Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବୈଠକ: ଆଗାମୀ ଦିନରେ ଆହୁରି ଭଲ କାମ କରିବାକୁ ପରାମର୍ଶ
ଆଜିର ଖବର

ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବୈଠକ: ଆଗାମୀ ଦିନରେ ଆହୁରି ଭଲ କାମ କରିବାକୁ ପରାମର୍ଶ

January 1, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Anu Garg reviews development works
Anu Garg reviews development works

ଭୁବନେଶ୍ୱର: ନୂଆବର୍ଷରୁ ମୁଖ୍ୟ ଶାସନ ସଚିବ ଭାବେ ନୂତନ କାର୍ଯ୍ୟଭାର ଗ୍ରହଣ କରିବାକୁ ଯାଉଛନ୍ତି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ଯୋଜନା ଓ ସଂଯୋଜନ ବିଭାଗ ସହିତ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟରତ। ନୂତନ କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ ଶ୍ରୀମତୀ ଗର୍ଗ ଜଳ ସଂପଦ ବିଭାଗ ସ୍ଥିତ ସମ୍ମିଳନୀ କକ୍ଷରେ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସହିତ ଏକ ବୈଠକରେ ଯୋଗ ଦେଇଥିଲେ। ଶ୍ରୀମତୀ ଗର୍ଗ ତାଙ୍କର ଏହି ବିଭାଗରେ ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ୱ ସେବା ସମୟର ଆହ୍ୱାନ ଓ ସଫଳତା ଆଦି ସଂପର୍କରେ ନିଜ ଅନୁଭୂତି ପ୍ରକାଶ କରି ବିଭିନ୍ନ ପରାମର୍ଶ ଦେଇଥିଲେ।

