Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ଭିତରକନିକା ଜାତୀୟ ଉଦ୍ୟାନ
ଆଜିର ଖବର

ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ଭିତରକନିକା ଜାତୀୟ ଉଦ୍ୟାନ

December 21, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Bhitarkanika national park
Special Story on Shikarkothi tourist spot inside Bhitarkanika national park

ଭୁବନେଶ୍ଵର: କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଜାତୀୟ ଉଦ୍ୟାନ ସବୁବେଳେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ହୋଇ ଆସିଛି। ହେଲେ ଏହି ଜାତୀୟ ଉଦ୍ୟାନ ମଧ୍ୟରେ ରହିଛି ଆଉ ଏକ ଆକର୍ଷଣ ସ୍ଥଳ – କନିକା ରାଜବଂଶୀୟ ଶିକାରକୋଠୀ ସହ ପ୍ରାଚୀନ ଶିବ ମନ୍ଦିର। ଖୋଳାନଦୀ ପାର ହୋଇ ପ୍ରାୟ ତିନି କି.ମି. ପର୍ଯ୍ୟନ୍ତ ପାଦଚଲା ରାସ୍ତାକୁ ଅତିକ୍ରମ କଲେ ଶିକାର କୋଠୀ ଦୃଷ୍ଟି ଗୋଚର ହୋଇଥାଏ। ହେନ୍ତାଳବଣର ପ୍ରାକୃତିକ ପରିବେଶ ମଧ୍ୟରେ ରହିଛି ଏହି ଶିକାରକୋଠୀ। କନିକା ରାଜବଂଶର ଶାସକ ମାନେ ବନ୍ୟପ୍ରାଣୀ ଶିକାର ପାଇଁ ଏହି କୋଠୀ ନିର୍ମାଣ କରିଥିବା ସୂଚନା ରହିଛି। ଶିକାରକୋଠୀକୁ ଲାଗି କରି ରହିଛି ବିଶାଳ ପଦ୍ମପୋଖରୀ। ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ଏହି ଶିକାରକୋଠୀର ବିଭିନ୍ନ ଅଂଶରେ ସ୍ୱତନ୍ତ୍ରଭାବେ ଡିଜାଇନ କରାଯାଇଥିବା ରନ୍ଧ୍ର ରହିଛି। ପୋଖରୀକୁ ପାଣି ପିଇବାକୁ ଆସୁଥିବା ବନ୍ୟଜନ୍ତୁମାନଙ୍କୁ ଏହି ରନ୍ଧ୍ର ମଧ୍ୟରେ ବନ୍ଧୁକ ରଖି କନିକା ରାଜା ଶିକାର କରୁଥିଲେ। ଏହି ଶିକାରକୋଠୀ ବର୍ତ୍ତମାନ ଅସୁରକ୍ଷିତ ଅବସ୍ଥାରେ ରହିଥିଲେ ମଧ୍ୟ ଏହା କନିକା ରାଜବଂଶ କାଳର ଅତୀତ ସ୍ଥାପତ୍ୟ କଳାର ନିଦର୍ଶନ ଭାବେ ଅବିସ୍ମରଣୀୟ।

ଶିକାର କୋଠୀର ଅନତି ଦୂରରେ ରହିଛି ଏକ ପ୍ରାଚୀନ ଶିବମନ୍ଦିର। ଐତିହାସିକ ମାନଙ୍କ ଗବେଷଣା ଅନୁଯାୟୀ ମନ୍ଦିରଟି ନବମ ଶତାବ୍ଦୀର। ଲୁକ୍କାୟିତ ଅବସ୍ଥାରେ ଥିବା ଏହି ମନ୍ଦିରକୁ ପୁନଃରୁଦ୍ଧାର କରାଯାଇଛି। କେବଳ ଏତିକି ନୁହେଁ ମନ୍ଦିର ନିକଟରେ ରହିଛି ଆଉ ଏକ ପୁରୁଣା ଭଗ୍ନ ମନ୍ଦିର। ତାହା ମଧ୍ୟରେ ରହିଛି ଶିବ, ପାର୍ବତୀ, ଗଣେଷଙ୍କ ପ୍ରତିମୂର୍ତ୍ତୀ। ଏହା ସହ ରହିଥିବା ଅନ୍ୟ ପ୍ରତିମୂର୍ତ୍ତୀରେ ବୁଦ୍ଧ, ତାରା ଓ ପଦ୍ମପାଣିଙ୍କୁ ଦେଖିବାକୁ ମିଳେ। ତେଣୁ ଅତୀତରେ ଶୈବ ଏବଂ ବୌଦ୍ଧ ସଂସ୍କୃତିର ପ୍ରାଧାନ୍ୟ ଏଠାରେ ଥିଲା ବୋଲି ମତପ୍ରକାଶ ପାଇଥାଏ।

ଏହି ଐତିହକୁ ଦେଖିବା ପାଇଁ ପର୍ଯ୍ୟଟକମାନେ ଟାଣି ହୋଇ ଆସନ୍ତି। ସଂପ୍ରତି ଏହି ପ୍ରାକୃତିକ ମନୋରମସ୍ଥଳୀଟି କେବଳ ପର୍ଯ୍ୟଟକମାନଙ୍କ ଚିତ୍ତବିନୋଦନ ପାଇଁ ଉଦ୍ଦିଷ୍ଟ ତାହାନୁହେଁ ଗବେଷକମାନଙ୍କ ପାଇଁ ମଧ୍ୟ ଅନ୍ୟତମ ପ୍ରକୃଷ୍ଟ ସ୍ଥାନ ବୋଲି କୁହାଯାଉଛି।

Bhitarkanika national park Shikarkoth କେନ୍ଦ୍ରାପଡା ଜିଲ୍ଲା ଭିତରକନିକା ଜାତୀୟ ଉଦ୍ୟାନ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାର ଜଣେ ମୁଖ୍ୟ ମାଓ କମାଣ୍ଡର ସମେତ ୧୫ ମାଓ କ୍ୟାଡରଙ୍କ ଆତ୍ମସମର୍ପଣ

February 7, 2026

ବିଜେପିରେ ଯୋଗଦେଲେ ଶତାଧିକ ବିଜେଡି ନେତା

February 7, 2026

ଆଜି ସାତୋଟି ରାଶି ପାଇଁ ରହିଛି ଧନ ଯୋଗ, ଜାଣନ୍ତୁ ୭ ଫେବୃୟାରୀର ରାଶିଫଳ

February 7, 2026

ମାଓବାଦ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସର ବଡ଼ ସଫଳତା: ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

February 6, 2026
Latest News

ଓଡ଼ିଶାର ଜଣେ ମୁଖ୍ୟ ମାଓ କମାଣ୍ଡର ସମେତ ୧୫ ମାଓ କ୍ୟାଡରଙ୍କ ଆତ୍ମସମର୍ପଣ

February 7, 2026

ବିଜେପିରେ ଯୋଗଦେଲେ ଶତାଧିକ ବିଜେଡି ନେତା

February 7, 2026

ଆଜି ସାତୋଟି ରାଶି ପାଇଁ ରହିଛି ଧନ ଯୋଗ, ଜାଣନ୍ତୁ ୭ ଫେବୃୟାରୀର ରାଶିଫଳ

February 7, 2026

Tata Steel Result: ନିଟ୍ ଲାଭ ୧୩% ହ୍ରାସ ପାଇ ୨,୬୮୯ କୋଟି ଟଙ୍କାରେ ପହଞ୍ଚିଲା

February 6, 2026

ମାଓବାଦ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସର ବଡ଼ ସଫଳତା: ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

February 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.