Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟସ୍ତରୀୟ ବିଦ୍ୟାଳୟ ନେଟବଲ ମହାକୁମ୍ଭ ଉଦଯାପିତ, ବାଳକ–ବାଳିକା ବର୍ଗରେ କଟକ ଚମ୍ପିୟାନ
ଆଜିର ଖବର

ରାଜ୍ୟସ୍ତରୀୟ ବିଦ୍ୟାଳୟ ନେଟବଲ ମହାକୁମ୍ଭ ଉଦଯାପିତ, ବାଳକ–ବାଳିକା ବର୍ଗରେ କଟକ ଚମ୍ପିୟାନ

December 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟସ୍ତରୀୟ ବିଦ୍ୟାଳୟ ନେଟବଲ ମହାକୁମ୍ଭ ଉଦଯାପିତ, ବାଳକ–ବାଳିକା ବର୍ଗରେ କଟକ ଚମ୍ପିୟାନ
ରାଜ୍ୟସ୍ତରୀୟ ବିଦ୍ୟାଳୟ ନେଟବଲ ମହାକୁମ୍ଭ ଉଦଯାପିତ, ବାଳକ–ବାଳିକା ବର୍ଗରେ କଟକ ଚମ୍ପିୟାନ

ରଣପୁର: ନୟାଗଡ ଜିଲ୍ଲା ରଣପୁର ସ୍ଥିତ ପି.ଏମ୍.ଶ୍ରୀ. ବି.ସି. ହାଇସ୍କୁଲରେ ୬୯ତମ ଓଡିଶା ରାଜ୍ୟ ସ୍ତରୀୟ ବିଦ୍ୟାଳୟ ନେଟବଲ ଚାମ୍ପିୟନସିପ୍ (ଉଭୟ ବାଳକ ଓ ବାଳିକା ବର୍ଗ) ଆସନ୍ତା ୧୬ ଡିସେମ୍ବରରୁ ୧୮ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଦଳଗୁଡ଼ିକ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ବାଳିକା ସେମିଫାଇନାଲ ମ୍ୟାଚରେ ଗଞ୍ଜାମ ମାଲକାନଗିରିକୁ ପରାଜିତ କରି ଫାଇନାଲକୁ ପ୍ରବେଶ କରିଥିବା ବେଳେ, ଅନ୍ୟ ସେମିଫାଇନାଲରେ କଟକ ନୟାଗଡକୁ ହରାଇ ଫାଇନାଲରେ ପହଞ୍ଚିଥିଲା। ଫାଇନାଲ ମ୍ୟାଚରେ କଟକ ଓ ଗଞ୍ଜାମ ମଧ୍ୟରେ ହୋଇଥିବା ହାର୍ଡଫାଇଟ୍ ମୁକାବିଲାରେ କଟକ ଦଳ ଚମ୍ପିୟାନ ହୋଇଥିବା ବେଳେ ଗଞ୍ଜାମ ରନର୍ସଅପ୍ ହୋଇ ସମ୍ମାନ ଅର୍ଜନ କରିଥିଲା।

ବାଳକ ବିଭାଗ ସେମିଫାଇନାଲ ମ୍ୟାଚରେ କଟକ ଢେଙ୍କାନାଳ କୁ ପରାଜିତ କରି ଫାଇନାଲକୁ ପ୍ରବେଶ କରିଥିବା ବେଳେ, ଅନ୍ୟ ପଟେ ସେମିଫାଇନାଲରେ ନୟାଗଡ ନବରଙ୍ଗପୁରକୁ ହରାଇ ଶେଷ ମୁକାବିଲାରେ ସ୍ଥାନ ପାଇଥିଲା। ଫାଇନାଲ ମ୍ୟାଚରେ କଟକ ଓ ନୟାଗଡ ମଧ୍ୟରେ ହୋଇଥିବା ରୋମାଞ୍ଚକର ମୁକାବିଲାରେ କଟକ ଦଳ ଜୟଲାଭ କରି ଚମ୍ପିୟାନ ହୋଇଥିବା ବେଳେ ନୟାଗଡ ରନର୍ସଅପ୍ ହୋଇ ସମ୍ମାନ ଅର୍ଜନ କରିଥିଲା।

ଏହି ରାଜ୍ୟ ସ୍ତରୀୟ ବିଦ୍ୟାଳୟ ନେଟବଲ ପ୍ରତିଯୋଗିତା ଉତ୍ସାହ ଓ କ୍ରୀଡା ମନୋଭାବ ମଧ୍ୟରେ ସଫଳତାର ସହ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡା ଛାତ୍ରଛାତ୍ରୀଙ୍କ ଶାରୀରିକ ଓ ମାନସିକ ବିକାଶରେ ଏପରି ପ୍ରତିଯୋଗିତାର ଗୁରୁତ୍ୱ ଉଲ୍ଲେଖ କରିଥିଲେ। ଓଡି଼ଶା ଓ.ଏସ.ଏସ.ଏସ.ଏ. ର ସହକାରୀ ନିର୍ଦ୍ଦେଶକ ଜ୍ୟୋତି ପ୍ରସାଦ ପରିଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଖେଳ ମାଧ୍ୟମରେ ଶିଷ୍ଟାଚାର, ସହଯୋଗ ଓ ନେତୃତ୍ୱ ଗୁଣ ବିକାଶ ପାଉଥିବା କଥା କହିଥିଲେ।

