Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ – ୨୦୨୫’ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରେସମିଟ
ଆଜିର ଖବର

‘ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ – ୨୦୨୫’ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରେସମିଟ

December 16, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
'ପୂର୍ବୋଦୟ ମିଶନ'ରେ ଓଡ଼ିଶାର ପ୍ରଗତି ପଥକୁ ପ୍ରଶସ୍ତ କରିବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଲୋକସଭାରେ ‘ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ – ୨୦୨୫’ ଉପସ୍ଥାପନ କରିବା ପରେ ଆଜି ନୂଆଦିଲ୍ଲୀ ଠାରେ ଏକ ସାମ୍ବାଦିକ ସମ୍ବିଳନୀକୁ ସମ୍ବୋଧିତ କରିଛନ୍ତି।

ସେ ଏହି ବିଲ୍ ଉପରେ କହିଛନ୍ତି, ଦେଶରେ ଶିକ୍ଷା କ୍ଷେତ୍ରରେ ଅନେକ ସଂସ୍କାର ଅଣାଯାଉଥିବା ବେଳେ ‘ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ – ୨୦୨୫’ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ସ୍ୱାୟତ୍ତତା ପ୍ରଦାନ କରିବା ସହ ସଶକ୍ତ କରିବ । ଏହି ବିଲ୍ ର ଉଦ୍ଦେଶ୍ୟ ହେଉଛି ପ୍ରଭାବଶାଳୀ ସମନ୍ୱୟ ଏବଂ ମାନଦଣ୍ଡର ନିର୍ଦ୍ଧାରଣ ମାଧ୍ୟମରେ ଭାରତର ଉଚ୍ଚ ଶିକ୍ଷା ଅନୁଷ୍ଠାନ ଗୁଡ଼ିକୁ ଉତ୍କର୍ଷତା ହାସଲ କରିବା ପାଇଁ ସଶକ୍ତ କରିବା। ଜାତୀୟ ଶିକ୍ଷା ନୀତି – ୨୦୨୦ ଆଧାରରେ ଏହି ବିଲ୍ ପ୍ରସ୍ତୁତ କରାଯାଇଛି। ଏହି ବିଧେୟକର ମୁଖ୍ୟ ଲକ୍ଷ୍ୟ ହେଉଛି ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ଶିକ୍ଷାଦାନ, ଶିକ୍ଷଣ, ଗବେଷଣା ତଥା ଉଦ୍ଭାବନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବା ପାଇଁ ଶକ୍ତିଶାଳୀ କରିବା ଏବଂ ଏକ ସୁଦୃଢ଼ ଓ ସ୍ୱଚ୍ଛ ମାନ୍ୟତା ତଥା ସ୍ୱୟଂଶାସନ ବ୍ୟବସ୍ଥା ମାଧ୍ୟମରେ ଉତ୍କର୍ଷକୁ ପ୍ରୋତ୍ସାହିତ କରିବା। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ମାନଦଣ୍ଡ ସ୍ଥିର କରିବା, ନିୟମାବଳୀରେ ସମନ୍ୱୟ ରକ୍ଷା କରିବା ଏବଂ ଉତ୍କର୍ଷତା, ସ୍ୱୟଂଶାସନ ଓ ସ୍ୱଚ୍ଛ ମାନ୍ୟତାକୁ ପ୍ରୋତ୍ସାହିତ କରିବା ପାଇଁ ‘ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ’ ପ୍ରତିଷ୍ଠା କରିବା । ସେ କହିଛନ୍ତି ଯେ ଏହି ଆଇନ “ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ସ୍ୱାଧୀନ ସ୍ୱ-ପରିଚାଳିତ ଅନୁଷ୍ଠାନ ହେବା ପାଇଁ ସୁବିଧା ଯୋଗାଇବାକୁ” ଚେଷ୍ଟା କରିବ।

ଡିସେମ୍ବର ୧୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ସଂସଦରେ ଉପସ୍ଥାପନ ପାଇଁ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍, ୨୦୨୫ କୁ ଅନୁମୋଦନ କରିଥିଲେ। ଏହି ବିଲ୍ ତିନୋଟି ପରିଷଦ ସହିତ ଏକ ଶୀର୍ଷ ସଂସ୍ଥା ଭାବରେ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ପ୍ରତିଷ୍ଠା ପାଇଁ ବ୍ୟବସ୍ଥା କରେ ଯଥା –  ବିକଶିତ ଭାରତ ଶିକ୍ଷା ବିନିୟମନ ପରିଷଦ (ରେଗୁଲେଟରୀ କାଉନସିଲ), ବିକଶିତ ଭାରତ ଶିକ୍ଷା ଗୁଣବତ୍ତା ପରିଷଦ (ଆକ୍ରିଡେସନ କାଉନସିଲ), ଏବଂ ବିକଶିତ ଭାରତ ଶିକ୍ଷା ମାନକ ପରିଷଦ (ଷ୍ଟାଣ୍ଡାର୍ଡ କାଉନସିଲ)। ଏହି ବିଲ୍ ମ୍ୟୁଚୁଆଲ ରେକଗନାଇଜେସନ, ମଲଟି ଡିସିପ୍ଲିନାରୀ, ଇଣ୍ଟର ଡିସିପ୍ଲିନାରୀ, ସହ ଦକ୍ଷତା ଓ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବ।

ଶିକ୍ଷା ମନ୍ତ୍ରଣାଳୟ, ୟୁଜିସି, ଏଆଇସିଟିଇ ଏବଂ ଏନସିଟିଇ ଅଧୀନରେ ଥିବା ସମସ୍ତ ଉଚ୍ଚ ଶିକ୍ଷା ଅନୁଷ୍ଠାନଗୁଡ଼ିକ ମାନଦଣ୍ଡ ନିର୍ଦ୍ଧାରଣ ପାଇଁ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନର ଅଧୀନରେ ରହିବେ। ଜାତୀୟ ଶିକ୍ଷା ନୀତି, ୨୦୨୦ ରେ ପରିକଳ୍ପିତ ହୋଇଥିବା କାଉନସିଲ୍ ଅଫ୍ ଆର୍କିଟେକ୍ଚର (ସିଓଏ) ଏକ ବୃତ୍ତିଗତ ମାନକ ସେଟିଂ ସଂସ୍ଥା (ପିଏସଏସବି) ଭାବରେ କାର୍ଯ୍ୟ କରିବ। ଏହି ବିଲ୍ ଜାତୀୟ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନଗୁଡ଼ିକୁ ପ୍ରଦାନ କରାଯାଇଥିବା ସ୍ୱୟଂଶାସନର ବର୍ତ୍ତମାନର ସ୍ତରକୁ ବଜାୟ ରଖିବା ସୁନିଶ୍ଚିତ କରୁଛି।

ଉଚ୍ଚ ଶିକ୍ଷାନୁଷ୍ଠାନ କେନ୍ଦ୍ରମନ୍ତ୍ରୀଙ୍କ ପ୍ରେସମିଟ ଧର୍ମେନ୍ଦ୍ର ପ୍ରଧାନ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026
Latest News

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.