Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଧରିତ୍ରୀ ମାତା ପାଇଁ ରବିବାର’ କାର୍ଯ୍ୟକ୍ରମ: ପରିବେଶ ସଚେତନତା ସହ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ
ଆଜିର ଖବର

‘ଧରିତ୍ରୀ ମାତା ପାଇଁ ରବିବାର’ କାର୍ଯ୍ୟକ୍ରମ: ପରିବେଶ ସଚେତନତା ସହ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ

December 21, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଧରିତ୍ରୀ ମାତା ପାଇଁ ‘ରବିବାର’ କାର୍ଯ୍ୟକ୍ରମ: ପରିବେଶ ସଚେତନତା ସହ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ
ଧରିତ୍ରୀ ମାତା ପାଇଁ ‘ରବିବାର’ କାର୍ଯ୍ୟକ୍ରମ: ପରିବେଶ ସଚେତନତା ସହ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ

ରଣପୁର: ଓଡ଼ିଶାର ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବ୍ରହ୍ମ ଚେତନା ପରିଷଦର ଆନୁକୂଲ୍ୟରେ ଧରିତ୍ରୀ ମାତାଙ୍କୁ ଆସନ୍ନ ପରିବେଶୀୟ ବିପଦରୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ‘ଧରିତ୍ରୀ ମାତା ପାଇଁ ରବିବାର’ ନାମରେ ଏକ ସମୟୋପଯୋଗୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତକାଲି ରଣପୁର ବ୍ଲକ ଅନ୍ତର୍ଗତ ଚମ୍ପାଗଡ଼ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଙ୍ଗନବାଡ଼ି ଚତୁପାର୍ଶ୍ୱରେ ଆମ୍ବ, ବଉଳ, ବେଲ, ନିମ୍ବ ଆଦି ବିଭିନ୍ନ ପ୍ରଜାତିର ବୃକ୍ଷରୋପଣ କରାଯାଇଥିଲା। ସହିତେ ନିକଟସ୍ଥ ପୁଷ୍କରିଣୀରୁ ବିଲାତି ଦଳ ସଫା କରି ପରିବେଶ ସୁଚିତ୍ରତା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ପରେ ପରିବେଶ ପ୍ରେମୀମାନଙ୍କୁ ନେଇ ଏକ ଜନସଚେତନତା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ପରିଷଦର ସମ୍ପାଦକ କବି ସୁକାନ୍ତ ଚନ୍ଦ୍ର ନନ୍ଦ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଆଲୋକପାତ କରି, ନିଜ ନିଜ ଅଞ୍ଚଳର ଚାଷ ଜମି, ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ସୁନିଶ୍ଚିତ କଲେ ହିଁ ଧରିତ୍ରୀ ମାତାଙ୍କ ସୁରକ୍ଷା ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ପରିବେଶ ସୁରକ୍ଷାରେ ନିରନ୍ତର ଭାବେ ଅବଦାନ ରଖିଆସୁଥିବା ଏହି ଅଞ୍ଚଳର ପାଞ୍ଚଜଣ ବୃକ୍ଷପ୍ରେମୀଙ୍କୁ ପରିଷଦ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଥିଲା। ସାମାଜିକ ଦାୟିତ୍ୱର ଅଂଶ ଭାବେ ନିକଟସ୍ଥ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ୫୦ରୁ ଅଧିକ ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ପରିଷଦର କୋଷାଧ୍ୟକ୍ଷ ହୃଷିକେଶ ନନ୍ଦ, ସଭ୍ୟ ବିଶ୍ୱନାଥ ପ୍ରଧାନ, ଲଳିତ ମୋହନ ଗୁମାନସିଂହ, କୁମାର ଜନ୍ମେଞ୍ଜୟ, ଅଭିମନ୍ୟୁ ମାର୍ଥା, ଗଣେଶ୍ୱର ମାନ୍ଧାତା, ପ୍ରବୀଣ କୁମାର ଦାସ, ନୀଳକଣ୍ଠ ଦାସ, ନିରଞ୍ଜନ ମାନସିଂହ, ସୁଶିଲ ଦଳସିଂହରାୟ, ପ୍ରଦୀପ ସେନାପତି, ରଶ୍ମିତା ବେହେରା ପ୍ରମୁଖ ସଫଳ ଭାବେ ପରିଚାଳନା କରିଥିଲେ।

ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ ଧରିତ୍ରୀ ମାତା ପାଇଁ ରବିବାର ପରିବେଶ ସଚେତନତା ବୃକ୍ଷରୋପଣ ବ୍ରହ୍ମ ଚେତନା ପରିଷଦ ସ୍ୱେଚ୍ଛାସେବୀ ସଂଗଠନ
Share. Facebook Twitter LinkedIn Email WhatsApp Copy Link

Related Posts

ମହାରାଷ୍ଟ୍ରରେ ସ୍ଥାନୀୟ ନିର୍ବାଚନ: ଟ୍ରେଣ୍ଡରେ ବିଜେପି ର ବଡ଼ ଅଗ୍ରଣୀ, ଜାଣନ୍ତୁ ଅନ୍ୟ ଦଳର ସ୍ଥିତି

December 21, 2025

ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ସଂଘର ସାଧାରଣ ସଭା: ଯୁଗଳ କିଶୋର ଦେବତା ସଭାପତି ନିର୍ବାଚିତ

December 21, 2025

ନକଲି ସାର ଏବଂ କୀଟନାଶକ ମୁକାବିଲା ପାଇଁ ବିଲ୍ ଆଗତ କରିବେ ସରକାର: କେନ୍ଦ୍ର କୃଷି ମନ୍ତ୍ରୀ

December 21, 2025

ବିଶ୍ୱକପ୍ ଜିତିଲା ଭାରତୀୟ ରୋଲ୍ ବଲ୍ ମହିଳା ଦଳ, ମେରଠରେ ଅଧିନାୟକଙ୍କୁ ଭବ୍ୟ ସ୍ୱାଗତ

December 21, 2025
Latest News

‘ଧରିତ୍ରୀ ମାତା ପାଇଁ ରବିବାର’ କାର୍ଯ୍ୟକ୍ରମ: ପରିବେଶ ସଚେତନତା ସହ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ

December 21, 2025

ମହାରାଷ୍ଟ୍ରରେ ସ୍ଥାନୀୟ ନିର୍ବାଚନ: ଟ୍ରେଣ୍ଡରେ ବିଜେପି ର ବଡ଼ ଅଗ୍ରଣୀ, ଜାଣନ୍ତୁ ଅନ୍ୟ ଦଳର ସ୍ଥିତି

December 21, 2025

ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ସଂଘର ସାଧାରଣ ସଭା: ଯୁଗଳ କିଶୋର ଦେବତା ସଭାପତି ନିର୍ବାଚିତ

December 21, 2025

ନକଲି ସାର ଏବଂ କୀଟନାଶକ ମୁକାବିଲା ପାଇଁ ବିଲ୍ ଆଗତ କରିବେ ସରକାର: କେନ୍ଦ୍ର କୃଷି ମନ୍ତ୍ରୀ

December 21, 2025

ଟ୍ରେନ ଯାତ୍ରୀଙ୍କ ବଡ ଖବର: ଏହି ତାରିଖରୁ ବଢିବ ଭଡ଼ା, କିନ୍ତୁ ଏହି ଯାତ୍ରୀମାନଙ୍କ ପାଇଁ ଆଶ୍ଵସ୍ତି

December 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.