ବାଣପୁର: ବାଲୁଗାଁ ଅବକାରୀ ନିରୀକ୍ଷକ ଅଜିତ ପାତ୍ରଙ୍କ ତତ୍ୱବଧାନରେ ବୁଧବାର ଦିନ ବାଣପୁର ଥାନା ଅନ୍ତର୍ଗତ ବିରଜାଇ ଓ କୋଷରଡା ଜଙ୍ଗଲରେ ଚଢ଼ାଉ କରି ୧୧ ହଜାର କେଜି ମହୁଲ ପୋଚ ନଷ୍ଟ କରିବାସହ ୧୫୦୦ ଲିଟର ଦେଶୀ ମହୁଲି ଜବତ କରାଯାଇଛି। ଜବତ ମହୁଲ ପୋଚ ଓ ଦେଶୀ ମହୁଲିର ଆନୁମାନିକ ମୂଲ୍ୟ ୮ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଏ ସଂକ୍ରାନ୍ତରେ କେଶ ନଂ ୨୪୨,୨୪୩,୨୪୪ ଓ ୨୪୫/୨୫-୨୬ ରେ ମାମଲା ରୁଜୁ କରାଯାଇଥିବା ବେଳେ କୌଣସି ଅଭିଯୁକ୍ତଙ୍କୁ ଧରି ନଥିବା ବାଲୁଗାଁ ଅବକାରୀ ଅଧିକ୍ଷକ ଶ୍ରୀ ପାତ୍ର କହିଛନ୍ତି।
ଉକ୍ତ ଚଢ଼ାଉରେ ଜଟଣୀ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲି ଓ ଟିମ, ବେଗୁନିଆ ଅବକାରୀ ଅଧିକାରୀ ସଞ୍ଜୟ କୁମାର ସୁବୁଦ୍ଧି ଓ ଟିମ, ଟାଙ୍ଗୀ ଅବକାରୀ ଅଧିକାରୀ ରମେଶ ଚନ୍ଦ୍ର ବାରିକ ଓ ଟିମ,ଏସଆଇ ମୀନକେତନ ମହାଳିକଙ୍କ ସମେତ ବାଲୁଗାଁ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।


