବାକୁ ଥିବା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟର ଏହା ହେଉଛି ସରକାରୀ ସ୍ତରର ଏକ ପୂର୍ବ ପ୍ରସ୍ତୁତି। କେନ୍ଦ୍ର ସରକାରଙ୍କ ବୈଦ୍ୟୁତିକ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧିନସ୍ଥ ଇଣ୍ଡିଆନ୍ ଏଆଇ ମିଶନ୍ ସହ ସୋଆ ମଧ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗୀ ରହିବ।

ଦ ଓଡ଼ିଶା ସୋସାଇଟି ଅଫ୍ ଆମେରିକା (ଓସା) ହେଉଛି ସର୍ବପୁରାତନ ଏବଂ ପ୍ରଭାବ ସମ୍ପନ୍ନ ବିଶ୍ୱସ୍ତରୀୟ ଅନୁଷ୍ଠାନ ଯାହାକି ବିଦେଶରେ ଥିବା ଓଡ଼ିଆମାନଙ୍କର ପ୍ରତିନିଧିତ୍ୱ କରେ। ଏହି ସମ୍ମିଳନୀରେ ଓସାର ସହଭାଗିତା ବିଶ୍ୱ ଦରବାରରେ ଓଡ଼ିଶାର ସ୍ଥାନକୁ ଆହୁରି ସୁଦୃଢ଼ କରିବ। ଏଆଇ ଆଣ୍ଡ ଏଚ୍‌ପିସି ରିସର୍ଚ୍ଚ ସେଂଟର (ଏଏଚ୍‌ଆରସି) ଆଇଆଇଟି ଭୁବନେଶ୍ୱରର ଏକ ଗବେଷଣା କେନ୍ଦ୍ର ଯାହା ମେ ୨୦୨୩ ରେ ପ୍ରତିଷ୍ଠିତ ହୋଇଛି।

ଓଡ଼ିଶା ଏଆଇ ସମ୍ମିଳନୀ ଡିସେମ୍ବର ୧୮ ଶିକ୍ଷା ଓ ଅନୁସନ୍ଧାନ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଅନ୍ତର୍ଜାତୀୟ ପ୍ରତିନିଧି

August 5, 2026

ସଠିକ୍ ସୂଚନା ହିଁ ସରକାର ଓ ଜନତାଙ୍କ ମଧ୍ୟରେ ବିଶ୍ୱାସର ଆଧାର: ଅତିରିକ୍ତ ମହାନିର୍ଦ୍ଦେଶକ

August 5, 2026

ଡିପଫେକ୍ ଏବଂ ଶିଶୁ ଯୌନ ନିର୍ଯାତନା ବିଷୟବସ୍ତୁ ମାମଲା: କ୍ଷମା ମାଗିଲେ ମାର୍କ ଜୁକରବର୍ଗ

August 5, 2026

ବିପଦରେ ଅଗରକରଙ୍କ ଚାକିରି: ରୋହିତ ଶର୍ମା ଏହାର କାରଣ

August 5, 2026
Latest News

ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଅନ୍ତର୍ଜାତୀୟ ପ୍ରତିନିଧି

August 5, 2026

ସଠିକ୍ ସୂଚନା ହିଁ ସରକାର ଓ ଜନତାଙ୍କ ମଧ୍ୟରେ ବିଶ୍ୱାସର ଆଧାର: ଅତିରିକ୍ତ ମହାନିର୍ଦ୍ଦେଶକ

August 5, 2026

ଡିପଫେକ୍ ଏବଂ ଶିଶୁ ଯୌନ ନିର୍ଯାତନା ବିଷୟବସ୍ତୁ ମାମଲା: କ୍ଷମା ମାଗିଲେ ମାର୍କ ଜୁକରବର୍ଗ

August 5, 2026

ବିପଦରେ ଅଗରକରଙ୍କ ଚାକିରି: ରୋହିତ ଶର୍ମା ଏହାର କାରଣ

August 5, 2026

ଇ-୨୦ ଡିପଫେକ୍ ମାମଲା: ନୀତିନ ଗଡକରୀଙ୍କ ସପକ୍ଷରେ ରାୟ ଦେଲେ ହାଇକୋର୍ଟ

August 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.