ସମ୍ମାନିତ ଅତିଥି ଭାବେ ନୟାଗଡ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ, ରଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ନିର୍ମଳା ବେହେରା, ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ କୁମାର ସାହୁ, ସଂଗଠନ ସମ୍ପାଦକ ତଥା ରଣପୁର ପି.ଏମ.ଶ୍ରୀ. ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗିରିଜା ଶଙ୍କର ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଙ୍ଗନାଥ ଦାଶ ଓ ଉପସଭାପତି ମମତା ଦାଶ, ସତ୍ୟବାନ ସାହୁ, ମାଧବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥି ପରିଚୟ ଅଜୟ କୁମାର ପ୍ରଧାନ ପ୍ରଦାନ କରିଥିଲେ।

ଅତିଥି ମାନେ ଉଭୟ ରନର୍ସଅପ୍ ଓ ଚମ୍ପିୟାନ ଦଳକୁ ଅତିଥି ମାନେ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରିଥିଲେ।

ଏହି ପ୍ରତିଯୋଗିତା ପରେ ବାଳିକା ଗ୍ରୁପ ମହାରାଷ୍ଟ୍ରରେ ହେବାକୁ ଥିବା ଜାତୀୟ ସ୍ତରୀୟ ମ୍ୟାଚରେ ଯୋଗଦେବାକୁ ଯାଉଥିବା ବେଳେ ବାଳକ ଗ୍ରୁପ ରାଜସ୍ଥାନରେ ହେବାକୁ ଥିବା ମ୍ୟାଚରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି।

ଏହି ଅବସରରେ ତିନି ଦିନ ଧରି ପରିବେଷଣ କରିଥିବା ସାଂସ୍କୃତିକ କାର୍ଯ୍ୟ ପାଇଁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ପ୍ରତିଯୋଗିତା ସଫଳ ଆୟୋଜନ ଦ୍ୱାରା ରାଜ୍ୟର ଉଦୟମାନ ବାଳିକା ଖେଳାଳିମାନଙ୍କ ପ୍ରତିଭା ପ୍ରକାଶ ପାଇବା ସହ ନେଟବଲ ଖେଳ ପ୍ରତି ଆଗ୍ରହ ଅଧିକ ବଢ଼ିଥିବା ଦେଖିବାକୁ ମିଳିଛି।

ଏହି କାର୍ଯ୍ୟକ୍ରମକୁ ସଫଳ ପରିଚାଳନା କରିବାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ବିଭିନ୍ନ ଶିକ୍ଷକ ସଂଗଠନ, ସମସ୍ତ ସାଧନ କେନ୍ଦ୍ର ସଂଯୋଜକ, ରାଜ୍ୟର ବିଭିନ୍ନ କ୍ରୀଡା ଶିକ୍ଷକ ଏନ.ସି.ସି. ଓ ସ୍କାଉଟ ଗାଇଡ଼ ଛାତ୍ରଛାତ୍ରୀ ସଂପୂର୍ଣ୍ଣ ସହଯୋଗ କରିଥିଲେ। ଶେଷରେ ନୟାଗଡ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଅନିଲ କୁମାର ଦାଶ ଧନ୍ୟବାଦ ଜ୍ଞାପନ କରି ସଭାର ଉଦଯାପନ କରିଥିଲେ।

ନୟାଗଡ଼ ଜିଲ୍ଲା ବି.ସି. ହାଇସ୍କୁଲ ରଣପୁର ରାଜ୍ୟ ସ୍ତରୀୟ ବିଦ୍ୟାଳୟ ନେଟବଲ ଚାମ୍ପିୟନସିପ୍
Share. Facebook Twitter LinkedIn Email WhatsApp Copy Link

Related Posts

ଅନନ୍ତ ଅମ୍ବାନୀଙ୍କ ବନତାରାକୁ ବିଶେଷ ଗସ୍ତରେ ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି

December 18, 2025

ସୋଆ ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟରେ କେକ୍ ମିକ୍ସିଙ୍ଗ୍ ଉତ୍ସବ ଆୟୋଜିତ

December 18, 2025

ଛତିଶଗଡରେ ଏନକାଉଣ୍ଟର: ୩ ନକ୍ସଲ ନିହତ

December 18, 2025

ହସ୍ପିଟାଲ ନିକଟରେ ପୋଲିସ ଦ୍ଵାରା ଚାଲାଣ କଟାକୁ ଆମ ଆଦମୀ ପାର୍ଟିର ଦୃଢ଼ ବିରୋଧ

December 18, 2025
Latest News

ରାଜ୍ୟସ୍ତରୀୟ ବିଦ୍ୟାଳୟ ନେଟବଲ ମହାକୁମ୍ଭ ଉଦଯାପିତ, ବାଳକ–ବାଳିକା ବର୍ଗରେ କଟକ ଚମ୍ପିୟାନ

December 18, 2025

ଅନନ୍ତ ଅମ୍ବାନୀଙ୍କ ବନତାରାକୁ ବିଶେଷ ଗସ୍ତରେ ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି

December 18, 2025

ସୋଆ ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟରେ କେକ୍ ମିକ୍ସିଙ୍ଗ୍ ଉତ୍ସବ ଆୟୋଜିତ

December 18, 2025

ପ୍ରତିବର୍ଷ ଭାରତ ଛାଡୁଛନ୍ତି 2 ଲକ୍ଷ ଲୋକ: କେନ୍ଦ୍ର ସରକାର

December 18, 2025

ଛତିଶଗଡରେ ଏନକାଉଣ୍ଟର: ୩ ନକ୍ସଲ ନିହତ

December 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.