ଭୁବନେଶ୍ଵର: ଆଜି ଓଡିଶା ଚଳଚ୍ଚିତ୍ର ପ୍ରଯୋଜକ ସଂଘର ନିର୍ବାଚନ ଅନୁଷ୍ଠିତ ହେଇ ସାରିଛି। ଏହି ନିର୍ବାଚନରେ ଯୁଗଳ କିଶୋର ଦେବତା ସଭାପତି, ଅଜୟ ରାଉତରାୟ ଉପ ସଭାପତି, ରଞ୍ଜିତ କୁମାର ରାଉତ ସମ୍ପାଦକ, ସମରେଶ ରାଉତରାୟ ଯୁଗ୍ମ ସମ୍ପାଦକ, ଚିତ୍ତରଂଜନ ମିଶ୍ର କୋଷାଧ୍ୟକ୍ଷ ଓ ଅଜୟ କୁମାର ମହାନ୍ତି, ପ୍ରଣୟ ଜେଠୀ, ରମେଶ ବାରିକ, ତପନ ଦାସ, କେ ତମନା, ଲିଟୁ ମହାନ୍ତି, କୌଶିକ ଦାଶ ଓ ଅକ୍ଷୟ ପ୍ରଧାନ କାର୍ଯ୍ୟ ନିର୍ବାହୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।
ନିର୍ବାଚନକୁ ସୂଚାରୁ ରୁପେ ବ୍ରଜ କିଶୋର ପ୍ରଧାନ, ଜୁବୁଲି ସୁନ୍ଦରାୟ, ଚନ୍ଦନ ତ୍ରିପାଠୀ ଓ ପରେଶ ଅଭଲାନି ପରିଚାଳନା କରିଥିଲେ।


