Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
ଆଜିର ଖବର

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

January 1, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Food Supplies Minister Reviews Key Departmental Programmes in Odisha
Food Supplies Minister Reviews Key Departmental Programmes in Odisha

ଭୁବନେଶ୍ଵର: ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବିଭାଗୀୟ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଲୋକସେବା ଭବନସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ, ଓଡ଼ିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକ ପ୍ରାରମ୍ଭରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ରାଜ୍ୟରେ ଜାରି ଖରିଫ ଧାନକିଣା ଋତୁରେ ଏ ପର୍ଯ୍ୟନ୍ତ ୧୮ଟି ଜିଲ୍ଲାର ପ୍ରାୟ ୨ ଲକ୍ଷ ୨୮ ହଜାର ଚାଷୀଙ୍କ ଠାରୁ ପ୍ରାୟ ୧୦ ଲକ୍ଷ ମେଟ୍ରିକ ଟନ ଧାନ କିଣାଯିବା ସହ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ପାଖାପାଖି ୧୭୯୦ କୋଟି ଟଙ୍କା ଓ ଇନପୁଟ ସହାୟତା ବାବଦକୁ ୫୫୨ କୋଟି ଟଙ୍କା ଚାଷୀ ମାନଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଥିବା ସେ ଅବଗତ କରାଇଥିଲେ।

ରାଜ୍ୟରେ ଧାନ କିଣାକୁ ତ୍ୱରାନ୍ୱିତ କରିବା ସହ ଚାଷୀ ମାନଙ୍କ ସ୍ୱାର୍ଥ ପ୍ରତି ଅଧିକ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଶ୍ରୀ ପାତ୍ର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଅନିୟମିତତାର ଅଭିଯୋଗ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟପକ୍ଷରେ ରାଜ୍ୟରେ ୧୦ ଲକ୍ଷ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଗୋଦାମ ନିର୍ମାଣ ଉପରେ ଆଲୋଚନା ହୋଇଥିଲା। ପ୍ରାଥମିକ ଭାବେ ୪ ଲକ୍ଷ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଗୋଦାମ ନିର୍ମାଣ ପାଇଁ ସରକାର ଅନୁମୋଦନ କରିଥିବା ବେଳେ ଆଉ ୬ ଲକ୍ଷ କ୍ଷମତା ବିଶିଷ୍ଟ ଗୋଦାମ ନିର୍ମାଣ ପାଇଁ ପ୍ରସ୍ତାବ ଦେବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ସେହିଭଳି ଧାନକିଣାରୁ ଉତ୍ପାଦିତ ବଳକା ଚାଉଳକୁ ଭାରତୀୟ ଖାଦ୍ୟ ନିଗମକୁ ପ୍ରଦାନ କରିବା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା।

Departmental Programmes Food Supplies Minister Odisha କୃଷ୍ଣ ଚନ୍ଦ୍ର ପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଉପମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ RVR ପ୍ରୋଜେକ୍ଟସର ଏମ୍.ଡି.

January 1, 2026

ନଡ଼ିଆ ବର୍ଜ୍ୟକୁ ଅର୍ଥନୈତିକ ଏବଂ ପରିବେଶଗତ ଲାଭରେ ରୂପାନ୍ତରିତ କରୁଛନ୍ତି ଭାରତର ସହରାଞ୍ଚଳ ସଂସ୍ଥା

January 1, 2026

ନୂଆବର୍ଷର ଘରକୁ ଆଣନ୍ତୁ ଏହିସବୁ ଜିନିଷ, ମିଳିବ ଶୁଭ ଫଳ

January 1, 2026

ଭାତୃତ୍ବ ପ୍ରେମର ଅପୂର୍ବ ନିଦର୍ଶନ, ବଡ଼ ଭାଇଙ୍କୁ ଜୀବନ ଦେଲେ ସାନ ଭାଇ

January 1, 2026
Latest News

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

January 1, 2026

ଉପମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ RVR ପ୍ରୋଜେକ୍ଟସର ଏମ୍.ଡି.

January 1, 2026

ନଡ଼ିଆ ବର୍ଜ୍ୟକୁ ଅର୍ଥନୈତିକ ଏବଂ ପରିବେଶଗତ ଲାଭରେ ରୂପାନ୍ତରିତ କରୁଛନ୍ତି ଭାରତର ସହରାଞ୍ଚଳ ସଂସ୍ଥା

January 1, 2026

ନୂଆବର୍ଷର ଘରକୁ ଆଣନ୍ତୁ ଏହିସବୁ ଜିନିଷ, ମିଳିବ ଶୁଭ ଫଳ

January 1, 2026

ଭାତୃତ୍ବ ପ୍ରେମର ଅପୂର୍ବ ନିଦର୍ଶନ, ବଡ଼ ଭାଇଙ୍କୁ ଜୀବନ ଦେଲେ ସାନ ଭାଇ

January 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.