ଜଳ ସମ୍ପଦ ବିଭାଗର ସଚିବ ଭାବେ ତାଙ୍କର ଜଳସେଚନ, ବନ୍ୟା ନିୟନ୍ତ୍ରଣ, ନଦୀ ପରିଚାଳନା, ଜଳ ସଂରକ୍ଷଣ, ଭୁଗର୍ଭ ଜଳ ପୂନର୍ଭରଣ ଆଦି ନିମନ୍ତେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସଂପର୍କରେ ବୈଠକରେ ବରିଷ୍ଠ ଅଧିକାରୀମାନେ ଆଲୋଚନା କରିଥିଲେ। ଏଥିରେ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଓଡ଼ିଶା ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶିକା ମାନସୀ ନିମ୍ଭାଲ, ସ୍ୱତନ୍ତ୍ର ଶାସନ ସଚିବ ନରହରି ସେଠୀ, ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢୀଙ୍କ ସମେତ ବିଭିନ୍ନ କାର୍ଯ୍ୟ ଦାୟିତ୍ୱରେ ଥିବା ଜଳ ସଂପଦ ବିଭାଗର ଅନ୍ୟ ସର୍ବୋଚ୍ଚ ଯନ୍ତ୍ରୀ ଓ ମୁଖ୍ୟ ଯନ୍ତ୍ରୀ ବୃନ୍ଦ ଏବଂ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ବକ୍ତବ୍ୟ ରଖି ଶ୍ରୀମତୀ ଗର୍ଗଙ୍କ ଠାରୁ ପାଇଥିବା ଉଚିତ୍ ଦିଗଦର୍ଶନ ଏବଂ କାର୍ଯ୍ୟ ତତ୍ପରତା ସମସ୍ତଙ୍କୁ ଅନୁପ୍ରାଣିତ କରିଥିଲା ବୋଲି ପ୍ରକାଶ କରିଥିଲେ । ତାଙ୍କ ସମୟରେ ଜଳ ସଂପଦ ବିଭାଗରେ ବହୁ ସଂଖ୍ୟକ ଜଳ ସେଚନ ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ କରାଯାଇଛି ଓ ପ୍ରକଳ୍ପ କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବାରେ ତାଙ୍କର ସମୟୋପଯୋଗୀ ନିଷ୍ପତ୍ତି ସଫଳତା ଦେଇଛି। ଚାପଗ୍ରସ୍ତ ହୋଇ କାର୍ଯ୍ୟ କରିବା ପରିବର୍ତ୍ତେ କାର୍ଯ୍ୟସ୍ଥଳୀରେ କର୍ମଚାରୀ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଶ୍ରୀମତୀ ଗର୍ଗ ଗୁରୁତ୍ୱ ଦେଇଥିଲେ, ଯଦ୍ୱାରା ବିଭାଗରେ ଅଧିକାରୀ ଓ ଯନ୍ତ୍ରୀମାନେ ଅଧିକ ଉତ୍ସାହିତ ଓ ନିଷ୍ଠାର ସହିତ କାର୍ଯ୍ୟ ନିର୍ବାହ କରୁଥିଲେ ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ଶ୍ରୀମତୀ ଗର୍ଗଙ୍କର ମୁଖ୍ୟ ଶାସନ ସଚିବ ଭାବେ ନୂତନ କାର୍ଯ୍ୟଭାର ପ୍ରତି ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ସହ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ଶ୍ରୀମତୀ ଗର୍ଗ ରାଜ୍ୟରେ ଜଳ ସଂପଦ କ୍ଷେତ୍ରରେ କରାଯାଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ନିର୍ମାଣରେ ଅବଦାନ ଓ ଅନୁଭୂତି ବାଣ୍ଟିଥିଲେ । ସମସ୍ତଙ୍କ ସାମଗ୍ରିକ ପ୍ରୟାସରେ ବିଭାଗରେ ବହୁ ଉଲ୍ଲେଖନୀୟ କାର୍ଯ୍ୟ କରାଯାଇଛି। ସେ ଅଧିକାରୀମାନଙ୍କୁ କାର୍ଯ୍ୟର ପ୍ରକୃତ ମୂଲ୍ୟବୁଝି ସଠିକ୍ ଭାବେ ନିର୍ବାହ କରିବା, ସାଧୁତା ,ଏକାଗ୍ରତାର ସହିତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ହାସଲ ହୋଇଥିବା ସଫଳତା ସବୁକୁ ପାଥେୟ କରି ଆଗାମୀ ଦିନରେ ଆହୁରି ଭଲ କାର୍ଯ୍ୟ କରିବାକୁ ସେ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

Anu GArg development works
Share. Facebook Twitter LinkedIn Email WhatsApp Copy Link

Related Posts

ବାଙ୍କିପୁର ସମେତ ଦୁଇ ଆସନରେ ପରାଜୟ ପରେ ଆସିଲା ବିଜେପିର ପ୍ରଥମ ପ୍ରତିକ୍ରିୟା

August 3, 2026

ପେଟ୍ରୋଲ ଓ ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ୍ ଟ୍ୟାକ୍ସ, ଘରୋଇ ଦର ଅପରିବର୍ତ୍ତିତ

August 3, 2026

ବିକେପିପିଇଆର୍ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟସ୍ତରୀୟ କମିଟିର ଅନୁମୋଦନ

August 3, 2026

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026
Latest News

ବାଙ୍କିପୁର ସମେତ ଦୁଇ ଆସନରେ ପରାଜୟ ପରେ ଆସିଲା ବିଜେପିର ପ୍ରଥମ ପ୍ରତିକ୍ରିୟା

August 3, 2026

ପେଟ୍ରୋଲ ଓ ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ୍ ଟ୍ୟାକ୍ସ, ଘରୋଇ ଦର ଅପରିବର୍ତ୍ତିତ

August 3, 2026

ବିକେପିପିଇଆର୍ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟସ୍ତରୀୟ କମିଟିର ଅନୁମୋଦନ

August 3, 2026

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026

ବନ୍ୟା ସହାୟତା ଘୋଷଣା, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା, ଜାଣନ୍ତୁ କାହାକୁ ଦିଆଯିବ କେତେ 

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.