Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ISRD ମିଳିତ ଆନୁକୁଲ୍ୟରେ ଅତିରିକ୍ତ ୱାନ୍ ଷ୍ଟପ୍‌ ସେଣ୍ଟର୍ ର ଉଦ୍ଘାଟିତ
ଆଜିର ଖବର

ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ISRD ମିଳିତ ଆନୁକୁଲ୍ୟରେ ଅତିରିକ୍ତ ୱାନ୍ ଷ୍ଟପ୍‌ ସେଣ୍ଟର୍ ର ଉଦ୍ଘାଟିତ

December 31, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ISRD ମିଳିତ ଆନୁକୁଲ୍ୟରେ ଅତିରିକ୍ତ ୱାନ୍ ଷ୍ଟପ୍‌ ସେଣ୍ଟର୍ ର ଉଦ୍ଘାଟିତ
ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ISRD ମିଳିତ ଆନୁକୁଲ୍ୟରେ ଅତିରିକ୍ତ ୱାନ୍ ଷ୍ଟପ୍‌ ସେଣ୍ଟର୍ ର ଉଦ୍ଘାଟିତ

(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଭଞ୍ଜନଗର ଡାକ୍ତରଖାନା ପରିସରରେ “ସଖୀ ସମ୍ବଳ” ୱନ୍ ଷ୍ଟପ୍ ସେଣ୍ଟର୍ କାର୍ଯ୍ୟାଳୟକୁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ କର କମଳରେ ଉଦ୍ଘାଟନ ହୋଇଛି। ଜିଲ୍ଲାପାଳ ଭି କୀର୍ତ୍ତି ଭାସନ, ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ, ମେଡିକାଲ ଅଧିକ୍ଷକ ଶୀତାଂଶୁ ଶେଖର ଶତପଥୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଜୟଲକ୍ଷ୍ମୀ ବେହେରା, ଜିଲ୍ଲା ସୁରକ୍ଷା ଅଧିକାରୀ ଡି ନାଗରତ୍ନମ୍, ଅତିରିକ୍ତ ଅଧିକ୍ଷକ ଦୀପକ କୁମାର ମିଶ୍ର, ମେଡିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ, ସାଂସଦ ପ୍ରତିନିଧି ସନ୍ତୋଷ ତିଆଡି, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ଆଦି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା
ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମସ୍ତ ବିଭାଗୀୟ ଯଥା ଅଙ୍ଗନବାଡି, ଆଶା, ସ୍ବାସ୍ଥ୍ୟ, ବିଦ୍ୟୁତ୍ ପୋଲିସ ଓ ବିଭିନ୍ନ ବିଭାଗ ର କର୍ମଚାରୀମାନେ ଯୋଗ ଦେଇଥିଲେ।

ଏହି ଅବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଓ ମୁଖ୍ୟ ଅତିଥି ବିଧାୟକ ନାୟକ ଏହି କାର୍ଯ୍ୟକାଳୟ ପରିସରରେ ପୋଲିସ, ଆଇନ, ସାମାଜିକ ସୁରକ୍ଷା, ସ୍ବାସ୍ଥ୍ୟ ସହାୟତା ଓ ମନୋସାମାଜିକ ସଚେତନତା କାର୍ଯ୍ୟକ୍ରମର ସହାୟତା ପାଇଁ ଘରୋଇ ହିଂସା, ନିର୍ଯ୍ୟାତିତ ମହିଳା ଓ ଶିଶୁ କନ୍ୟାଙ୍କ ସମେତ ସମସ୍ତ ପ୍ରକାର ଅବହେଳିତ ଓ ନିଷ୍ପେସିତ ବ୍ୟକ୍ତି ବିଶେଷ ଉପକୃତ ହୋଇପାରିବେ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ।

ଏତଦବ୍ୟତୀତ ଜିଲ୍ଲାପାଳ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ବହୁ ବିଶିଷ୍ଟ ଅଧିକାରୀ ଉପସ୍ଥିତ ରହି ଏହିଭଳି ଅନୁଷ୍ଠାନ ନିମନ୍ତେ ଭଂଜନଗର ଅଂଚଳରେ ବହୁ ନିର୍ଯାତନାର ସମ୍ମୁଖୀନ ମହିଳା, ଯୁବତୀ ଓ ଶିଶୁ କନ୍ୟା ମାନେ ନ୍ୟାୟ ପାଇପାରିବେ ବୋଲି ଜନ ସଚେତନତା ସୃଷ୍ଟି କରିଥିଲେ।

ଗଞ୍ଜାମ ଜିଲ୍ଲା ପ୍ରଶାସନ ଭଞ୍ଜନଗର ଉପଖଣ୍ଡ ୱାନ୍ ଷ୍ଟପ୍‌ ସେଣ୍ଟର୍ ସଖୀ ସମ୍ବଳ
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରୀ ଦନ୍ତ ଚିକିତ୍ସକଙ୍କ ପାଇଁ ବଡ଼ ଘୋଷଣା: ପ୍ରତିମାସ ₹୨୦,୦୦୦ ପ୍ରୋତ୍ସାହନ

August 29, 2026

ଜାତୀୟ କ୍ରୀଡା ଦିବସ ଅବସରରେ କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

August 29, 2026

‘ନିଶାମୁକ୍ତ ଓଡ଼ିଶା’ରୁ ସୁରକ୍ଷିତ ଓଡ଼ିଶା: ପୁଲିସକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

August 29, 2026

ବୃହତ୍ ଶିଳ୍ପ ପ୍ରକଳ୍ପ ନେଇ ସରକାରଙ୍କ ସମୀକ୍ଷା

August 29, 2026
Latest News

ସରକାରୀ ଦନ୍ତ ଚିକିତ୍ସକଙ୍କ ପାଇଁ ବଡ଼ ଘୋଷଣା: ପ୍ରତିମାସ ₹୨୦,୦୦୦ ପ୍ରୋତ୍ସାହନ

August 29, 2026

ଜାତୀୟ କ୍ରୀଡା ଦିବସ ଅବସରରେ କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

August 29, 2026

‘ନିଶାମୁକ୍ତ ଓଡ଼ିଶା’ରୁ ସୁରକ୍ଷିତ ଓଡ଼ିଶା: ପୁଲିସକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

August 29, 2026

ବୃହତ୍ ଶିଳ୍ପ ପ୍ରକଳ୍ପ ନେଇ ସରକାରଙ୍କ ସମୀକ୍ଷା

August 29, 2026

ଏଭରେଷ୍ଟ ମସଲା ଉପରେ ପ୍ରତିବନ୍ଧକ: ନୋଟିସ ଜାରି କଲା FSSAI 

August 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.