ଭୁବନେଶ୍ଵର: ଉତ୍କଳ ଭିଜୁଆଲ ଆର୍ଟ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱର ସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରୀଠାରେ ଏକ ଶିଶୁ ଚାରୁକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜ ନିଜର ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି। ଏହି ଅବସରରେ ଏକ ଫଟୋ ଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ୫୦ ରୁ ଉର୍ଦ୍ଧ୍ୱ ଶିଶୁ ଚିତ୍ର ଶିଳ୍ପୀମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ଶିଳ୍ପୀ ଅଶୋକ କୁମାର ପଟ୍ଟନାୟକ, ଉମେଶ ଚନ୍ଦ୍ର ଶତପଥି, ଅର୍ଚ୍ଚନା ଶତପଥି ଏବଂ ନିରୁପମା ସାହୁ ପ୍ରମୁଖ ପରିଚାଳନା କରିଥିଲେ।


