Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିଏଭି ପବ୍ଲିକ୍ ସ୍କୁଲ ପୋଖରୀପୁଟରେ ବାର୍ଷିକ ଉତ୍ସବ ”ବସ୍ତାନି” ଉଦଯାପିତ
ଆଜିର ଖବର

ଡିଏଭି ପବ୍ଲିକ୍ ସ୍କୁଲ ପୋଖରୀପୁଟରେ ବାର୍ଷିକ ଉତ୍ସବ ”ବସ୍ତାନି” ଉଦଯାପିତ

December 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଡିଏଭି ପବ୍ଲିକ୍ ସ୍କୁଲ ପୋଖରୀପୁଟରେ ବାର୍ଷିକ ଉତ୍ସବ ''ବସ୍ତାନି'' ଉଦଯାପିତ
ଡିଏଭି ପବ୍ଲିକ୍ ସ୍କୁଲ ପୋଖରୀପୁଟରେ ବାର୍ଷିକ ଉତ୍ସବ ''ବସ୍ତାନି'' ଉଦଯାପିତ

ଭୁବନେଶ୍ୱର: ଡିଏଭି ପବ୍ଲିକ୍ ସ୍କୁଲ ପୋଖରୀପୁଟରେ ବାର୍ଷିକ ଉତ୍ସବ ”ବସ୍ତାନି” ଉଦଯାପିତ ହୋଇଯାଇଛି। ପାରମ୍ପରିକ ରୀତିରେ ବେଦମନ୍ତ୍ର ପାଠ ସହ ଡିଏଭିଗାନପୂର୍ବକ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡକ୍ଟର ଅରୁଣ କୁମାର ରଥ ଅତିଥିମାନଙ୍କର ସ୍ୱାଗତ ପରିଚୟ ପ୍ରଦାନ କରିଥିଲେ।

ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିରୂପେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଯୋଗଦାନ କରି ବିଦ୍ୟାର୍ଥୀ, ଅବିଭାବକ ତଥା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପଞ୍ଚସୂତ୍ରୀ ପରାମର୍ଶ ପ୍ରଦାନ କରିଥିଲେ। ବିଦ୍ୟୁତ୍ ଅପବ୍ୟବହାରର ପ୍ରତିରୋଧ, ଜଳ ସଂରକ୍ଷଣ, ଖାଦ୍ୟର ସୁବିନିଯୋଗ, ନିୟମିତ ବୃକ୍ଷରୋପଣ ଓ ଜୈବବିଭାଜ୍ୟଯୁକ୍ତ ପ୍ଲାଷ୍ଟିକ୍.ର ବ୍ୟବହାର ଯାହାକି ପରିବେଶ ଅନୁକୂଳ ବାତାବରଣ ସୃଷ୍ଟି କରିପାରିବ ସେଥିପ୍ରତି ଗୁରୁତ୍ୱ ଦେବା ପାଇଁ ଆହ୍ୱାନ ଦେଇଥିଲେ।

ଏତତ୍ ବ୍ୟତୀତ ସଂକୀର୍ଣ୍ଣତାର ଊର୍ଦ୍ଧ୍ୱରେ ରହି ସବୁବର୍ଗର ବ୍ୟକ୍ତିବିଶେଷଙ୍କୁ ସମ୍ମାନ ପ୍ରଦର୍ଶନ କରିବା ସହ ଜଣେ ସ୍ୱେଚ୍ଛାସେବୀର ମନୋଭାବ ରଖି ସମାଜ କଲ୍ୟାଣରେ ବ୍ରତୀ ହେବାକୁ ସେ କହିଥିଲେ। ଡିଏଭି କଳିଙ୍ଗନଗରର ଚେୟାରମ୍ୟାନ ମଦନ ମୋହନ ପଣ୍ଡା ଏବଂ ଡିଏଭି ଓଡ଼ିଶା ସମୂହର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେଶବ ଚନ୍ଦ୍ର ଶତପଥୀ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରତିଭାସମ୍ପନ୍ନ ବିଦ୍ୟାର୍ଥୀ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରିଥିଲେ।

ଡିଏଭି ଜୋନ୍ ଏଫ୍.ର ସହ ଆଞ୍ଚଳିକ ଅଧିକାରୀ ତଥା ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଚଳିତ ବର୍ଷର ବିବିଧ କାର୍ଯ୍ୟକ୍ରମ ତଥା କୃତିତ୍ୱ ସମ୍ବନ୍ଧୀୟ ବାର୍ଷିକ ବିବରଣୀ ପାଠ କରିଥିଲେ।

ଏହି ଅବସରରେ ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀ, ଦଶମଶ୍ରେଣୀରେ ଅଧ୍ୟାପନା କରୁଥିବା କୃତିତ୍ୱଧାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଜର କର୍ମ ନିପୁଣତା ପାଇଁ ପୁରସ୍କୃତ କରାଯାଇଥିଲା। ବିଭିନ୍ନ ଡିଏଭି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଅଧ୍ୟକ୍ଷା ତଥା ଶିକ୍ଷକ ଶିକ୍ଷୟିତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ବିଦ୍ୟାଳୟର ସାଂସ୍କୃତିକ ବିଭାଗର ସହ ସଂଯୋଜିକା ସ୍ମ୍ରିତି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ଚିତ୍ତାକର୍ଷକ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମକୁ ଉପସ୍ଥିତ ଦର୍ଶକମାନେ ଭୂୟସୀ ପ୍ରଶଂସା କରିଥିଲେ।

''ବସ୍ତାନି'' ଡିଏଭି ପବ୍ଲିକ୍ ସ୍କୁଲ ପୋଖରୀପୁଟ ବାର୍ଷିକ ଉତ୍ସବ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

January 7, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଟେଲିଫୋନ ଯୋଗେ କଥା ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

January 7, 2026

ମା ଭଗବତୀ ମନ୍ଦିର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

January 7, 2026

କେଳୁଚରଣ କୀର୍ତ୍ତି ଶତକମ୍: ପାଳନ ହେବ ଗୁରୁ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ

January 7, 2026
Latest News

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

January 7, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଟେଲିଫୋନ ଯୋଗେ କଥା ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

January 7, 2026

ମା ଭଗବତୀ ମନ୍ଦିର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

January 7, 2026

କେଳୁଚରଣ କୀର୍ତ୍ତି ଶତକମ୍: ପାଳନ ହେବ ଗୁରୁ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ

January 7, 2026

Women’s Premier League: MI ଅଧିନାୟକ ହରମନପ୍ରୀତ କୌର ବିଭିନ୍ନ ଟାଇଟେଲ କୁ ଲକ୍ଷ୍ୟ

January 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.