Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରବି ଫସଲ ପାଇଁ କୃଷି ରଣନୀତି କମିଟି ବୈଠକ ଅନୁଷ୍ଠିତ
ଆଜିର ଖବର

ରବି ଫସଲ ପାଇଁ କୃଷି ରଣନୀତି କମିଟି ବୈଠକ ଅନୁଷ୍ଠିତ

December 30, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରବି ଫସଲ ପାଇଁ କୃଷି ରଣନୀତି କମିଟି ବୈଠକ ଅନୁଷ୍ଠିତ
ରବି ଫସଲ ପାଇଁ କୃଷି ରଣନୀତି କମିଟି ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲରେ ରବି ଫସଲ ୨୦୨୫-୨୬ ବର୍ଷ ନିମନ୍ତେ ଜିଲ୍ଲା ସ୍ତରୀୟ କୃଷି ରଣନୀତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି ଅଧ୍ୟକ୍ଷଙ୍କୁ ବିସ୍ତୃତ ଭାବେ ପାୱାର ପଏଣ୍ଟ ଉପକରଣରେ ତଥ୍ୟ ଉପସ୍ଥାପନ କରିଥିଲେ। ପରେ ଅଧ୍ୟକ୍ଷ କୃଷି, ଉଦ୍ୟାନ କୃଷି, ଜଳସେଚନ, ଉଠା ଜଳସେଚନ, ପ୍ରାଚୀ ଖଣ୍ଡ ଜଳସେଚନ , ମୂର୍ତ୍ତିକା ସଂରକ୍ଷଣ, ଜିଲ୍ଲାରେ ହୋଇଥିବା ବର୍ଷା ଅନୁପାତ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଥିଲେ।

ସେହିପରି ଅଧ୍ୟକ୍ଷ ଜିଲ୍ଲାରେ ଶିକ୍ଷା, ସୂଚନା ଓ ଯୋଗାଯୋଗ (ଆ ଇ ସି) କ୍ୟାମ୍ପ କରାଇ ମସଲା ଜାତୀୟ କୃଷି ବୃଦ୍ଧି କରିବା ଦିଗରେ ଅତିରିକ୍ତ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଧରିତ୍ରୀ ମାତା ବଚାଓ ଅଭିଯାନ, ବିପଣନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ନିମନ୍ତେ ମାର୍କଫେଡ୍ କାର୍ଯ୍ୟଧାରା, ଶ୍ରୀ ଅନ୍ନ ଅଭିଯାନ, କ୍ଲଷ୍ଟର ସ୍ତରୀୟ ମୁଗ, ବିରି ପ୍ରଦର୍ଶନ, କୃଷି ମେଳା ଓ ପ୍ରଦର୍ଶନୀ, କୃଷକ ପଞ୍ଜିକରଣ, ରବି ଋତୁରେ ଶସ୍ୟ ପ୍ରଦର୍ଶନୀ, କୃଷି ସୁରକ୍ଷା କାର୍ଯ୍ୟକ୍ରମ, ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, କୃଷି ଋଣ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଅମୃତ ଅନ୍ନ ଅଭିଯାନ,ସମନ୍ୟୁତ କୃଷି ପଦ୍ଧତି, ଛତୁ ଚାଷକୁ ରୋତ୍ସାହିତ କରିବା ଆଦି ବିଭିନ୍ନ ଯୋଜନା ରଣନୀତି ସମ୍ଵନ୍ଧରେ ଅଧ୍ୟକ୍ଷ ବିଭାଗୀୟ ସମୀକ୍ଷା କରିଥିଲେ। ସୂଚନା ପ୍ରକାରାନେ ଜିଲ୍ଲାରେ ଏପ୍ରିଲରୁ ଅକ୍ଟୋବର ୨୦୨୫ ରେ ବର୍ଷାର ପରିମାଣ ୧୩୦୮.୫ ମିଳି ମିଟର ଥିଲା। ଖରିଫ ୨୦୨୫ ଋତୁରେ ଧାନ, ମକା, ମାଣ୍ଡିଆ, ଡାଲି ଜାତୀୟ ଶସ୍ୟ, ପନିପରିବା, ମସଲା ଯୁକ୍ତ ଓ ଆଖୁ ଚାଷ ମୋଟ ୧୮୪୮୦ ମେଟ୍ରିକ୍ ଟନ୍ ଉତ୍ପାଦ ମିଳିଥିଲା।

ସେହିପରି ରବି ଋତୁ ୨୦୨୫-୨୬ ବର୍ଷରେ ଧାନ, ମକା, ବାଜରା, ଆଖୁ, ଡାଲି, ମସଲା, ପନିପରିବା ଆଦିକୁ ମିଶାଇ ମୋଟ ୨୧୦୦୦ ମେଟ୍ରିକ୍ ଟନ୍ ଉତ୍ପାଦ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି। ୨୦୨୫ବର୍ଷରେ ମାଟି ସ୍ୱାସ୍ଥ୍ୟ କାର୍ଡ ୮୮୪୫ ପ୍ରସ୍ତୁତ କରାଯାଇ ୬୩୭୩ ବଣ୍ଟନ କରାଯାଇଅଛି। ୨୦୨୫-୨୬ ରବି ଫସଲକୁ ସମ୍ପୂର୍ଣ୍ଣ ଭାବେ ଜିଲ୍ଲାରେ ସଫଳ କରିବା ଜନିତ ଚାଷୀ ମାନଙ୍କୁ ୪୧୩୦୦.୦୦ଲକ୍ଷ ଋଣ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟୀ କଲେକ୍ଟର, ଜରୁରୀ, ଶ୍ରୀତପା ମିଶ୍ର,ସମସ୍ତ ବ୍ଲକର କୃଷି ଅଧିକାରୀ, ଜଳସେଚନ ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ଲାଇନ୍ ଡିପାର୍ଟ ମେଣ୍ଟ ଯନ୍ତ୍ରୀ, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଏବଂ କମିଟିର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ। ସେହିପରି ବୈଠକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଖୋର୍ଦ୍ଧା ଜିଲ୍ଲା ମରୁଡି ପରିଚାଳନା ଯୋଜନାକୁ ସମସ୍ତ ସଦସ୍ୟ ସଦସ୍ୟା ଙ୍କ ଅବଗତି ନିମନ୍ତେ ପ୍ରକାଶ କଲାପରେ ସମସ୍ତଙ୍କ ସମ୍ମତି ଅଧ୍ୟକ୍ଷ ଙ୍କ ପରାମର୍ଶ କ୍ରମେ ଜିଲ୍ଲାପାଳ ଙ୍କ ଅନୁମୋଦନ ପାଇଁ ସ୍ଥିରୀକୃତ ହେଇଥିଲା।

କୃଷି ରଣନୀତି କମିଟି ଖୋର୍ଦ୍ଧା ରବି ଫସଲ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026
Latest News

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.