ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ଅଧ୍ୟକ୍ଷା ବେଗମ ଖାଲିଦା ଜିଆଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଯେ, ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ ଦେଶର ବିକାଶ ଏବଂ ଭାରତ-ବାଂଲାଦେଶ ସମ୍ପର୍କରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ସର୍ବଦା ମନେ ରହିବ। ପ୍ରଧାନମନ୍ତ୍ରୀ ୨୦୧୫ରେ ଢାକାରେ ତାଙ୍କ ସହ ତାଙ୍କର ସୌହାର୍ଦ୍ଦ୍ୟପୂର୍ଣ୍ଣ ସାକ୍ଷାତକୁ ମନେ ପକାଇଥିଲେ। ଶ୍ରୀ ମୋଦି ଆଶା ପ୍ରକାଶ କରିଥିଲେ ଯେ, ତାଙ୍କର ଦୃଷ୍ଟିକୋଣ ଏବଂ ଐତିହ୍ୟ ଦୁଇ ଦେଶ ମଧ୍ୟରେ ସହଭାଗୀତାକୁ ମାର୍ଗଦର୍ଶନ କରିବ।


