ଭୁବନେଶ୍ଵର: ସୁସ୍ଥ ହେଉଛନ୍ତି କଣ୍ଠଶିଳୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର। ଖୁବ ଶୀଘ୍ର ସେ ଭୁବନେଶ୍ବର ଏମ୍ସରୁ ଡିସଚାର୍ଜ ହୋଇପାରନ୍ତି। ତାଙ୍କର ସବୁ ଅଙ୍ଗ ପ୍ରତ୍ୟଙ୍ଗ ଠିକ୍ ଭାବରେ କାମ କରୁଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ। ଅଭିଜିତ ଏବେ ବିପଦରୁ ମୁକ୍ତ ଥିବା ସେ କହିଛନ୍ତି। ଅସୁସ୍ଥତା କାରଣରୁ ଗତ କିଛି ମାସ ହେବ ସେ ଏମ୍ସ ଭୁବନେଶ୍ବରର ଆଇସିୟୁ ବିଭାଗରେ ଚିକିତ୍ସିତ ହେଉଛନ୍ତି।


