Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାଶୀ ତାମିଲ ସଙ୍ଗମମ୍ ୪.୦ ର ସମାପନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

କାଶୀ ତାମିଲ ସଙ୍ଗମମ୍ ୪.୦ ର ସମାପନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

December 31, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
କାଶୀ ତାମିଲ ସଙ୍ଗମମ୍ ୪.୦ ର ସମାପନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ
କାଶୀ ତାମିଲ ସଙ୍ଗମମ୍ ୪.୦ ର ସମାପନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

ରାମେଶ୍ୱରମ/ତାମିଲନାଡୁ: ଭାଷାଗତ ବିବିଧତା ଜ୍ଞାନର ସେତୁ ସାଜିଲେ ଭାରତର ଭବିଷ୍ୟତ ଶକ୍ତିଶାଳୀ ହେବ ବୋଲି ମଙ୍ଗଳବାର ତାମିଲନାଡୁର ରାମେଶ୍ୱରମ ଠାରେ ‘କାଶୀ ତାମିଲ ସଙ୍ଗମମ୍ ୪.୦’ର ସମାପନ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରାରୁ ଆରମ୍ଭ ହୋଇଥିବା ଏହି ସଙ୍ଗମମ୍ ଆମର ବୌଦ୍ଧିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟକୁ ସେଲିବ୍ରେଟ୍ କରିବା ସହ ଜାତୀୟ ସଂହତିକୁ ଅଧିକ ସୁଦୃଢ଼ କରିଛି । କାଶୀର ଗଙ୍ଗା କୂଳରୁ ଆରମ୍ଭ ହୋଇ ରାମେଶ୍ୱରମର ସମୁଦ୍ର କୂଳରେ ପହଞ୍ଚିଥିବା ଏହି କାର୍ଯ୍ୟକ୍ରମ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଭାବନାକୁ ନୂତନ ଶକ୍ତି ପ୍ରଦାନ କରିବା ସହ ଉଭୟ ଅଞ୍ଚଳର ଶତାବ୍ଦୀ ପୁରୁଣା ସମ୍ପର୍କକୁ ପୁନର୍ଜୀବିତ କରିଛି।

ଶ୍ରୀ ପ୍ରଧାନ ନିଜ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି ଯେ, ସମସ୍ତଙ୍କୁ ସାମିଲ କରିବା ଏବଂ ଭାରତୀୟ ସଭ୍ୟତାର ଜ୍ଞାନକୁ ସହଜ କରିବା ହେଉଛି କାଶୀ ତାମିଲ ସଙ୍ଗମମ୍ ଏବଂ ଜାତୀୟ ଶିକ୍ଷା ନୀତିର ମୂଳ ଲକ୍ଷ୍ୟ। ଯେତେବେଳେ ଆମେ ବିବିଧତାକୁ ସମ୍ମାନ ଦେଉ ଏବଂ ଭାଷାଗତ ବୈଚିତ୍ର୍ୟକୁ ଜ୍ଞାନର ସେତୁ ଭାବେ ଗ୍ରହଣ କରୁ, ସେତେବେଳେ ଭାରତର ଭବିଷ୍ୟତ ଆହୁରି ଶକ୍ତିଶାଳୀ ହୁଏ ବୋଲି ସେ କହିଛନ୍ତି।

ତାମିଲ ସଭ୍ୟତା କେବଳ ଏକ ଆଞ୍ଚଳିକ ପରିଚୟ ନୁହେଁ, ବରଂ ଏହା ଭାରତର ସାଭ୍ୟତିକ ଯାତ୍ରାର ମୂଳଦୁଆ। ଚଳିତ ବର୍ଷର ବିଷୟବସ୍ତୁ ‘ତାମିଲ କର୍କଲମ୍’ କେବଳ ତାମିଲ ଶିକ୍ଷାକୁ ପ୍ରୋତ୍ସାହିତ କରୁନାହିଁ, ବରଂ ଭାରତର ପ୍ରାଚୀନ ଜ୍ଞାନର ଦ୍ୱାର ଖୋଲିଛି । କାଶୀ ତାମିଲ ସଙ୍ଗମମ୍ ଆଗାମୀ ଦିନରେ ଭାରତର ଯୁବପିଢ଼ିଙ୍କୁ ଆମର ଗୌରବମୟ ସଭ୍ୟତାର ଗର୍ବିତ ବାହକ ହେବା ପାଇଁ ଅନୁପ୍ରାଣିତ କରିବ ବୋଲି ସେ ଦୃଢ଼ ବିଶ୍ୱାସ ପ୍ରକଟ କରିଛନ୍ତି।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ତାମିଲନାଡୁ ସ୍ଥିତ ଡ. ଏପିଜେ ଅବଦୁଲ କଲାମ ମେମୋରିଆଲ ପରିଦର୍ଶନ କରିଥିଲେ।

କାଶୀ ତାମିଲ ସଙ୍ଗମମ୍ ୪.୦ ଧର୍ମେନ୍ଦ୍ର ପ୍ରଧାନ ସମାପନ କାର୍ଯ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ: ଭୁବନେଶ୍ବରରେ ପତାକା ଉତ୍ତୋଳନ କରିବେ ରାଜ୍ୟପାଳ

January 21, 2026

ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା ବୈଠକ, ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ସମାପ୍ତି ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

January 21, 2026

ବନ୍ଦେ ଭାରତ ସ୍ଲିପର୍‌ ଟ୍ରେନକୁ ନେଇ ଯାତ୍ରୀଙ୍କ ପ୍ରବଳ ଉତ୍ସାହ: ପ୍ରଥମ ଦିନ ଯାତ୍ରାର ସବୁ ଟିକେଟ୍‌ ବୁକିଂ ଶେଷ

January 21, 2026

ଭାରତ ସହିତ FTA କୁ ନେଇ ଇୟୁ ମୁଖ୍ୟଙ୍କ ବଡ ବୟାନ: ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା

January 21, 2026
Latest News

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ: ଭୁବନେଶ୍ବରରେ ପତାକା ଉତ୍ତୋଳନ କରିବେ ରାଜ୍ୟପାଳ

January 21, 2026

ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା ବୈଠକ, ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ସମାପ୍ତି ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

January 21, 2026

ବନ୍ଦେ ଭାରତ ସ୍ଲିପର୍‌ ଟ୍ରେନକୁ ନେଇ ଯାତ୍ରୀଙ୍କ ପ୍ରବଳ ଉତ୍ସାହ: ପ୍ରଥମ ଦିନ ଯାତ୍ରାର ସବୁ ଟିକେଟ୍‌ ବୁକିଂ ଶେଷ

January 21, 2026

ଭାରତ ସହିତ FTA କୁ ନେଇ ଇୟୁ ମୁଖ୍ୟଙ୍କ ବଡ ବୟାନ: ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା

January 21, 2026

ଶିଶିର ସରସ ମେଳା ଉଦଯାପିତ: ୧୧ ଦିନରେ ୩୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ

January 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.