ଭୁବନେଶ୍ଵର: ଇଂରାଜୀ ନୂଆବର୍ଷ-୨୦୨୬କୁ ରାଜ୍ୟବାସୀ ହର୍ସ ଉଲ୍ଲାସର ସହ ସ୍ୱାଗତ କରିଛନ୍ତି। ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ରାଜ୍ୟର ବିଭିନ୍ନ ଧର୍ମପୀଠ ଏବଂ ମନ୍ଦିରରେ ଦର୍ଶନ ପାଇଁ ବର୍ଷର ପ୍ରଥମ ଦିନରେ ହଜାର ହଜାର ଭକ୍ତଙ୍କ ଭିଡ ହୋଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ପ୍ରମୁଖ ସମସ୍ତଙ୍କୁ ନୂଆବର୍ଷର ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ସେହିପରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡା ପ୍ରମୁଖ ନୂଆବର୍ଷର ଶୁଭେଚ୍ଛା ଜ୍ଞାପନ କରିଛନ୍ତି।


