ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆସନ୍ତାକାଲି ସକାଳେ ଆରମ୍ଭ ହେବ ପଥୋତ୍ସବ। ମାଷ୍ଟର କ୍ୟାଣ୍ଟିନଠାରୁ ରାମ ମନ୍ଦିର ଛକ ପର୍ଯ୍ୟନ୍ତ ଖେଳକୁଦ, ଗୀତ ଓ ନାଚରେ ଦୁଲୁକିବ ଅଞ୍ଚଳ। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଗରମାଗରମ ଖାଦ୍ୟର ମଜ୍ଜା ନେବେ ଭୁବନେଶ୍ୱର ବାସିନ୍ଦା। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ହୋଇଛି ବ୍ୟାପକ ପ୍ରସ୍ତୁତି। ଚଳିତ ବର୍ଷ ପଥ ଉତ୍ସବକୁ ରଙ୍ଗାରଙ୍ଗ କରିବା ପାଇଁ ଜୋରଦାର ଉଦ୍ୟମ ହେଉଛି। ଆସନ୍ତାକାଲି ସକାଳ ସାଢ଼େ 6ଟାରୁ ଏହି ପଥ ଉତ୍ସବ ଆରମ୍ଭ ହେବ। ଭୁବନେଶ୍ୱରବାସୀ ବହୁ ସଂଖ୍ୟାରେ ଯୋଗଦେଇ ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ମଜ୍ଜା ନେବାକୁ ବିଏମସି ମେୟର ଓ କମିଶନର ଅନୁରୋଧ କରିଛନ୍ତି।


