ଭୁବନେଶ୍ଵର: ନୂଆଦିଲ୍ଲୀରେ ଆୟୋଜିତ ହେଉଥିବା ଏନସିସି ସାଧାରଣତନ୍ତ୍ର ଦିବସ ଶିବିରରେ ଭାଗନେବେ ଓଡ଼ିଶାର ୧୨୭ଜଣ କ୍ୟାଡେଟ୍। ଓଡ଼ିଶା ଏନସିସିର ପ୍ରାୟ ୬୪ ହଜାର କ୍ୟାଡେଟ୍ ଙ୍କ ମଧ୍ୟରୁ ୧୨୭ଜଣ ଚୟନ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୮୦ଜଣ ବାଳକ ଏବଂ ୪୭ଜଣ ବାଳିକା ଚୟନ ହୋଇଛନ୍ତି। ଚୟନ ହୋଇଥିବା କ୍ୟାଡେଟ୍ ଏବଂ ୧୦ ଜଣ ସପୋର୍ଟିଙ୍ଗ ଷ୍ଟାଫ୍ ଆଜି ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଏଥିପୂର୍ବରୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମସ୍ତ କ୍ୟାଡେଟ୍ମାନଙ୍କ ସହ ସାକ୍ଷାତ କରି ସେମାନଙ୍କର ଉତ୍ସାହ ବଢାଇଛନ୍ତି।
କ୍ୟାଡେଟମାନେ ନୂଆଦିଲ୍ଲୀରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ଼ ଏବଂ ଏନସିସି ପିଏମ୍ ରାଲିରେ ଓଡ଼ିଶାର ପ୍ରତିନିଧିତ୍ବ କରିବେ । ସମସ୍ତ କ୍ୟାଡେଟ୍ ଙ୍କୁ ଏକ ମାସ ଧରି ନବରଙ୍ଗପୁରଠାରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।


