Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ପୋଲିସକୁ ବଡ ସଫଳତା: ଆତ୍ମସମର୍ପଣ କଲେ ୨୨ ମାଓବାଦୀ
ଆଜିର ଖବର

ଓଡ଼ିଶା ପୋଲିସକୁ ବଡ ସଫଳତା: ଆତ୍ମସମର୍ପଣ କଲେ ୨୨ ମାଓବାଦୀ

December 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶା ପୋଲିସ
ଓଡ଼ିଶା ପୋଲିସକୁ ବଡ ସଫଳତା: ଆତ୍ମସମର୍ପଣ କଲେ ୨୨ ମାଓବାଦୀ

ଭୁବନେଶ୍ଵର: ମାଓବାଦୀ ଦମନ ଅଭିଯାନରେ ଓଡ଼ିଶା ପୋଲିସକୁ ଆଜି ଏକ ବଡ ସଫଳତା ମିଳିଛି। ମାଲକାନଗିରି ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଉପସ୍ଥିତିରେ ୨୨ ଜଣ ମାଓବାଦୀ ଆତ୍ମସମର୍ପଣ କରି ସମାଜ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଜଣେ ଡିଭିଜନାଲ କମିଟି ସଦସ୍ୟ (ଡିଭିସିଏମ୍), ୦୬ ଜଣ ଏରିଆ କମିଟି ସଦସ୍ୟ (ଏସିଏମ୍) ସମେତ ପାର୍ଟି ମେମ୍ବର ସାମିଲ ରହିଛନ୍ତି। ଏହା ବ୍ୟତୀତ ସେମାନଙ୍କ ମଧ୍ୟରେ ୧୦ ଜଣ ମହିଳା କ୍ୟାଡ଼ର ମାଓବାଦୀ ରହିଛନ୍ତି।

ଏହା ସହ ୦୧ଟି AK-୪୭ ରାଇଫଲ୍, ୦୨ଟି INSAS ରାଇଫଲ୍, ୭.୬୨ mm SLR ରାଇଫଲ୍, ୩ଟି .୩୦୩ ରାଇଫଲ୍ ଏବଂ ୦୨ଟି ସିଙ୍ଗଲ୍-ସଟ୍ ରାଇଫଲ୍, ୧୫୦ ରାଉଣ୍ଡ ଜୀବନ୍ତ ଗୁଳି, ୯ଟି ମାଗାଜିନ୍, ୨୦ କିଲୋ ବିସ୍ଫୋରକ, ୧୩ଟି ଆଇଇଡି ଏବଂ ଅନ୍ୟାନ୍ୟ ସାମଗ୍ରୀ ପୋଲିସ ନିକଟରେ ହସ୍ତାନ୍ତର କରିଥିଲେ।

ଆତ୍ମ ସମର୍ପଣ କରିଥିବା ମାଓବାଦୀମାନେ ହେଉଛନ୍ତି:- ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି(DKSZC)ର ଡିସିଏମ, କମାଣ୍ଡର ଲିଙ୍ଗେ ଓରଫ ମୁୟେ ମଡକାମ ଏବଂ ଏସିଏମ, କମାଣ୍ଡର, ବାମନ ମଡକାମ, ଏରିଆ କମିଟି ମେମ୍ବର (ଏସିଏମ), ସୁକ୍କା ମୁଚାକି, ଆଇତୁ ଆଉଲାମି,କୋସା କାବାସି, ବତି ମାଡ଼କାମ ଓରଫ ଅଞ୍ଜୁ, ଜୋଗି ମୁଚାକି, ରିତା ପୋଡିଆମ, ଜୋଗୀ ସୋଡି, ଭୀମେ କଲମୁ, ମଙ୍ଗଲି ବାଞ୍ଜାମି, ଜୋଗା ମୁଚାକି, ଆଡମେ ମୁଚାକି, ମାଡଭି କୋସା, କୁଞ୍ଜାମ ଉରା, ମାଡା ମାଡଭି, ମୁଚାକି ଆଡମା, ଦେବା ମାଡଭି, ଅର୍ଜୁନ ମାଡଭି, ଆନ୍ଧ୍ର-ଓଡ଼ିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର ୨ ଜଣ ସାଗର ଓରଫ ସନ୍ନା ପୁନେମ, ସୋମେୟ ମିଡିଆମ୍ ଏବଂ ଗଡଚିରଲି ଏରିୟା କମିଟିର ଅନିଲା ଓରଫ ବୁଦ୍ରି ମିଡିଆମ୍।

