ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ ନୀତିଶ କୁମାରଙ୍କ ମଧ୍ୟରେ ପ୍ରାୟ ୩୦ ମିନିଟ୍ ଧରି ଆଲୋଚନା ହୋଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ରାଜୀବ ରଞ୍ଜନ ଏବଂ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ। ବିହାର ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଏହା ତାଙ୍କର ପ୍ରଥମ ଦିଲ୍ଲୀ ଗସ୍ତ।
ବିହାର ବିଧାନସଭା ନିର୍ବାଚନର ଫଳାଫଳ ଚଳିତ ବର୍ଷ ନଭେମ୍ବରରେ ଘୋଷଣା କରାଯାଇଥିଲା। ଏହି ନିର୍ବାଚନରେ ଏନଡିଏ ୨୦୦ ରୁ ଅଧିକ ଆସନ ଜିତିଥିଲା। ଏହି ବିଜୟ ପରେ ନୀତିଶ କୁମାରଙ୍କ ନେତୃତ୍ୱରେ ବିହାରରେ ଏନଡିଏ ସରକାର ପୁନଃସ୍ଥାପିତ ହୋଇଛି। ସେପଟେ ରାଜ୍ୟରେ ଇଣ୍ଡି ମେଣ୍ଟକୁ ବଡ଼ ପରାଜୟର ସାମ୍ନା କରିବାକୁ ପଡିଛି।


