ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତବର୍ଷ ଶେଷ ମନ କୀ ବାତ ରେ ଆଣ୍ଟିବାୟୋଟିକର ବ୍ୟବହାର କମ୍ କରିବା ପାଇଁ ଦେଶର ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ଯଦି ଆଣ୍ଟିବାୟୋଟିକ ନେଉଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶରେ ନିଅନ୍ତୁ ବୋଲି ସେ ନିବେଦନ କରିଥିଲେ।
ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ ଆଣ୍ଟିବାୟୋଟିକର ବ୍ୟବହାର ନେଇ ସଚେତନ କରିଛନ୍ତି।


