ଭୁବନେଶ୍ଵର: ପ୍ରଦୂଷଣ ସାର୍ଟିଫିକେଟ୍ ଅବଧିକୁ ନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ କହିଛନ୍ତି। ଅନିୟମିତତା ନେଇ ୪୨ଟି ଟେଷ୍ଟିଂ ସେଣ୍ଟରର ଲାଇସେନ୍ସ ରଦ୍ଦ ହୋଇଛି।
ଯେଉଁମାନେ ଟେଷ୍ଟିଂ ସେଣ୍ଟର ପାଇଁ ଆବେଦନ କରିବେ ୨୪ ଘଣ୍ଟାରେ ଅନୁମୋଦନ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି। ଯାହାର ଚାଲାଣ ବାକି ଅଛି ଏବଂ ମୋବାଇଲ ନମ୍ବର କାରଣରୁ ଦ୍ଵନ୍ଦ୍ୱ ସୃଷ୍ଟି ହେଉଛି ଏକକାଳୀନ ସମାଧାନ ସୁବିଧା ଦିଆଯାଇଛି ବୋଲି ସେ କହିଛନ୍ତି। ମୋବାଇଲ ନମ୍ବରରେ ଅସୁବିଧା ଥିଲେ ଆରଟିଓରେ ସଂଶୋଧନ କରିବାକୁ କୁହାଯାଇଛି। ଏନେଇ ପରିବହନ ମନ୍ତ୍ରୀଙ୍କ ଘରେ ବୈଠକ ବସିଥିଲା।


