ଭୁବନେଶ୍ୱର: ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଅଙ୍ଗନବାଡି କେନ୍ଦ୍ରର ଶୁଭାରମ୍ଭ କାର୍ଯ୍ୟକ୍ରମରେ ୪୯୧ଟି ଅଙ୍ଗନବାଡି କେନ୍ଦ୍ରକୁ ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଆଭାସି ମାଧ୍ୟମରେ ଯୋଡି ହୋଇଥିଲେ। କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଉପସ୍ଥିତ ଥିଲେ। ଏଥି ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୯୧୩ଟି ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ ହୋଇଥିଲା। ଫଳରେ ମୋଟ ୧ ହଜାର ୪୦୪ଟି ଅଙ୍ଗନବାଡି କେନ୍ଦ୍ର ଲୋକାର୍ପଣ ହୋଇଛି।
ରାଜ୍ୟରେ ଆହୁରି ୧୦ ହଜାର ୪୦୦ଟି ଅଙ୍ଗନବାଡି କେନ୍ଦ୍ର ପ୍ରତିଷ୍ଠା ହେବା ଲକ୍ଷ୍ୟ ସରକାର ରଖିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କହିଛନ୍ତି। ଡିଜିଟାଇଜେସନ ମାଧ୍ୟମରେ ଅଙ୍ଗନବାଡି କେନ୍ଦ୍ରଗୁଡିକ ଆଗକୁ ଯିବ ବୋଲି ଶ୍ରୀମତୀ ପରିଡା ସୂଚନା ଦେଇଛନ୍ତି।


