ଭୁବନେଶ୍ଵର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନସ୍ଥ ସମସ୍ତ ହିତାଧିକାରୀମାନଙ୍କ ଆଧାର ଭିତ୍ତିକ ଇ-କେୱାଇସି କରିବା ପ୍ରକ୍ରିୟାର ଅବଧି ବୃଦ୍ଧି କରାଯାଇଛି। ଏହି ଅବଧିକୁ ରାଜ୍ୟ ସରକାର ଫେବୃଆରୀ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ହିତାଧିକାରୀମାନେ ଆଧାର ସଂଯୁକ୍ତ ଇ-କେୱାଇସି ରାଜ୍ୟର ସାଧରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ) ଅନ୍ତର୍ଗତ ସମସ୍ତ ୧୧ ହଜାର ୭୨୫ ଖାଉଟି ସୁଲଭ ମୂଲ୍ୟ ଦୋକାନ ତଥା ୩୧୪ଟି ବ୍ଲକ ଓ ୬୪ଟି ପୌରାଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ରାସନ କାର୍ଡ଼ ପରିଚାଳନା କେନ୍ଦ୍ର ଗୁଡ଼ିକରେ କରିପାରିବେ।