ରାଜ୍ୟ ସରକାରଙ୍କ ନୂତନ ଆତ୍ମସମର୍ପଣ ତଥା ପୁନର୍ବାସ ନୀତି ଅନୁଯାୟୀ ୨୨ ଜଣ ଆତ୍ମସମର୍ପଣ କରିଥିବା କ୍ୟାଡରଙ୍କୁ ୧ କୋଟି ୮୪ ଲକ୍ଷ ୨୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ। ଏହା ସହ ପ୍ରତ୍ୟେକଙ୍କୁ ୨୫,୦୦୦/- ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ଏହା ବ୍ୟତୀତ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର, ବାହାଘର ନିମନ୍ତେ ୨୫ ହଜାର ଟଙ୍କା, କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ପ୍ରଦତ୍ତ ସ୍ଵାସ୍ଥ ବୀମା, ମାଗଣାରେ ରାସନ କାର୍ଡ ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ପ୍ରଦାନ କରାଯିବ। ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ସରକାରଙ୍କ ପୁନର୍ବାସ ନୀତି ଅନୁଯାୟୀ ସମସ୍ତ ଆଇନସମ୍ମତ ସୁବିଧା, ସୁରକ୍ଷା ଓ ପୁନର୍ବାସ ସହାୟତା ପ୍ରଦାନ କରାଯିବ।

ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ଦୀର୍ଘ ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ହିଂସାତ୍ମକ କାର୍ଯ୍ୟକଳାପ, ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ, ରାସ୍ତା ଓ ସରକାରୀ ସମ୍ପତ୍ତି ଧ୍ୱଂସ କରିବା ଭଳି କାର୍ଯ୍ୟରେ ସକ୍ରିୟ ଭାବେ ଜଡିତ ଥିଲେ। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଉପରେ ବିଭିନ୍ନ ଥାନାରେ ଗୁରୁତର ମାମଲା ମଧ୍ୟ ରୁଜୁ ଥିଲା।

ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଓ ପୁନର୍ବାସ ନୀତି ଉପରେ ଆସ୍ଥା ରଖି ମାଓବାଦୀମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ନିଷ୍ପତ୍ତିକୁ ଡିଜିପି ଶ୍ରୀ ଖୁରାନିଆ ସ୍ଵାଗତ କରିଛନ୍ତି। ଏହା ସହ ସମାଜରେ ସମ୍ମାନଜନକ ଭାବେ ଜୀବନ ଯାପନ ପାଇଁ ସରକାର ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହା ବ୍ୟତୀତ ହିଂସାର ପଥ ପରିତ୍ୟାଗ କରି ପୋଲିସ ସମୁଖରେ ଆତ୍ମ ସମର୍ପଣ କରି ସାଧାରଣ ଜୀବନ ଯାପନ କରିବାକୁ ଡିଜିପି ଆହ୍ଵାନ ଦେଇଛନ୍ତି।

ଏହି ଅବସରରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ନକ୍ସଲ ବିରୋଧୀ ଅଭିଯାନ) ସଂଜୀବ ପଣ୍ଡା, ଡିଆଇଜି (ଏସଆଇଡବ୍ଲ୍ୟୁ) ଶ୍ରୀ ଅଖୀଳେଶ୍ଵର ସିଂ, ଡିଆଇଜି( ଦକ୍ଷିଣାଞ୍ଚଳ) ଡ଼. କନୱର ବିଶାଲ ସିଂ,ଜିଲ୍ଲାପାଳ ମାଲକାନଗିରି, ସୋମେଶ ଉପାଧ୍ୟାୟ, ଏସପି ମାଲକାନଗିରି ବିନୋଦ ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ।

ଓଡିଶା ପୋଲିସ ମାଓବାଦୀ ଦମନ ଅଭିଯାନ ଯୋଗେଶ ବାହାଦୁର ଖୁରାନିଆ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାର ୧୦୮ଟି ଏସଇବିସି ସମ୍ପ୍ରଦାୟକୁ କେନ୍ଦ୍ରୀୟ ଓବିସି ତାଲିକାରେ ସାମିଲ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ

December 23, 2025

କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ଭୁବନେଶ୍ୱର ଦ୍ୱାରା କିଷାନ ଦିବସ ପାଳିତ

December 23, 2025

ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ସାଂସଦଙ୍କ ଡିଭିଜନାଲ୍ କମିଟି ବୈଠକ

December 23, 2025

ଭିବି ଜୀ ରାମ ଜୀ ଯୋଜନା ଅଧୀନରେ ୧.୫୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ଆବଣ୍ଟନ ପ୍ରସ୍ତାବିତ: କୃଷି ମନ୍ତ୍ରୀ

December 23, 2025
Latest News

ଓଡ଼ିଶା ପୋଲିସକୁ ବଡ ସଫଳତା: ଆତ୍ମସମର୍ପଣ କଲେ ୨୨ ମାଓବାଦୀ

December 23, 2025

ବାଲୁଗାଁ ମହାବିଦ୍ୟାଳୟ‌ର ଅର୍ଥନୀତି ବିଭାଗ ପକ୍ଷରୁ ଏକ-ଦିବସୀୟ ଜାତୀୟ ସମ୍ପାନ ଅନୁଷ୍ଠିତ

December 23, 2025

ଓଡ଼ିଶାର ୧୦୮ଟି ଏସଇବିସି ସମ୍ପ୍ରଦାୟକୁ କେନ୍ଦ୍ରୀୟ ଓବିସି ତାଲିକାରେ ସାମିଲ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ

December 23, 2025

କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ଭୁବନେଶ୍ୱର ଦ୍ୱାରା କିଷାନ ଦିବସ ପାଳିତ

December 23, 2025

ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ସାଂସଦଙ୍କ ଡିଭିଜନାଲ୍ କମିଟି ବୈଠକ

December 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.