Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବୈଧ ପ୍ରଦୂଷଣ ପ୍ରମାଣପତ୍ର ବାଧ୍ୟତାମୂଳକ ଉପରେ ବୈଠକ
ଆଜିର ଖବର

ବୈଧ ପ୍ରଦୂଷଣ ପ୍ରମାଣପତ୍ର ବାଧ୍ୟତାମୂଳକ ଉପରେ ବୈଠକ

December 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Transport Commissioner meets all companies and dealer associations
Transport Commissioner meets all companies and dealer associations

ଭୁବନେଶ୍ଵର: ମୋଟର ଯାନ ଆଇନ ଅନୁଯାୟୀ ବୈଧ ପ୍ରଦୂଷଣ ପ୍ରମାଣପତ୍ର ବାଧ୍ୟତାମୂଳକ। ପରିବହନରେ ପରିବେଶ ସୁରକ୍ଷାକୁ ମଧ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବୈଧ ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ପେଟ୍ରୋଲ ପମ୍ପରେ ଇନ୍ଧନ ମନା ନିଷ୍ପତ୍ତିର କାର୍ଯ୍ୟକାରିତା ତଥା ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଛି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ଭୁବନେଶ୍ୱର-1 ସମ୍ମିଳନୀ କକ୍ଷରେ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ତୈଳ କମ୍ପାନୀ ଓ ଡିଲର ଆସୋସିଏନ ପ୍ରତିନିଧି ଯୋଗ ଦେଇଥିଲେ।

ମୋଟର ଯାନ ଆଇନର ଅନୁପାଳନ ଓ ପରିବେଶ ସୁରକ୍ଷା ପାଇଁ ପଦକ୍ଷେପକୁ ସମସ୍ତେ ସ୍ୱାଗତ କରିଥିଲେ। ପରିବେଶ ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ, ତେଣୁ ଏ ଦିଗରେ ଜନସଧାରଣଙ୍କ ସହଯୋଗ କାମନା କରାଯାଇଥିଲା। ଏହାସହ ବୈଠକରେ ସର୍ବସମ୍ମତି କ୍ରମେ କୁହାଯାଇଛି ଯେ, ଆଗାମୀ ଦିନରେ ପ୍ରଦୂଷଣ ପ୍ରମାଣପତ୍ର କରିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ। ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଇନ୍ଧନ ମନା ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପୂର୍ବରୁ ଅନ୍ତତଃ 15 ଦିନ ଧରି ଏହି ସଚେତନତାକୁ ବ୍ୟାପକ କରାଯିବ । ଏହାସତ୍ତ୍ୱେ ବି ଯେଉଁମାନେ ବୈଧ ପ୍ରଦୂଷଣ ପ୍ରମାଣପତ୍ର ନ କରିବେ, ଆଗାମୀ ଦିନରେ ତାଙ୍କୁ ପେଟ୍ରାଲ ପମ୍ପରେ ଇନ୍ଧନ ଦେବାକୁ ମନା କରାଯିବ।

ସମସ୍ତେ ପ୍ରଦୂଷଣ ପ୍ରମାଣପତ୍ର କେନ୍ଦ୍ରକୁ ମଧ୍ୟ କୁହାଯିବ, ସେମାନେ ଗାଡ଼ିରେ ଷ୍ଟିକର ଲଗାଇ ପ୍ରଦୂଷଣ ପ୍ରମାଣପତ୍ରର ବୈଧତା ଉଲ୍ଲେଖ କରିବେ। ସେହିଭଳି ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚର ଅନ୍ୟ ଦିଗ ଗୁଡ଼ିକ ସଂପର୍କରେ ମଧ୍ୟ ପେଟ୍ରୋଲ ପମ୍ପ କର୍ମଚାରୀ ଓ ଜନସାଧାରଣଙ୍କୁ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଅବଗତ କରାଯିବ। ଏହି ନିଷ୍ପତ୍ତି ପରିବେଶ ସୁରକ୍ଷାର ମହତ୍ ଉଦ୍ଦେଶ୍ୟ ରଖି ଗ୍ରହଣ କରାଯାଇଥିବାରୁ, ସମସ୍ତେ ଏଥିରେ ସହଯୋଗ କରିବାକୁ ନିବେଦନ କରାଯାଇଛି। ଆଇନ ପାଳନ ସମସ୍ତଙ୍କ ଗୁରୁ ଦାୟିତ୍ୱ। ଏପରିକି ନୈତିକତା ଦୃଷ୍ଟିରୁ ମଧ୍ୟ ଦେଖିଲେ ପରିବେଶ ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସନ୍ତୁ ବୋଲି ପରିବହନ ଆୟୁକ୍ତ ଅନୁରୋଧ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ, ରାସ୍ତାରେ ଚାଲୁଥିବା BS-IV, BS-VI ସମେତ ସମସ୍ତ ପେଟ୍ରୋଲ, ଡିଜେଲ ମୋଟରଯାନ ପାଇଁ ବୈଧ ପ୍ରଦୂଷଣ ପ୍ରମାଣପତ୍ର ଆବଶ୍ୟକ। ମୋଟର ଯାନ ଆଇନ ଅନୁଯାୟୀ ଏହାର ବୈଧତା ନିର୍ଦ୍ଧାରିତ ହୋଇଛି। ଏହି ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ ପାଇଁ ରାଜ୍ୟର ସମସ୍ତ ଟୋଲଗେଟରେ ଇ-ଡିଟେକ୍ସନ ବ୍ୟବସ୍ଥାରେ ମଧ୍ୟ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି।

ଏହି ବୈଠକରେ ପରିବହନ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଇଣ୍ଡିଆନ୍ ଅଏଲ ସିଜିଏମ୍ କମଲ୍ ଶିଲ୍, ଏଚପିସିଏଲ୍ ରୁ ସି.ଆର୍ ବିଜୟ କୁମାର, ଉତ୍କଳ ପେଟ୍ରୋଲିୟମ ଡିଲର୍ ଆସୋସିଏସନ୍ ସଞ୍ଜୟ ଲାଠ୍ ପ୍ରମୁଖ ଯୋଗ ଦେଇଥିଲେ।

Transport Commissioner ଇନ୍ଧନ ମନା ନିଷ୍ପତ୍ତି ପରିବେଶ ସୁରକ୍ଷା ପେଟ୍ରୋଲ ବୈଧ ପ୍ରଦୂଷଣ ପ୍ରମାଣପତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଋଣ ଭାର ସହିନପାରି ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା

April 26, 2026

ପିଠି ଯନ୍ତ୍ରଣାରେ ପୀଡିତ କି ? ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

April 26, 2026

ଆଜି ଏପ୍ରିଲ ୨୬ ତାରିଖ ରବିବାର, କେମିତି ରହିବ ଆଜିର ଦିନ

April 26, 2026

ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ

April 25, 2026
Latest News

ଋଣ ଭାର ସହିନପାରି ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା

April 26, 2026

ପିଠି ଯନ୍ତ୍ରଣାରେ ପୀଡିତ କି ? ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

April 26, 2026

ଆଜି ଏପ୍ରିଲ ୨୬ ତାରିଖ ରବିବାର, କେମିତି ରହିବ ଆଜିର ଦିନ

April 26, 2026

ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ

April 25, 2026

ପୁଣି ଶାନ୍ତି ଆଲୋଚନା ବିଫଳ

April 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.