ଭୁବନେଶ୍ଵର: ୨୦୨୫ ଇଂରାଜୀ ବର୍ଷକୁ ବିଦାୟ ଜଣାଇ ନୂଆବର୍ଷ ୨୦୨୬ କୁ ସ୍ୱାଗତ ଜଣାଇବା ସମସ୍ତଙ୍କ ମନରେ ଅନେକ ଆଗ୍ରହ। ସେହି ପରିପ୍ରେକ୍ଷୀରେ ଗୋଟିଏ ସ୍ଥାନରେ ଏକାଠି ହୋଇ ନୂଆ ବର୍ଷକୁ ସ୍ୱାଗତ ଜଣାଇବା ପାଇଁ କନଫରେନ୍ସ ମାଇଣ୍ଡ ଆୟୋଜନ କରିଛନ୍ତି “ଦ ଜିରୋନ” (ଜିରୋ ନାଇଟ ସେଲିବ୍ରେସନ)।
ଏହି ଅବସରରେ ରେଲୱେ କଳିଙ୍ଗ ସଂଗ୍ରହାଳୟ, ମଞ୍ଚେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ରୋମ୍ୟ ରଞ୍ଜନ ପଣ୍ଡା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ତିମିର୍ତ୍ରଣ ସାହୁ ନିର୍ଦ୍ଦେଶକ, ଅନୁଜ ସୁବୁଦ୍ଧି ପରିଚାଳକ, ଆଲୋକ ଦାଶ, ସଚିନ, ସନ୍ତୋଷ, ଅମର, ବାପି, ମୁକେଶ, ତନ୍ମୟ, ଲୋକନାଥ, ସୋନୁ ଭାଇ, ସୁଜିତ, ପ୍ରଚାର ଓ ପ୍ରସାର ମୁଖ୍ୟ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀଙ୍କ ସମେତ ଓଲିଉଡର ଚକୋଲେଟ ହିରୋ ଶୈଳେନ୍ଦ୍ର ସାମନ୍ତରାୟ ଏବଂ ଚୁଲବୁଲି ଶିବାନୀ ସଂଗୀତା ପ୍ରମୁଖ ଉପସ୍ଥିତ ଥିଲେ।
ମଞ୍ଚେଶ୍ୱର ସ୍ଥିତ କଳିଙ୍ଗ ରେଳ ସଂଗ୍ରହାଳୟ ଭଳି ଏକ ରଙ୍ଗାରଙ୍ଗ ମୁକ୍ତାକାଶ ପରିବେଶ ମଧ୍ୟରେ ପ୍ରାୟ ତିନି/ଚାରି ହଜାର ଲୋକ ଏକାସାଙ୍ଗରେ ସେଲିବ୍ରେସନ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ମାତ୍ର ୧୯୯୯ ଟଙ୍କାରେ ଫନ୍, ଫୁଡ୍ ଏବଂ ଡ୍ରିଂକ୍ସ ସହିତ ଭରପୁର ମନୋରଞ୍ଜନ ପାଇପାରିବେ ବୋଲି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରୋମ୍ୟ ରଞ୍ଜନ ପଣ୍ଡା ପ୍ରକାଶ କରିଛନ୍ତି। ଓଲିଉଡ଼ର ଚକୋଲେଟ ହିରୋ ଶୈଳେନ୍ଦ୍ର ସାମନ୍ତରାୟ, ଚୁଲବୁଲି ନାୟିକା ଶିବାନୀ ସଙ୍ଗୀତା, ଭୂମିକା ଦାଶଙ୍କ ସମେତ ଆହୁରି ଅନେକ ଓଲିଉଡ଼ କଳାକାର ଏହି ଇଭେଣ୍ଟରେ ମନୋରଞ୍ଜନ ଯୋଗାଇବା ପାଇଁ ଉପସ୍ଥିତ ରହିବେ।
ଓଲିଉଡ଼ ସଙ୍ଗୀତ ଦୁନିଆର ପ୍ରଚ୍ଛଦପଟ କଣ୍ଠଶିଳ୍ପୀ କୁଲଦୀପ ପଟ୍ଟନାୟକ ଙ୍କ ଲାଇଭ୍ ମ୍ୟୁଜିକ ବ୍ୟାଣ୍ଡ ସାଙ୍ଗକୁ ଅମିତ ନାୟକ ଙ୍କ କୋରିଓଗ୍ରାଫି ତା’ସହିତ ମୁମ୍ବାଇ ଡ୍ୟାନ୍ସର୍ସ ଙ୍କ ଧମାକାଧାର ପରଫରର୍ମାନ୍ସ ରେ ବିଭୋର ହେବେ ଦର୍ଶକ। ଖୁବ ନାମୀ ଦାମୀ ଡିଜେ ରାକେଶ ମହାନ୍ତିଙ୍କ ହାତର ଯାଦୁ ରେ ସମସ୍ତେ ମତୁଆଲା ହେବେ ନିଶ୍ଚୟ ବୋଲି ଆୟୋଜକ ମତ ରଖିଛନ୍ତି। ୱେବସାଇଟ www.thezeron.com, ବୁକ୍ ମାଇଁ ଶୋ ଏବଂ ହ୍ୱାଟ୍ସଅପ୍ ନମ୍ବର ୯୧୭୮୪୯୬୩୨୯ ରେ ଟିକେଟ ବୁକ୍ କରିପାରିବେ। ଏହି ରଙ୍ଗାରଙ୍ଗ ଜିରୋ ନାଇଟରେ ସାମିଲ ହୋଇ ଧୁମ୍ ମଜା କରିବା ପାଇଁ ଆୟୋଜକ ଜଣାଇଛନ୍ତି। ସମସ୍ତ ସୁରକ୍ଷା ସହିତ ବିନା ଦ୍ଵିଧାରେ ଏହି ଇଭେଣ୍ଟ ରେ ଯୋଗଦେପାରିବେ।


